ରାତି ଅଧରେ ଗାଁରେ ପଶିଲେ ହାତୀପଲ: ଘର ଭାଙ୍ଗି କଲେ ଆକ୍ରମଣ

ସଜନାଗଡ଼,୧୦।୧(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରି ଥାନା ଅନ୍ତର୍ଗତ କୁଳଡ଼ିହା ବନ ବିଭାଗ ଅଧୀନ ବାଉଁଶବଣିଆ ପଞ୍ଚାୟତର ଜୁଣିଆ ଗ୍ରାମରେ ଶନିବାର ରାତିରେ ହାତୀପଲ ପଶିଛନ୍ତି। ହାତୀପଲ ବ୍ୟାପକ ଧାନ ଫସଲ ନଷ୍ଟ କରିବା ସହ ଜଣଙ୍କ ଘର ଭାଙ୍ଗି ତାଙ୍କୁ ଆକ୍ରମଣ କରିଛନ୍ତି। ସେ ହେଲେ ନାଗେନ୍ଦ୍ର ଦଳେଇ (୬୦)। ଗୁରୁତର ଅବସ୍ଥାରେ ତାଙ୍କୁ ନୀଳଗିରି ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ନାଗେନ୍ଦ୍ରଙ୍କ ସ୍ତ୍ରୀ ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି।