‘ଗାନ୍ଧୀ ବିଚାରର ଅନ୍ତ ଅସମ୍ଭବ’

ଅନୁଗୋଳ ଅଫିସ, ୨୮।୧ ଗାନ୍ଧିବାଦୀ ସଙ୍ଗଠନଗୁଡ଼ିକ ପକ୍ଷରୁ ଦେଶବ୍ୟାପୀ ଚାଲିଥିବା ”ରାଷ୍ଟ୍ରପିତାଙ୍କ ଅପମାନ-ସହିବ ନାହିଁ ହିନ୍ଦୁସ୍ଥାନ“ ଶୀର୍ଷକ ପ୍ରଚାର ଅଭିଯାନ ଅନୁଗୋଳ ଗାନ୍ଧୀ ପାର୍କଠାରେ ଆୟୋଜିତ ହୋଇଯାଇଛି। ଏଥିରେ ଜିଲା ଗାନ୍ଧୀ ଶାନ୍ତି ପ୍ରତଷ୍ଠାନର ଅଧ୍ୟକ୍ଷ ଶରତ କୁମାର ସାହୁ ଯୋଗଦେଇ କହିଥିଲେ, ସାରା ବିଶ୍ୱରେ ବିଶିଷ୍ଟ ବ୍ୟକ୍ତିମାନେ ଗାନ୍ଧୀଙ୍କୁ ନିଜର ଆଦର୍ଶ ମାନୁଥିବାବେଳେ ଆମ ଦେଶରେ ଗାନ୍ଧୀ ବିଚାରର ହତ୍ୟା ପାଇଁ ଯେଉଁମାନେ ଚେଷ୍ଟା କରୁଛନ୍ତି ସେମାନେ ବିଫଳ ହେବେ। ପ୍ରତିଷ୍ଠାନର ମୁଖପାତ୍ର ସୁବାସ ଚନ୍ଦ୍ର ସାହୁ କହିଥିଲେ, ଗାନ୍ଧୀ ବିଚାରର ଅନ୍ତ ଗୁଳି ଦ୍ୱାରା ହୋଇନାହିଁ କି ତାକୁ କେହି ବି ଅନ୍ତ କରିପାରିବେ ନାହିଁ। ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର କୁମୁଦ ଚନ୍ଦ୍ର ଦାଶ, ଶାନ୍ତି ପ୍ରତିଷ୍ଠାନ ଉପାଧ୍ୟକ୍ଷ ଧନେଶ୍ୱର ସାହୁ, କୈଳାସ ଚନ୍ଦ୍ର ସାହୁ, ଶଙ୍କର ବେହେରା, କଲ୍ୟାଣ କିଶୋର ମହାନ୍ତି, ଅଜୟ ଭାଇ, ଲବ କୁମାର ପ୍ରଧାନ, ମନୋଜ କୁମାର ବେହେରା, ରାଷ୍ଟ୍ରୀୟ ଯୁବା ସଙ୍ଗଠନର ଆଦ୍ୟଶ୍ଳୋକ ମହାନ୍ତି, ଛୋଟରାୟ ମାଝି, ସୁବ୍ରତ ବେହେରା ପ୍ରମୁଖ ଉପସ୍ଥିତ ରହି ନିଜ ନିଜ ମତ ପ୍ରଦାନ କରିଥିଲେ। ସୂର୍ଯ୍ୟନାରାୟଣ ନାଥ ସଭାର ଉଦ୍ଦେଶ୍ୟ ଓ ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ।