ଗୋଧୂଳି ଲଗ୍ନରେ ଦେବଦମ୍ପତିଙ୍କ ମନ୍ଦିର ପ୍ରବେଶ

ସମ୍ବଲପୁର,୧୭ା୬(ବ୍ୟୁରୋ): ସାତଦିନ ଧରି ଚାଲିଥିବା ପ୍ରସିଦ୍ଧ ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରା ଗୁରୁବାର ଶେଷ ହୋଇଛି। ନବବିବାହିତ ଶିବପାର୍ବତୀଙ୍କୁ ପଣ୍ଡିତମାନେ ମହାଆଳତି କରିଥିଲେ। ଘଣ୍ଟ, ଶଙ୍ଖ, ହରିବୋଳ ହୁଳହୁଳିରେ ଉଛୁଳି ପଡିଥିଲା ଶୈବପୀଠ। ପାରମ୍ପରିକ ରୀତିନୀତି ଅନୁସାରେ ଗୋଧୂଳି ଲଗ୍ନରେ ଦେବଦମ୍ପତି ସ୍ବମନ୍ଦିର ପ୍ରବେଶ କରିଛନ୍ତି। ପୂର୍ବରୁ ଧାର୍ଯ୍ୟ ହୋଇଥିବା ଲଗ୍ନକୁ ଆଧାର କରି ନନ୍ଦପଡା ବମବରାଡ ବାଲୁଙ୍କେଶ୍ୱର ବାବା, ଝାଡୁଆପଡା ଲୋକନାଥ ବାବା, ମୁଦିପଡା ଜାଗେଶ୍ୱର ବାବା, ବଡବଜାର ଶୀତଳେଶ୍ୱର ବାବା, ଠାକୁରପଡା ଗୁପ୍ତେଶ୍ୱର ବାବା ଓ ମାତା ପାର୍ବତୀଙ୍କୁ ପଣ୍ଡିତ, ମନ୍ଦିର ପୂଜକ, ବରପିତା, ଯାତ୍ରା କମିଟି କର୍ମକର୍ତ୍ତା ମନ୍ଦିର ଗମ୍ଭିରାକୁ ପ୍ରବେଶ କରାଇଥିଲେ। ସିଂହାସନ ନୀତି ପୂର୍ବରୁ ପଞ୍ଚଗବ୍ୟ, ସର୍ବୋଷଧି, ପଞ୍ଚାମୃତ ଓ ଗଙ୍ଗାଜଳରେ ନବବିବାହିତ ଦେବଦମ୍ପତିଙ୍କୁ ସ୍ନାନ କରାଯାଇଥିଲା। ଧୂପଦୀପ, ଫୁଲ, ଚନ୍ଦନ ଅର୍ପଣ ପୂର୍ବକ ଶିବପାର୍ବତୀଙ୍କ ସିଂହାସନ ନୀତି ହୋଇଥିଲା। ରାତ୍ରିରେ ଶିବପାର୍ବତୀଙ୍କୁ ଅନ୍ନଭୋଗ ଲାଗି ହୋଇଥିଲା। ପରମ୍ପରାକୁ ଆଧାର କରି ନନ୍ଦପଡା ବମବରାଡ ବାଲୁଙ୍କେଶ୍ୱର ବାବାଙ୍କୁ କେବଳ ଦହିପଖାଳ ଲାଗି ହୋଇଥିଲା। କେବଳ ଝାଡୁଆପଡା ଲୋକନାଥ ବାବା ଓ ମାତା ପାର୍ବତୀଙ୍କୁ ପୁରୁଷ ଏବଂ ମହିଳା ଭକ୍ତମାନେ କାନ୍ଧରେ ବୋହି ପଡା ପରିକ୍ରମା କରି ମନ୍ଦିର ସମ୍ମୁଖରେ ପହଞ୍ଚତ୍ଥିଲେ । ଅନ୍ୟ ଠାକୁରଙ୍କୁ ଯାତ୍ରା କମିଟି କର୍ମକର୍ତ୍ତା ସ୍ବମନ୍ଦିର ପରିସର ମଣ୍ଡପରୁ ମନ୍ଦିର ଗମ୍ଭିରାକୁ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲ ଜମିରୁ ବେଆଇନ ମୋରମ ଉଠାଣ

କେନ୍ଦୁଝର,୧୭ା୨(ସ୍ବ.ପ୍ର.)-ଜଙ୍ଗଲ ଜମିରେ ଚାଲିଛି ବେଆଇନ ମାଟି ଉଠାଣ। ବାଂଶପାଳ ତହସିଲ ଶୁଆକାଟୀ ରାଜସ୍ବ ନିରୀକ୍ଷକ ଅନ୍ତର୍ଗତ ଉପର ସୁମଠ ଠାରେ ବେଆଇନ ଭାବେ ଜୁଆଙ୍ଗ ଲୋକ...

ଏଥର ଆକାଂକ୍ଷାର ୫ ବର୍ଷ: ସମୀର

ଭୁବନେଶ୍ୱର,୧।୨(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ଦ୍ୱିତୀୟ ପାଳିର ବଜେଟ ଆମ ଦେଶର ଆର୍ଥିକ ପ୍ରଗତିକୁ ଆଗେଇ ନେବ। ପାର୍ଲାମେଣ୍ଟରେ ଅର୍ଥମନ୍ତ୍ରୀ ନିର୍ମଳା...

ପଦ୍ମପୁର ବିଧାନସଭା: ଭାଜପା ଆଗରେ

ପଦ୍ମପୁର,୨୩।୫: ପଦ୍ମପୁର ବିଧାନସଭା ଆସନରୁ ଭାଜପା ପ୍ରାର୍ଥୀ ପ୍ରଦୀପ ପୁରୋହିତ ଆଗୁଆ ଅଛନ୍ତି। ପଞ୍ଚମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ପ୍ରଦୀପ ୯୦୦୨ ଭୋଟ ପାଇଥିବାବେଳେ...

ପେଷି ହେଉଛନ୍ତି ଚାଷୀ

ବରଗଡ଼ ଅଫିସ୍‌,୨୭ା୪: ଓଡ଼ିଶାର ଚାଷୀମାନେ ଗତ ୧୦ବର୍ଷ ମଧ୍ୟରେ ଅଧିକରୁ ଅଧିକ ଧାନ ଉତ୍ପାଦନ କରିଛନ୍ତି। ଏଥିପାଇଁ ରାଜ୍ୟ ସରକାର କ୍ରମାଗତ କୃଷି କର୍ମଣ ପୁରସ୍କାର...

ଆତ୍ମହତ୍ୟା କରିଥିବା ଯୁବଚାଷୀଙ୍କ ଘରେ: ପହଞ୍ଚତ୍ଲେ କୃଷି ଉପନିର୍ଦ୍ଦେଶକ

ବଲାଙ୍ଗୀର ଅଫିସ, ୨୦ା୭ ବର୍ଷାଭାବରୁ ଚାଷ ଉଜୁଡି ଯିବାରୁ ବଲାଙ୍ଗୀର ସଦର ବ୍ଳକ ବରକାନୀ ଗଁାର ଯୁବଚାଷୀ ଭକ୍ତବନ୍ଧୁ ଦଣ୍ଡସେନା ବିଷପାନ କରି ଆତ୍ମହତ୍ୟା କରିଥିବା...

ରାଜ୍ୟରୁ ଆଜି ଆଉ ୧୪ ଜୀବନ ନେଲା କରୋନା, ୭୯୭ରେ ପହଞ୍ଚଲା ମୃତ୍ୟୁସଂଖ୍ୟା

ଭୁବନେଶ୍ୱର,୨୭ା୯(ବ୍ୟୁରୋ): ରବିବାର ରାଜ୍ୟରୁ ଆଉ ୧୪ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୭୯୭କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ...

କରୋନା ପାଇଁ କମିଲା ବିଏମ୍‌ସିର ରାଜସ୍ବ

ଭୁବନେଶ୍ୱର, ୧୪ା୪(ବ୍ୟୁରୋ): ୨୦୧୯-୨୦ ଆର୍ଥିକ ବର୍ଷରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ରାଜସ୍ବ ଆଦାୟ ଲକ୍ଷ୍ୟ ଅପେକ୍ଷାକୃତ ହ୍ରାସ ପାଇଛି। ବିଏମ୍‌ସି ୨୦୧୯-୨୦ ଆର୍ଥିକ ବର୍ଷ...

କକାଙ୍କୁ ହତ୍ୟା ଘଟଣା, ଅଭିଯୁକ୍ତ ପୁତୁରା ଗିରଫ

ରୂପ୍‌ସା, ୧୭।୧୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ବସ୍ତା ଥାନା ପଳାସିଆ ଗ୍ରାମର ଭାଗବତ ମହାପାତ୍ରଙ୍କୁ ହତ୍ୟା ଅଭିଯୋଗରେ ପୋଲିସ ତାଙ୍କ ପୁତୁରା ଦୀନବନ୍ଧୁ ମହାପାତ୍ରଙ୍କୁ ମଙ୍ଗଳବାର ଗିରଫ କରିଛି।...

Advertisement
Archives

Model This Week