ଗାଁରେ ପଶିଲା ହାତୀ, ଗ୍ରାମବାସୀ ଭୟଭୀତ

ରୂପ୍‌ସା,୨୫ା୬(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ରୂପସା ଥାନା ଗଡ଼ପଦା ପଞ୍ଚାୟତ ଅନ୍ତର୍ଗତ ଜହତା ଗ୍ରାମରେ ଶୁକ୍ରବାର ସକାଳେ ଏକ ଦନ୍ତାହାତୀ ପଶି ଆସିଥିବା ଦେଖିବାକୁ ମିଳିଛି। ଜଣେ ଚାଷୀଙ୍କ ଆଖୁ ଫସଲ ନଷ୍ଟ କରିବା ଦେଖି ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି। ବନବିଭାଗକୁ ଖବର ଦିଆଯାଇଛି। ମୟୁରଭଞ୍ଜ ପଟୁ ଏହି ହାତୀଟି ନଦୀ ପାରି ହୋଇ ପଶି ଆସିଥିବା ଜଣାପଡ଼ିଛି।