ଖସିଯାଉଛନ୍ତି ଯନ୍ତ୍ରୀ

ଶିକ୍ଷାର ଆଦ୍ୟପୀଠ ସ୍କୁଲ । ପିଲାଙ୍କ ଶିକ୍ଷା, ଆଚରଣ ଓ ସମୟାନୁବର୍ତ୍ତିତାର ମୂଳଦୁଆ ଏହିଠାରୁ ପଡ଼ିଥାଏ। ମାତାପିତା ସେମାନଙ୍କ ପିଲାମାନଙ୍କୁ ପଠାଉଥିବା ସ୍କୁଲ ସବୁ ଦିଗରୁ ସୁରକ୍ଷିତ ଥିବା ଆଶା ରଖିଥାଆନ୍ତି । ହେଲେ ଅନେକ ସମୟରେ ସ୍କୁଲରେ ପିଲାଙ୍କୁ ଦଣ୍ଡ ଦିଆଯିବା, ଶିକ୍ଷୟିତ୍ରୀ ଶିକ୍ଷକଙ୍କ ଦୁର୍ବ୍ୟବହାର ଦେଖିବାକୁ ମିଳୁଛି, ଯାହା ବହୁ ସମୟରେ ଅପ୍ରୀତିକର ସ୍ଥିତି ସୃଷ୍ଟି କରୁଛି। ଏସବୁଠାରୁ ବଳି ଯାଉଛି ଯେତେବେଳେ ସ୍ଥାନୀୟ ପ୍ରଶାସନ ଓ ସ୍କୁଲ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ପିଲାମାନଙ୍କ ଜୀବନ ଯାଉଛି। ଉଦାହରଣ ଗୋଟାଇଲେ ଅନେକ ମିଳିବ। ଜୁଲାଇ ୨୫ ତାରିଖରେ ରାଜସ୍ଥାନ ଝାଲଓ୍ବାର ଜିଲା ପିପ୍‌ଲୋଦି ଗାଁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଛାତ ଭୁଶୁଡ଼ି ୭ ଜଣ ଛାତ୍ରଙ୍କ ମୃତ୍ୟୁ ହେବା ସହ ୨୮ରୁ ଊର୍ଦ୍ଧ୍ୱ ଆହତ ହୋଇଥିଲେ। ଏହାର ୩ଦିନ ପରେ ଅର୍ଥାତ୍‌ ଜୁଲାଇ ୨୮ରେ ସେହି ରାଜ୍ୟର ଜୈସଲମେର ଜିଲାରେ ଏକ ସ୍କୁଲ ଗେଟ୍‌ରୁ ସ୍ଲାବ ଖସି ଜଣେ ଛାତ୍ରଙ୍କର ଜୀବନ ଯାଇଛି। ଏହା ବ୍ୟତୀତ ଜୁଲାଇ ୨୬ରେ ଉତ୍ତରପ୍ରଦେଶ ହାପୁର ଜିଲାର ଏକ ସରକାରୀ ପ୍ରାଥମିକ ସ୍କୁଲ ଛାତର କିଛି ଅଂଶ ଖସିପଡ଼ିବାରୁ ୪ ଜଣ ଛାତ୍ର ଆହତ ହୋଇଛନ୍ତି। ଅନ୍ୟ ରାଜ୍ୟର ଏହି ୩ଟି ଘଟଣା ସହ ଓଡ଼ିଶାରେ ଜୁଲାଇ ୨୮ରେ କନ୍ଧମାଳ ଜିଲା ବାଲିଗୁଡ଼ା ବ୍ଲକ୍‌ର ନାଡ଼ାପାଟାଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଘରର ଏକ ଅଂଶ ଭୁଶୁଡ଼ି ପଡ଼ିଥିଲା। ସ୍କୁଲର ୭୭ ଜଣ ପିଲା ସୌଭାଗ୍ୟବଶତଃ ରକ୍ଷା ପାଇଯାଇଛନ୍ତି। ତେବେ ଏହା ପୂର୍ବରୁ ଜୁନ୍‌ରେ କେନ୍ଦୁଝରର ଦେଓଗଡ଼ ପ୍ରାଥମିକ ବିଦ୍ୟାଳୟ ଛାତରୁ ଏକ ଅଂଶ ଖସିପଡ଼ି ଜଣେ ଛାତ୍ର ଆହତ ହୋଇଥିଲେ ଏବଂ ମାର୍ଚ୍ଚରେ ଗଞ୍ଜାମ ବେଗୁନିଆପଡ଼ା ବ୍ଲକର ହରିହର ମର୍ଦ୍ଦରାଜ ହାଇସ୍କୁଲର ଏକ ଶିଡ଼ି ଓ ଛାତ ଭୁଶୁଡ଼ିବା ଖବର ସାମ୍ନାକୁ ଆସିଥିଲା, ଯେଉଁଥିରେ କେହି ମୃତାହତ ହୋଇ ନ ଥିଲେ। ଏସବୁ ଘଟଣା ସୂଚିତ କରୁଛି ଯେ, ପିଲାଙ୍କ ସୁରକ୍ଷା ପ୍ରତି କାହାର ଦୃଷ୍ଟି ନାହିଁ। ଯେଉଁ ଛାତ ତଳେ ପିଲା ପଢୁଛନ୍ତି ତାହା ସୁରକ୍ଷିତ କି ନୁହେଁ, ତାହାର ନିୟମିତ ଯାଞ୍ଚ ପ୍ରାୟ ହୁଏ ନାହିଁ। କେଉଁ ଠିକାଦାର କେବେ ଏହାକୁ କରିଥିଲେ, ମାନ କେମିତି ଥିଲା ଓ ତାହା କେତେଦିନ ସୁରକ୍ଷିତ ଭାବେ ରହିପାରିବ, ସେସବୁର କୌଣସି ବିବରଣୀ ସ୍କୁଲ କାନ୍ଥରେ କିମ୍ବା କାଗଜପତ୍ରରେ ଉଲ୍ଲେଖ ନ ଥାଏ। ବେଶି ଗୁରୁତ୍ୱ ରଖେ ସେହି ସ୍କୁଲକୁ ଶିଳାନ୍ୟାସ ଓ ଉଦ୍‌ଘାଟନ ବେଳେ ପଥର ଉପରେ ମନ୍ତ୍ରୀ, ନେତା ଓ ପ୍ରଶାସନିକ ଅଧିକାରୀଙ୍କ ନାମ ଉଲ୍ଲେଖ କରିବା । କିନ୍ତୁ କୌଣସି ଜାଗାରେ କାର୍ଯ୍ୟ କରିଥିବା ଠିକାଦାରଙ୍କ ନାମ ଏବଂ ତାଙ୍କ ସମ୍ପର୍କରେ ତଥ୍ୟ ରଖାଯାଏ ନାହିଁ, ଯେଉଁଥିପାଇଁ ସେହି ବ୍ୟକ୍ତି ବିଶେଷ ନିରାପତ୍ତାରେ ଖସି ଯାଇଥାନ୍ତି। ଠିକାଦାରଙ୍କ ସହ ସମ୍ପୃକ୍ତ ସରକାରୀ ବିଭାଗ ଯଥା ବ୍ଲକ, ପୂର୍ତ୍ତ ବିଭାଗର କେଉଁ କନିଷ୍ଠ ଯନ୍ତ୍ରୀ ଏବଂ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସେହି ପ୍ରକଳ୍ପକୁ ନିର୍ମାଣ କଲେ ସେମାନଙ୍କର ନାମ ଏବଂ ତଥ୍ୟ ଉଲ୍ଲେଖ କରାଯାଉ ନ ଥିବାରୁ ମୁଖ୍ୟ ଦୋଷୀମାନେ ସଦାସର୍ବଦା ସୁରୁଖୁରୁରେ ଖସିଯିବାର ଉଦାହରଣ ବାରମ୍ବାର ଦେଖିବାକୁ ମିଳୁଛି। ଠିକାଦାର ଓ୍ବାର୍କଅର୍ଡର ପାଇବା ପରେ ‘ର, ଠ’ କାମ କରିଦେଇ ଚାଲିଯାଆନ୍ତି। ବ୍ଲକ ଏବଂ ପୂର୍ତ୍ତ ବିଭାଗ ତଦାରଖରେ ହେଉଥିବା ପ୍ରାୟତଃ ସବୁ କାମର ଗୁଣବତ୍ତା ଉପରେ ନଜର ରଖାଯାଏ ନାହିଁ। ଉଦାହରଣ ସ୍ବୂରୂପ, ୧୦ କିମ୍ବା ୧୫ ବର୍ଷ ତଳେ ନିର୍ମିତ ସ୍କୁଲ କୋଠା ଛାତରୁ ପାଣି ଗଳିବା ସହ କାନ୍ଥରୁ ପ୍ଲାଷ୍ଟର ଖସିପଡ଼ୁଥିବା ଖବର ବହୁ ସମୟରେ ସାମ୍ନାକୁ ଆସୁଛି । ଏହା ନିଶ୍ଚିତକରି କୁହାଯାଇପାରେ ଯେ, ସମାନ ସମୟରେ ଆରମ୍ଭ ହୋଇଥିବା ବ୍ୟକ୍ତିଗତ କୋଠାଗୁଡ଼ିକରୁ ରଙ୍ଗ ଛାଡ଼ି ନ ଥାଏ। ଏଥିରୁ ବୁଝିବା କଷ୍ଟକର ନୁହେଁ ଯେ, ସର୍ବସାଧାରଣ କାମଗୁଡ଼ିକୁ ସର୍ବଦା ଅଣଦେଖା କରାଯାଇଆସୁଛି।
ଏଭଳି ସ୍ଥଳେ ମନେ ପକାଯାଇପାରେ ଯେ, ଏବେ ମଧ୍ୟ ଆମ ରାଜ୍ୟରେ ବହୁ ସ୍କୁଲ ଓ କଲେଜ ବ୍ରିଟିଶ ଅମଳରେ ନିର୍ମିତ ହୋଇଥିବା ସତ୍ତ୍ୱେ ବଡ଼ ଅଘଟଣ ଘଟିଥିବା ନଜରକୁ ଆସେ ନାହିଁ। କାରଣ ସେତେବେଳେ ତିଆରି କରାଯାଇଥିବା କୋଠା ବା ଭିତ୍ତିଭୂମିର ସମୟସୀମା ପ୍ରାୟତଃ ଉଲ୍ଲେଖ କରାଯାଉଥିଲା। ସେହି ଅନୁଯାୟୀ ଯାହାର ସ୍ଥାୟିତ୍ୱ ମିଆଦି ସରିଯିବାକୁ ବସୁଥିଲା ସେତେବେଳେ ସେଗୁଡ଼ିକୁ ଅସୁରକ୍ଷିତ ଭାବେ ଘୋଷଣା କରାଯାଉଥିଲା। ଗୋଟେ ଅନୁମାନ ଲଗାଇଲେ ପାଖାପାଖି ୧୦୦ ବର୍ଷ ଯାଏ କୋଠାଗୁଡ଼ାକ ସାମାନ୍ୟ ମରାମତି ଭିନ୍ନ ବଡ଼ କାମ ମାଗୁ ନ ଥିଲା। ହେଲେ ଏବେ ଗୋଟେ ଶତାବ୍ଦୀର ଚଉଠ ଯାଏ କୋଠା ତିଷ୍ଠିବ ବୋଲି ଜୋର ଦେଇ କହିହେଉ ନାହିଁ। ସ୍କୁଲ କଥାକୁ ଦେଖିଲେ ଯେତେବେଳେ ଛାତ ଭୁଶୁଡ଼ୁଛି କିମ୍ବା କାନ୍ଥ ଭାଙ୍ଗିପଡ଼ୁଛି ସେତେବେଳେ ଶିକ୍ଷକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବେଶି ସମୟ ଲାଗୁ ନାହିଁ। କିନ୍ତୁ ଅସଲ କାର୍ପଟଦାର ଠିକାଦାର ହୁଅନ୍ତୁ କିମ୍ବା ବ୍ଲକର କନିଷ୍ଠ ଯନ୍ତ୍ରୀ ବା ସ୍ଥଳବିଶେଷରେ ଅନ୍ୟ ଅଧିକାରୀମାନେ ଆଢୁଆଳରେ ରହିଯାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଦ୍ଦାନ୍ତ ଅପରାଧୀ ଟିମା ଝାଙ୍କରଙ୍କୁ ଏନକାଉଣ୍ଟର: ତିନି ସହଯୋଗୀଙ୍କୁ ବାନ୍ଧିଲା ପୋଲିସ

ସମ୍ବଲପୁର, ୧୮।୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ନାକଟିଦେଉଳ ଥାନା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ବୁଧବାର ସକାଳୁ ପୋଲିସ ଓ ଅପରାଧୀଙ୍କ ମଧ୍ୟରେ ହୋଇଥିବା ଗୁଳି…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

୨୧ ଯାଏ ଝଡ଼ବର୍ଷା: ୬ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ

ଭୁବନେଶ୍ୱର,୧୮।୩(ବନ୍ଦନା ସେଠୀ):ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିବ। ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ସହ ବିଜୁଳି, ଘଡ଼ଘଡ଼ି ଓ…

ଚାଷୀ ସମସ୍ୟା ଅସମାହିତ: ଚାଷୀ ସଙ୍ଗଠନ ପକ୍ଷରୁ ସମାଧାନ ଦାବି

ବରଗଡ଼,୧୮ା୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ, ମାତ୍ର ଏହି ଜିଲାରେ ଚାଷ ଏବଂ ଚାଷୀ ସମସ୍ୟା ଅସମାହିତ ରହିଛି। ଏହି କ୍ରମରେ ମଙ୍ଗଳବାର ବରଗଡ଼ ଜିଲା…

ଅସୁରକ୍ଷିତ ଗାଡ଼ି ଚାଳକ: ସୁରକ୍ଷା ଦାବିରେ ଏସ୍‌ପିଙ୍କୁ ଫେରାଦ

ବରଗଡ଼,୧୮ା୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଦେଇ ଯାଇଥିବା ରାଜପଥ ସହିତ ବିଭିନ୍ନ ରାସ୍ତାଘାଟରେ ବିଭିନ୍ନ ସମୟରେ ଗାଡ଼ି ଚାଳକଙ୍କୁ ଅଟକାଇ ଆକ୍ରମଣ କରାଯାଉଥିବା ଅଭିଯୋଗ ହୋଇଛି। ଏଭଳି ଆକ୍ରମଣକୁ…

ମଧ୍ୟପ୍ରାଚ୍ୟ ଯୁଦ୍ଧ ଅର୍ଗଳିରୁ ବାହାରିଆସିଲା ‘ନନ୍ଦାଦେବୀ’: ଚର୍ଚ୍ଚାରେ ଓଡ଼ିଆ ପୁଅ କ୍ୟାପ୍‌ଟେନ ଧୀରଜ ଅଗ୍ରୱାଲ

ବଲାଙ୍ଗୀର,୧୮ା୩(ବୀରେନ୍ଦ୍ର କୁମାର ଝାଙ୍କର):ମଧ୍ୟପ୍ରାଚ୍ୟରେ ଏବେ ଯୁଦ୍ଧର ଘନଘଟା। ଇରାନ୍‌-ଇସ୍ରାଏଲ-ଆମେରିକାର ଘମାଘୋଟ ଲଢ଼େଇ ା ଠିକ୍‌ ଏତିକିବେଳେ ଅତ୍ୟନ୍ତ ସମ୍ବେଦନଶୀଳ ମଧ୍ୟପ୍ରାଚ୍ୟର ହର୍ମୁଜ୍‌ ପ୍ରଣାଳୀ (ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌)ରେ…

ଦିଗପହଣ୍ଡିରେ ସାମାଜିକ କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ: ସୁନା ଚେନ ଓ ଟଙ୍କା ଲୁଟିନେଲେ, ଗାଁରେ ଚାପା ଉତ୍ତେଜନା

ଦିଗପହଣ୍ଡି,୧୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବଟିକରପଡ଼ା ଗ୍ରାମରେ ଜଣେ ସାମାଜିକ କର୍ମୀଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri