ଖୋର୍ଦ୍ଧାରେ ପୁଣି ପଶିଲା ହାତୀ

ଖୋର୍ଦ୍ଧା ଅଫିସ,୧୫।୧: ଖୋର୍ଦ୍ଧା ବନଖଣ୍ଡରେ ହାତୀ ଉପଦ୍ରବ ଲାଗି ରହିଛି। ନିକଟରେ ହାତୀ ମେଡିକାଲ ଭିତରେ ପଶିଥିଲା। ଗୁରୁବାର ବିଳମ୍ବିତ ରାତିରେ ଜରିପୁଟ ଜଙ୍ଗଲରୁ ଏକ ଦନ୍ତା ଲୋକେଶ୍ୱର ଦେଇ କୋଣାର୍କ ନଗର ପଛପଟ ଇଭିଏମ୍‌ ଗୋଦାମ ପାଚେରି, ଜାତୀୟ ରାଜପଥ ପାଶର୍‌ବ ଜାନକୀବଲ୍ଲଭ ଉଦ୍ୟାନ ପାଚେରି ଭାଙ୍ଗି ବରୁଣେଇ ଜଙ୍ଗଲକୁ ଚାଲିଯାଇଛି। ଖବରପାଇ ବନ ବିଭାଗ ଟିମ ପହଞ୍ଚତ୍ ହାତୀକୁ ଜଙ୍ଗଲ ଆଡ଼କୁ ଘଉଡ଼ାଉ ଥିଲେ। ତେବେ ହାତୀ ଏବେ ସହରମୁହାଁ ହେଉଛି। ବାରମ୍ବାର ହାତୀ ସହରରେ ପ୍ରବେଶ କରୁଥିବା ବେଳେ ହାତୀଙ୍କୁ ନିୟନ୍ତ୍ରଣ କରିବାରେ ବନ ବିଭାଗ ଅପାରଗତାକୁ ସାଧାରଣରେ ଦାୟୀ କରାଯାଇଛି। ନିକଟରେ ହାତୀ ଆକ୍ରମଣରେ ଦୁଇଜଣ ଫରେଷ୍ଟର ଗୁରୁତର ଆହତ ହୋଇ ଚିକିତ୍ସାଧୀନ ରହିଥିବା ବେଳେ ଟ୍ରେନ ଧକ୍କାରେ ୨ଟି ହାତୀଙ୍କ ମୃତ୍ୟୁ ଘଟିଥିଲା। ଚନ୍ଦକାରୁ ଖସି ଆସିଥିବା ହାତୀପଲ
ଖୋର୍ଦ୍ଧା ବନଖଣ୍ଡରେ ବୁଲୁଛନ୍ତି। ହାତୀ-ମଣିଷ ଲଢ଼େଇରେ କେତେବେଳେ ହାତୀ ତ କେତେବେଳେ ମଣିଷଙ୍କ ଜୀବନ ଯାଉଛି।