Categories: ଫୁରସତ

ମାଲିକଙ୍କ ଉପରେ ଏତେ ରାଗ! ମାତ୍ର ୩ ଶବ୍ଦ ଲେଖି ଇସ୍ତଫା ଦେଲେ କର୍ମଚାରୀ

ପାଠପଢ଼ା ସରିବା ପରେ ଚାକିରିଟିଏ ମିଳିବା ଯେତିକି କଷ୍ଟକର, ସେତିକି କଷ୍ଟକର ହେଉଛି ତାକୁ ଛାଡ଼ିବା। କାରଣ ଏଥିପାଇଁ ଅନେକ ସାହସ ଏକାଠି କରିବାକୁ ପଡେ। ଅଧିକାଂଶ ଲୋକ ଚାକିରି ଛାଡ଼ିବାକୁ ନେଇ ଏତେ ଭାବବିହ୍ବଳ ଥାନ୍ତି ଯେ ସେ ନିଜର ମାଲିକଙ୍କୁ ବଡ ମେଲ୍‌ କରିଥାନ୍ତି। ସେଥିରେ କମ୍ପାନୀ ସହ ତାଙ୍କର ସମୟ ଏବଂ ଅଭିଜ୍ଞତା ବିଷୟରେ ଉଲ୍ଲେଖ କରି ସେ ମାଲିକଙ୍କ ପ୍ରଶଂସା ମଧ୍ୟ କରିଥାନ୍ତି। ହେଲେ ଏବେ ଜଣେ ବ୍ୟକ୍ତି ମାତ୍ର ତିନୋଟି ଶବ୍ଦ ଲେଖି ଚାକିରି ଛାଡ଼ିଛନ୍ତି। ଏବେ ତାଙ୍କର ଉକ୍ତ ଇସ୍ତଫା ପତ୍ର ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଇସ୍ତଫା ପତ୍ରରେ କର୍ମଚାରୀଜଣଙ୍କ ମାତ୍ର ୩ ଶବ୍ଦ ଲେଖିଛନ୍ତି। ତାହା ହେଉଛି ‘ବାଏ ବାଏ ସାର୍‌’। ଯାହାକୁ ଦେଖି ଅନେକ ସେ ଏହାକୁ ବେଶ ସାଧାସିଧା ରଖିବାକୁ ଚାହୁଁଥିବା କହିଛନ୍ତି। ସେହିଭଳି ଆଉ କିଛି ସେ ରାଗରେ ଏପରି ଲେଖିଥିବା କହୁଥିବା ଦେଖାଯାଇଛି।

ତେବେ ସାଧାରଣତଃ ଇସ୍ତଫା ପତ୍ର ଲେଖିବା ବେଳେ ବହୁତ କିଛି ଭାବିବାକୁ ପଡ଼ିଥାଏ। କାରଣ ଲୋକେ ମାଲିକ ସହ ସମ୍ପର୍କକୁ ତିକ୍ତତାରେ ପରିଣତ କରିବାକୁ ଚାହାନ୍ତି ନାହିଁ। ଏପରି କରିବା ଦ୍ୱାରା ପୁନର୍ବାର ସେଠାରେ ଚାକିରି କରିବାର ସମ୍ଭାବନା ରହିଥାଏ। ହେଲେ ଏହି ଇସ୍ତଫା ପତ୍ରରେ ସେଭଳି କିଛି ନଜର ଆସୁନାହିଁ। ଟୁଇଟରରେ ‘MBSVUDU ନାମକ ଆକାଉଣ୍ଟରୁ ଏହାକୁ ଶେୟାର କରାଯାଇଛି। ବ୍ୟବହାରକାରୀଜଣଙ୍କ କ୍ୟାପଶନରେ ଲେଖିଛନ୍ତି ‘ସିମ୍ପଲ୍‌’। ଦେଖନ୍ତୁ ଟୁଇଟ-

Share