ଘାତକ ସାଜିଛି ଇଂଲିଶ ଚ୍ୟାନେଲ

ପ୍ୟାରିସ/ଲଣ୍ଡନ, ୨୬।୧୧:ଆଟଲାଣ୍ଟିକ୍‌ ମହାସାଗରରେ ଥିବା ଇଂଲିଶ ଚ୍ୟାନେଲର ଲମ୍ବ ୫୬୦ କି.ମି. ଓ ଚଉଡ଼ା ୨୪୦ କି.ମି.। ବିଶ୍ୱର ସବୁଠୁ ବ୍ୟସ୍ତବହୁଳ ଜାହାଜ ଚଳାଚଳ ଲେନ୍‌ ଡୋଭର ପ୍ରଣାଳୀରେ ଏହା ସଂକୀର୍ଣ୍ଣ ହୋଇ ୩୪ କି.ମି. ରହିଛି। ଦକ୍ଷିଣ ଇଂଲଣ୍ଡକୁ ଉତ୍ତର ଫ୍ରାନ୍ସଠାରୁ ପୃଥକ୍‌ କରୁଥିବା ଏହି ଜଳପଥ ବ୍ରିଟେନକୁ ନୌସେନାର ସୁପରପାଓ୍ବାର ପାଲଟିବାରେ ସହାୟକ ହୋଇଛି। କିଛିବର୍ଷ ହେଲା ଫ୍ରାନ୍ସରୁ ଇଂଲିଶ ଚ୍ୟାନେଲ ଦେଇ ବ୍ରିଟେନକୁ ଯାତ୍ରା କରୁଥିବା ପ୍ରବାସୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି, ଯାହାର ଫାଇଦା ନେଉଛନ୍ତି ମାନବ ଚାଲାଣକାରୀ। ଦୁର୍ବଳ ବୋଟ୍‌ଗୁଡ଼ିକରେ ବିନା କୌଣସି ଜୀବନ ରକ୍ଷକ ଜ୍ୟାକେଟରେ ବିପଦପୂର୍ଣ୍ଣ ଯାତ୍ରା କରାଇ ଦେଶାନ୍ତରୀ ଶ୍ରମିକମାନଙ୍କଠାରୁ ମୋଟା ଅଙ୍କର ମୁନାଫା କମାଇଥାନ୍ତି ଏହି ସ୍ମଗ୍‌ଲରମାନେ। ଏହି କ୍ରମରେ ବୁଧବାର ଫ୍ରାନ୍ସରୁ ଇଂଲିଶ ଚ୍ୟାନେଲ ଦେଇ ଇଂଲଣ୍ଡ ଯାଉଥିବାବେଳେ କାଲାଇସ୍‌ ବନ୍ଦର ନିକଟରେ ବୋଟ୍‌ ବୁଡ଼ିଯିବାରୁ ୨୭ ପ୍ରବାସୀଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୧୭ ପୁରୁଷ, ୭ ମହିଳା ଓ ୩ ଶିଶୁ ଅଛନ୍ତି। ମହିଳାଙ୍କ ମଧ୍ୟରୁ ଜଣେ ଗର୍ଭବତୀ ଥିଲେ। ଫ୍ରାନ୍ସ ଉପକୂଳ ଡୋଭର ନିକଟରେ ଜୀବନ ରକ୍ଷକ ଜ୍ୟାକେଟ ପିନ୍ଧାଇ ଦୁଇଜଣଙ୍କୁ ଉଦ୍ଧାର କରାଯାଇଛି। ଫ୍ରାନ୍ସର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଏହି ଦୁଇଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି। ଜଣେ ଇରାକ ଓ ଅନ୍ୟ ଜଣେ ସୋମାଲିଆ ନାଗରିକ ବୋଲି ଜଣାପଡ଼ିଛି। ଏହି ବୋଟ୍‌ ବୁଡ଼ିକୁ ଚ୍ୟାନେଲରେ ସବୁଠୁ ଘାତକ ଦୁର୍ଘଟଣା ବୋଲି ୨୦୧୪ରୁ ଏ ସମ୍ପର୍କିତ ତଥ୍ୟ ସଂଗ୍ରହ କରୁଥିବା ଅନ୍ତର୍ଜାତୀୟ ପ୍ରବାସୀ ସଙ୍ଗଠନ ପକ୍ଷରୁ କୁହାଯାଇଛି। ଇତିମଧ୍ୟରେ ଏହି ପ୍ରସଙ୍ଗରେ ମୁହଁାମୁହିଁ ହୋଇଛନ୍ତି ବ୍ରିଟେନ ଓ ଫ୍ରାନ୍ସ।
ଇଂଲିଶ ଚ୍ୟାନେଲରେ ୨୭ ଜଣ ସଳିଳ ସମାଧି ନେବା ପରେ ଫ୍ରାନ୍ସ ଓ ବ୍ରିଟେନ ପରସ୍ପର ଉପରେ ଦୋଷ ଲଦିବାରେ ଲାଗିଛନ୍ତି। ଫ୍ରାନ୍ସ ଗୃହମନ୍ତ୍ରୀ ଗେରାଲ୍ଡ ଡର୍ମାନିନ୍‌ କହିଛନ୍ତି, ସଦ୍ୟ ଦୁର୍ଘଟଣା ପରେ ୫ ଚାଲାଣକାରୀଙ୍କୁ ଗିରଫ କରାଯାଇଛି। ଜଳପଥରେ ପ୍ରବାସୀ ସ୍ଥାନାନ୍ତର ହେବା ଏକ ଅନ୍ତର୍ଜାତୀୟ ସମସ୍ୟା। ବ୍ରିଟେନର ଆପ୍ରବାସନ ପରିଚାଳନା ନୀତି ଖରାପ। ଫ୍ରାନ୍ସ ଓ ବ୍ରିଟେନ ଉପକୂଳ ଦେଇ ଅତିକ୍ରମ କରୁଥିବା ଅନ୍ୟ ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ମଧ୍ୟ ଏଦିଗରେ ଅଧିକ ଯନତ୍ଶୀଳ ହେବା ଆବଶ୍ୟକ। ସେହିପରି ବ୍ରିଟେନ ଗୃହ ସଚିବ ପ୍ରୀତି ପଟେଲ ଗେରାଲ୍ଡଙ୍କ ସହ ଏହି ଟ୍ରାଜେଡି ସମ୍ପର୍କରେ ଆଲୋଚନା କରିଛନ୍ତି। ଇଂଲଣ୍ଡର ଦକ୍ଷିଣ ଉପକୂଳରେ କ୍ରମାଗତ ଭାବେ ପ୍ରବାସୀମାନେ ପହଞ୍ଚୁଥିବାର ଦୃଶ୍ୟ ଚାଲାଣକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତାକୁ ସୂଚାଉଛି ବୋଲି ଡାଉନିଂ ଷ୍ଟ୍ରିଟ୍‌ ପକ୍ଷରୁ କୁହାଯାଇଛି। ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ କହିଛନ୍ତି, ୟୁକେ ଏବଂ ଫ୍ରାନ୍ସ ଏ ଦିଗରେ ଅଧିକ ପଦକ୍ଷେପ ନିଆଯିବା ଉପରେ ସହମତ ହୋଇଥିଲେ। କିନ୍ତୁ ଫ୍ରାନ୍ସର ଅବହେଳା ଯୋଗୁ ସ୍ଥିତିରେ ସୁଧାର ଆସୁନାହିଁ। ସଦ୍ୟ ଦୁର୍ଘଟଣା ପରେ ଫ୍ରେଞ୍ଚ୍‌ ଚ୍ୟାନେଲ ଉପକୂଳରେ ମିଳିତ ପାଟ୍ରୋଲିଂ ନେଇ ଫ୍ରାନ୍ସ ନୂଆ ବାଟ ଖୋଜିବା ଜରୁରୀ ହୋଇପଡ଼ିଛି। ଅନ୍ୟପକ୍ଷେ ଫ୍ରାନ୍ସ ରାଷ୍ଟ୍ରପତି ଇମାନ୍ବେଲ୍‌ ମାକ୍‌ରଁ ଏଭଳି ଦୁଃଖଦ ସ୍ଥିତିକୁ ନେଇ ରାଜନୀତି କରାଯିବା ଅନୁଚିତ ବୋଲି ଜନ୍‌ସନ୍‌ଙ୍କୁ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ: ବାନ୍ଧିଲା ପୋଲିସ

ବାରିପଦା,୨୭ା୧୨: ଜଣେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ଜଣେ ଶିକ୍ଷକ। ଏପରି ଏକ ନିନ୍ଦନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲା-ଝାରପୋଖରିଆ ଥାନା...

World Richest Indian-Origin: ବିଶ୍ୱର ସବଠାରୁ ଧନୀ ଭାରତୀୟ ମୂଳ ବାସିନ୍ଦା CEO ହେଲେ ଜୟଶ୍ରୀ ଉଲ୍ଲାଲ,ପଛରେ ରହିଗଲେ…

ନୂଆଦିଲ୍ଲୀ,୨୭।୧୨: ବହୁ ବର୍ଷ ଧରି, ଯେତେବେଳେ ବି ବିଶ୍ୱ ଟେକ ଇଣ୍ଡଷ୍ଟ୍ରି ବା ଶିଳ୍ପ ସବୁଠାରୁ ଧନୀ ଭାରତୀୟ ବଂଶୋଦ୍ଭବ ସିଇଓଙ୍କ ବିଷୟରେ ଆଲୋଚନା କରୁଥିଲା,...

ସଲମାନଙ୍କ ଜନ୍ମଦିନରେ ଏମିତି କହି ଶୁଭେଚ୍ଛା ଜଣାଇଲେ କ୍ୟାଟ୍ରିନା

ବଲିଉଡ ସୁପରଷ୍ଟାର ସଲମାନ ଖାନ ୬୦ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି। ଅନେକ ବଲିଉଡ ସେଲିବ୍ରିଟି ମଧ୍ୟ...

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ମହିଳାଙ୍କୁ ICMRର ଚେତାବନୀ, ସ୍ତନ କର୍କଟ ପାଇଁ କେବଳ…

ନୂଆଦିଲ୍ଲୀ,୨୭।୧୨: ଭାରତରେ ସ୍ତନ କର୍କଟ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ICMR ର ଏକ ଅଧ୍ୟୟନ ଅନୁଯାୟୀ, ନିରାମିଷ ଖାଦ୍ୟ, ଖରାପ ନିଦ୍ରା...

ମୟୂରଭଞ୍ଜ ଜିଲାରେ ଖୋଲିଲା ଧାନମଣ୍ଡି

ମୋରଡ଼ା,୨୭ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଅଧୀନ ଚିତ୍ରଡ଼ା ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ପରିସରରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଜିଲାସ୍ତରୀୟ ଖରିଫ...

ବାଇକ୍‌ରେ ଦାରିଙ୍ଗବାଡ଼ି ଫେରିବାବେଳେ ଦୁର୍ଘଟଣା: ୨ ଯୁବକ ଗୁରୁତର

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଡବେରୀ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବାଇକ୍‌ ଦୁର୍ଘଟଣା ଘଟି ୨ ଯୁବକ ଗୁରୁତର ହୋଇଥିବାବେଳେ ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri