Categories: ଖେଳ

ଭାରତଠାରୁ ହାରିବା ପରେ ଏହି ଇଂଲଣ୍ଡ ମହିଳା କ୍ରିକେଟର୍‌ଙ୍କୁ ମିଳୁଛି ହତ୍ୟା ଧମକ

ଲଣ୍ଡନ,୭।୩: ଇଂଲଣ୍ଡର ମହିଳା କ୍ରିକେଟର ଆଲେକ୍ସ ହାର୍ଟଲି ଏକ ବଡ଼ ଖୁଲାସା କରିଛନ୍ତି। ଅହମ୍ମଦାବାଦରେ ଚାଲିଥିବା ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ରେ ଇଂଲଣ୍ଡ ଭାରତକୁ ୧୦ ଉଇକେଟ ହରାଇବା ପରେ ସୋସିଆଲ ମିଡିଆରେ ତାଙ୍କୁ ହତ୍ୟା ଧମକ ଦିଆଯାଇଥିଲା ବୋଲି ଆଲେକ୍ସ କହିଛନ୍ତି। ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଚାରି ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ମାତ୍ର ଦୁଇ ଦିନ ମଧ୍ୟରେ ଶେଷ ହୋଇଥିଲା। ଏହା ପରେ ଆଲେକ୍ସ ଇଂଲଣ୍ଡ ଦଳକୁ ପରିହାସ କରି ଟୁଇଟ୍‌ କରିଥିଲେ ଯେ ଇଂଲଣ୍ଡ ମହିଳା ଦଳ ଖେଳିବା ପୂର୍ବରୁ ପୁରୁଷ ଦଳ ସେମାନଙ୍କ ମ୍ୟାଚ ଶେଷ କରି ଏକ ଭଲ କାମ କରିଥିଲେ।
ଏହା ପରେ ଇଂଲଣ୍ଡ କ୍ରିକେଟର୍‌ ରୋନି ବର୍ନସ ଆଲେକ୍ସଙ୍କୁ ଜବାବ ଦେଇ କହିଥିଲେ, ଏହା ଏକ ନିରାଶାଜନକ ଟୁଇଟ, ଆମ ଦଳ ମହିଳା କ୍ରିକେଟକୁ ବହୁତ ସମର୍ଥନ କରନ୍ତି ବୋଲି କହିଥିଲେ। ତେବେ ପରେ ବନର୍‌ସ ଏହି ଟୁଇଟକୁ ଡିଲିଟ କରିଦେଇଥିଲେ। ବନର୍‌ସଙ୍କ ଏହି ମନ୍ତବ୍ୟକୁ ବେନ ଷ୍ଟୋକ୍ସ ଏବଂ ଜେମ୍ସ ଆଣ୍ଡରସନ ମଧ୍ୟ ପସନ୍ଦ କରିଥିଲେ। ତେବେ ଏହା ପରେ ଆଲେକ୍ସ ସୋସିଆଲ ମିଡିଆରେ ଟ୍ରୋଲର ଟାର୍ଗେଟରେ ଆସିଥିଲେ। ଏକ ସାକ୍ଷାତକାରରେ ଆଲେକ୍ସ କହିଛନ୍ତି ଯେ ତାଙ୍କ ଟୁଇଟ୍‌କୁ ଭୁଲ ନଜରରେ ଦେଖାଯାଇଛି। ଏହି ଟୁଇଟ୍‌ ପରେ ତାଙ୍କୁ ସୋସିଆଲ ମିଡିଆରେ ହତ୍ୟା କରିବାର ଧମକ ମିଳିଛି। କିଛି ଲୋକ ମୋତେ ଜୀବନରୁ ମାରିଦେବାକୁ ଧମକ ଦେଉଥିବା ସେ କହିଛନ୍ତି।

Share