ଇଓଡବ୍ଲ୍ୟୁକୁ ଆରୁହା କଳାପଥର ଲୁଟ୍‌ ତଦନ୍ତ ଭାର

ଯାଜପୁର ଅଫିସ,୧୮ା୪: ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ଆରୁହା ପାହାଡ଼ରୁ କଳାପଥର ଲୁଟ୍‌ ଓ ଜାଲିଆତି ମାମଲାର ତଦନ୍ତ ଭାର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ)କୁ ଦିଆଯାଇଛି। ବରିଷ୍ଠ ଓ ଅଭିଜ୍ଞ ଅଧିକାରୀଙ୍କ ଦ୍ୱାରା ତଦନ୍ତ କରିବାକୁ ଲୋକାୟୁକ୍ତ ଅଧ୍ୟକ୍ଷ ଅଜିତ୍‌ ସିଂ ୮ା୪ା୨୦୨୨ ଶୁଣାଣିରେ ଇଓଡବ୍ଲ୍ୟୁ ଡିଆଇଜି ନିର୍ଦ୍ଦେଶ ଦେଇଛନ୍ତି। ଉକ୍ତ ଶୁଣାଣି ତାରିଖ ଠାରୁ ୬ ମାସ ମଧ୍ୟରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି। ଏହିମର୍ମରେ ଅଭିଯୋଗକାରୀଙ୍କ ପତ୍ର ସହ ପ୍ରାଥମିକ ତଦନ୍ତ ରିପୋର୍ଟ ଏବଂ ଅନ୍ୟାନ୍ୟ କାଗଜପତ୍ର ଇଓଡବ୍ଲ୍ୟୁ ନିର୍ଦ୍ଦେଶକଙ୍କୁ ପ୍ରଦାନ କରିବାକୁ ଲୋକାୟୁକ୍ତ ତାଙ୍କ ଶୁଣାଣିରେ ଦର୍ଶାଇଛନ୍ତି। ପରବର୍ତ୍ତୀ ଶୁଣାଣି ୨୨ା୭ା୨୦୨୨କୁ ନିର୍ଦ୍ଧାରଣ ହୋଇଛି।
ଅଭିଯୋଗ ଅନୁସାରେ ଲିଜଧାରୀ ତ୍ରିନାଥ ଜେନା ଆରୁହା ପାହାଡରୁ ନିର୍ଦ୍ଧାରିତ ଲିଜ୍‌ ଏରିଆଠାରୁ ବହୁ ଗୁଣ ଅଧିକ ମୂଲ୍ୟବାନ କଳାପଥର ବେଆଇନ ଭାବେ ଉତ୍ତୋଳନ କରିଥିଲେ। ଏଥିପାଇଁ ରାଜ୍ୟ ସରକାର ବିପୁଳ ପରିମାଣର ରାଜସ୍ବ ହରାଇଛନ୍ତି। ଏଥିରେ ସ୍ଥାନୀୟ ପୋଲିସ ଓ ଧର୍ମଶାଳା ତହସିଲଦାର ସହଯୋଗୀ ହୋଇଛନ୍ତି। ଏହିମର୍ମରେ ସାମାଜିକ କର୍ମୀ ସର୍ବେଶ୍ୱର ବେହୁରା ଓଡ଼ିଶା ଲୋକାୟୁକ୍ତରେ ୧୩୫୫/୨୦୨୦ରେ ଏକ ମାମଲା ରୁଜୁ କରିଥିଲେ। ବିଭିନ୍ନ ପର୍ଯ୍ୟାୟରେ ତଦନ୍ତ ହେବା ପରେ ଲୋକାୟୁକ୍ତଙ୍କ ତଦନ୍ତ ନିର୍ଦ୍ଦେଶକ ମଧ୍ୟ ତାଙ୍କ ରିପୋର୍ଟ ଦାଖଲ କରିଥିଲେ। ତେବେ ଏହି ମାମଲାରେ ପକ୍ଷଭୁକ୍ତ ହୋଇଥିବା ୧୦ ଜଣ ଅଧିକାରୀ ମଧ୍ୟ ତାଙ୍କ ଉତ୍ତର ଦାଖଲ କରି ସାରିଛନ୍ତି। ଭୂତତ୍ତ୍ୱ ନିର୍ଦ୍ଦେଶାଳୟର ଢେଙ୍କାନାଳ ଜୋନାଲ ଅଫିସ୍‌ର ପୂର୍ବତନ ଯୁଗ୍ମ ନିର୍ଦ୍ଦେଶକ ଅନୁପ କୁମାର ରାଉତ ୩୧ା୩ା୨୦୨ ରେ ତାଙ୍କ ଉତ୍ତର ଦାଖଲ କରିଥିଲେ। ଯାଜପୁର ଜିଲାପାଳ ୧୨ା୧ା୨୦୨୨ରେ ଉତ୍ତର ଦାଖଲ କରିଥିଲେ। ଡେଭଲପମେଣ୍ଟ ପ୍ଲାନ ଓ ଏନଭାଇରନମେଣ୍ଟାଲ ମ୍ୟାନେଜମେଣ୍ଟ ପ୍ଲାନ ଅନୁଯାୟୀ ଲିଜ୍‌ ଅଞ୍ଚଳ ୩ ଏକର ରହିଛି। ପ୍ଲାନରେ ଦର୍ଶାଯାଇଥିବା ଅତିରିକ୍ତ ଅଞ୍ଚଳ ଡମ୍ପିଂ, ଷ୍ଟୋରେଜ ଏବଂ ଗାଡି ଚଳାଚଳ ପାଇଁ ଉର୍ଦ୍ଦିଷ୍ଟ ଥିବା ଜିଲାପାଳ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ତହସିଲଦାର ୧୧ା୧ା୨୦୨୨ରେ ଅତିରିକ୍ତ ଜିଲାପାଳଙ୍କୁ ଦେଇଥିବା ରିପୋର୍ଟରେ ଆରୁହା ପାହାଡର ସ୍କେଚମ୍ୟାପ ଭୁଲବଶତଃ ତିଆରି ହୋଇଛି ବୋଲି ମାନିଛନ୍ତି। ଏହାବାଦ ୨ ନମ୍ବର ଖାଦାନରେ ୩୧,୫୪୮ ଘନମିଟର କଳାପଥର ବିନା ଅନୁମତିରେ ଉତ୍ତୋଳନ ହୋଇଥିବା ତହସିଲଦାର ରିପୋର୍ଟରେ ସ୍ବୀକାର କରିଥିବା ଜିଲାପାଳ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି। ଆରୁହାର ପୂର୍ବତନ ରାଜସ୍ବ ନିରୀକ୍ଷକ(ଆରଆଇ) ବସୁଦେବ ସାହୁ କୌଣସି ସ୍କେଚ ମ୍ୟାପ୍‌ ସେ ପ୍ରସ୍ତୁତ କରି ନ ଥିବା ଦର୍ଶାଇଛନ୍ତି। ପୂର୍ବରୁ ପ୍ରସ୍ତୁତ ହୋଇଥିବା ଏକ ସ୍କେଚମ୍ୟାପ୍‌ରେ ବିଶ୍ୱାସରେ ଏବଂ ତହସିଲଦାରଙ୍କ ନିର୍ଦ୍ଦେଶରେ ସେ ଦସ୍ତଖତ କରିଥିବା ସେ ଉତ୍ତର ଦେଇଛନ୍ତି। ପୂର୍ବତନ ଧର୍ମଶାଳା ତହସିଲଦାର ସରୋଜ କୁମାର ପଣ୍ଡା, ପ୍ରଭାସ କୁମାର ବେହୁରା ଓ ଶୀତଳ ଅଗ୍ରୱାଲଙ୍କ ସମେତ ମନୋଜ କୁମାର ମହାପାତ୍ର, କ୍ଷୀରାବ୍ଦି ତନୟା ପଣ୍ଡା, ଲିଜଧାରୀ ତ୍ରିନାଥ ଜେନା ପ୍ରମୁଖ ବେଆଇନ ଆରୁହା କଳାପଥର ଉତ୍ତୋଳନରେ ସେମାନଙ୍କ ସମ୍ପୃକ୍ତି ନ ଥିବା ଉତ୍ତର ଦେଇଛନ୍ତି। ଏହିକ୍ରମରେ ପ୍ରାଥମିକ ତଦନ୍ତ ରିପୋର୍ଟ ଏବଂ ପକ୍ଷଭୁକ୍ତଙ୍କ ଉତ୍ତରକୁ ଆଧାର କରି ଲୋକାୟୁକ୍ତ ଇଓଡବ୍ଲ୍ୟୁକୁ ତଦନ୍ତ ଭାର ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାତୀୟ ରାଜପଥରେ ପଡି ରହିଛି ପୋଡ଼ା କାର୍‌: ନିଆଁ ଲଗାଇ ଦିଆଯାଇଥିବା ସନ୍ଦେହ

ଧୂଷୁରୀ,୧୭।୨(ଦୀପ୍ତି ରଞ୍ଜନ ନାୟକ): ଧୂଷୁରୀ ଥାନା ଆରଡି ଫାଣ୍ଡି ଅଧୀନ ସାଠିବାଙ୍କୁଡା ନିକଟରେ ୨୦ ନମ୍ବର ଜାତୀୟ ରାଜପଥ ପାଶର୍‌ବରେ ଏକ କାର୍‌ ପୋଡିଯାଇ ପଡି ରହିଥିବା…

ଜଙ୍ଗଲରେ ଚାଲିଥିଲା ବଡ଼ ଧରଣର ଜୁଆ ଆଡ୍ଡା: ଗୋଡ଼ାଇ ଗୋଡ଼ାଇ ୨୦ ଜୁଆଡ଼ିଙ୍କୁ ଗିରଫ କଲା ପୋଲିସ

ଖୋର୍ଦ୍ଧା,୧୭।୨(ପ୍ରଭାତ ): ଟାଙ୍ଗୀ ପୋଲିସ ମଙ୍ଗଳବାର ଏକ ବଡ଼ଧରଣର ଜୁଆ ଆଡ୍ଡା ଉପରେ ଚଢାଉ କରିଛି। ଚଢାଉ ବେଳେ ପୋଲିସ ଜୁଆ ଆଡ୍ଡାରୁ ୧୦ଲକ୍ଷ ୩୮ ହଜାର…

କାନାଡ଼ାକୁ ପରାସ୍ତ କରି ସୁପର ୮ରେ ପହଞ୍ଚିଲା ନ୍ୟୁଜିଲ୍ୟାଣ୍ଡ

ଚେନ୍ନାଇ,୧୭।୨: ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ଟି୨୦ ବିଶ୍ୱକପ ଏକ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ କାନାଡାକୁ 8 ଉଇକେଟରେ ପରାସ୍ତ କରି ସୁପର-୮ରେ ସ୍ଥାନ ପକ୍କା କରିଛି।…

ପାକିସ୍ତାନ ସହ ତିକ୍ତତା ପରେ ବି ଇମ୍ରାନଙ୍କ ପାଇଁ ଚିଠି ଲେଖିଲେ ସୁନିଲ ଗାଭାସ୍କର, କପିଳ ଦେବଙ୍କ ସହ ୧୪ କ୍ୟାପଟେନ

ନୂଆଦିଲ୍ଲୀ,୧୭।୨: ଜେଲରେ ଥିବା ପୂର୍ବତନ ପାକିସ୍ତାନ ଅଧିନାୟକ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ନେଇ ୧୪ଜଣ ପୂର୍ବତନ ଅଧିନାୟକ ପାକିସ୍ତାନ ସରକାରଙ୍କୁ…

ICUରେ ସଲିମ ଖାନ, ପିତାଙ୍କୁ ଦେଖିବାକୁ ହସ୍ପିଟାଲରେ ପହଞ୍ଚିଲେ ସଲମାନ

ମୁମ୍ବାଇ,୧୭।୨: ବରିଷ୍ଠ ସ୍କ୍ରିନ ରାଇଟର ଏବଂ ସୁପରଷ୍ଟାର ସଲମାନ ଖାନଙ୍କ ପିତା ସଲିମ ଖାନଙ୍କୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସଲିମ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ…

ଆଉ ୨ଦିନ କଲବଲ କରିବ କୁହୁଡ଼ି

ଭୁବନେଶ୍ୱର,୧୭।୨: ପାଣିପାଗ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ଏକ ବଡ଼ ସୂଚନା ଜାରି କରାଯାଇଛି। ରାଜ୍ୟର ବିଭିନ୍ନ ଜିଲାରେ ଆଉ ୨ ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ି ରହିବ…

ପାକିସ୍ତାନ କ୍ରିକେଟରଙ୍କ ଉପରେ ନିଜ ସନ୍ତାନଙ୍କୁ ହତ୍ୟା ଭଳି ଅଭିଯୋଗ ଆଣିଲେ ପୂର୍ବତନ ପତ୍ନୀ, ଦ୍ୱିତୀୟ ବିବାହ…

ଇସଲାମାବାଦ,୧୭।୨: ପାକିସ୍ତାନ କ୍ରିକେଟ ଦଳର ଅଲରାଉଣ୍ଡର ଇମାଦ ୱାସିମ ପୁଣିଥରେ ଖବରର ଶିରୋନାମାରେ ଅଛନ୍ତି, କିନ୍ତୁ ଏଥର କାରଣ ପଡ଼ିଆରେ ତାଙ୍କର ପ୍ରଦର୍ଶନ ନୁହେଁ, ବରଂ ତାଙ୍କ…

ଦଶମ ଶ୍ରେଣୀ ଦିବ୍ୟାଙ୍ଗ ଛାତ୍ରଙ୍କ ବୋର୍ଡ ପରୀକ୍ଷାକୁ ନେଇ ଅନିଶ୍ଚିତତା, କର୍ତ୍ତୃପକ୍ଷଙ୍କୁ ଦୃଷ୍ଟି ଦେବାକୁ ଦାବୀ           

ଦିଗପହଣ୍ଡି,୧୭।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମ ସରକାରୀ ହାଇସ୍କୁଲର ୧୦ମ ଶ୍ରେଣୀ ଛାତ୍ର ଗୌତମ ମହାନ୍ତିଙ୍କ ମାଟ୍ରିକ ପରୀକ୍ଷାକୁ ନେଇ ଅନିଶ୍ଚିତତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri