ଜୀବନରୁ ସମସ୍ତ ସମସ୍ୟାକୁ ଦୂର କରିଦେବ ଚାଣକ୍ୟଙ୍କ ଏହି ୪ ଉପାୟ, କେବେ ବି ହାରିବେ ନାହିଁ…

ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ମନୁଷ୍ୟ ଜୀବନକୁ ସଫଳ କରିବା ଲାଗି ଅନେକ କିଛି ନୀତି ବିଷୟରେ ବର୍ଣ୍ଣନା କରିଛନ୍ତି। ଏହାକୁ ଆପଣାଇବା ଫଳରେ ଜଣେ ଶତ୍ରୁ, ମିତ୍ରକୁ ଜାଣିବା ସହ ଅସଫଳତାକୁ ସଫଳତାରେ ପରିବର୍ତ୍ତନ କରିପାରିବ। ତାଙ୍କର ନୀତିକୁ ଆପଣାଇ ଜୀବନରେ ସମସ୍ତ କଷ୍ଟକର ସମୟରୁ ନିସ୍ତାର ପାଇହେବ। ଜାଣନ୍ତୁ ସେଭଳି କିଛି ଚାଣକ୍ୟ କହିଥିବା ଉପାୟ ବିଷୟରେ…

-ଭୋଜନ ଯେମିତି ବିଚାର ସେମିତି:-
ଚାଣକ୍ୟ କୁହନ୍ତି ମନୁଷ୍ୟର ବିଚାର ତାର ଭୋଜନରୁ ପ୍ରଭାବିତ ହୋଇଥାଏ। ଯେଉଁଭଳି ଏକ ଜଳୁଥିବା ଦୀପ ଅନ୍ଧାରକୁ ଭକ୍ଷଣ କରି କଳା ଧୁଆଁ ଛାଡ଼ିଥାଏ, ସେହିଭଳି ମନୁଷ୍ୟ ଭୋଜନରୁ ମଧ୍ୟ ବିଚାର ଜନ୍ମ ନେଇଥାଏ। ଏଣୁ ଏହାର ସନ୍ତୁଳନ ଲାଗି ସଠିକ୍‌ ଖାଦ୍ୟପେୟ ଜରୁରୀ।

-ସଠିକ୍‌ ଲୋକ ହାତରେ ସମ୍ପତ୍ତି ଦିଅନ୍ତୁ:- ଚାଣକ୍ୟ କୁହନ୍ତି ମନୁଷ୍ୟର ସମ୍ପତ୍ତି ବିତରଣ ପ୍ରଭାବଶାଳୀ। ଜଣଙ୍କୁ ନିଜର ସମ୍ପତ୍ତି ସଠିକ୍‌ ଲୋକ ହାତରେ ଦେବା ଉଚିତ। ଯଦି ଏହା ଭୁଲ ହାତକୁ ଚାଲିଯାଏ ତେବେ ସେ ଅନେକ ଲୋକଙ୍କୁ କ୍ଷତି ପହଞ୍ଚାଇବାରେ। ବିଶେଷକରି ସମ୍ପତ୍ତି ଦେଉଥିବା ଲୋକର ଆଚରଣ ଏବଂ ବିଚାରର ସଠିକ୍‌ ଆକଳନ କରିବା ଜରୁରୀ ବୋଲି ସେ କହିଛନ୍ତି।

-ଲୋଭ ସବୁଠାରୁ ବଡ ରୋଗ: ଚାଣକ୍ୟ କୁହନ୍ତି ଲୋଭ ମନୁଷ୍ୟର ସବୁଠାରୁ ବଡ଼ ରୋଗ। ଯେଉଁଭଳି ସନ୍ତୋଷ ଭଳି କୌଣସି ସୁଖ ନାହିଁ, ଦୟା ଭଳି କୌଣସି ଗୁଣ ନାହିଁ, ସେହିଭଳି ଲୋଭଠାରୁ ବଳି କୌଣସି ରୋଗ ନାହିଁ। ଯାହାକୁ ଥରେ ଏହି ରୋଗ ଲାଗିଯାଏ ତାର ପୁରା ଜୀବନ ବରବାଦ ହୋଇଯାଏ।

-ବିଦ୍ୟା ସବୁଠାରୁ ବଡ ଧନ: ଚାଣକ୍ୟ କୁହନ୍ତି ବ୍ୟକ୍ତି ଯେତେ ସୁନ୍ଦର ଏବଂ ଧନୀ ହୋଇଥାଉନା କାହିଁକି ଯଦି ତା ପାଖରେ କୌଣସି ଜ୍ଞାନ ନାହିଁ ତେବେ ସବୁକିଛି ବେକାର। ମନୁଷ୍ୟ ପାଇଁ ସବୁଠାରୁ ବଡ ଧନ ତାର ଜ୍ଞାନ। ଏହି ଜ୍ଞାନରୁ ତାକୁ ଧନ ଏବଂ ସଫଳତା ମିଳିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri