ଚାଷୀଙ୍କ ଛାତିରେ ପାଦ ରଖି ଦଳିଦେଲା ହାତୀ

ଚୌଦ୍ୱାର,୪ା୧୨(ଡି.ଏନ୍‌.ଏ.): ହାତୀ ପାଦ ତଳେ ଜଣେ ଚାଷୀଙ୍କ ଜୀବନ ଯାଇଛି। ଏଭଳି ଘଟଣା ଘଟିଛି ଚୌଦ୍ୱାର ଆଗ୍ରାହାଟ ପଞ୍ଚାୟତ ଭରାଣ୍ଡୀ ଚାଷଜମିରେ। ଶୁକ୍ରବାର ସକାଳୁ ଧାନ କାଟିବା ପାଇଁ ଆସିଥିବା ବୁଢାଲିଙ୍ଗ ଗ୍ରାମର ବୃଦ୍ଧ ରତ୍ନାକର ବେହେରା। ଧାନ କାଟୁଥିବା ସମୟରେ ହାତୀ ଆକ୍ରମଣର ଶିକାର ହୋଇଥିଲେ । ହାତୀ ରତ୍ନାକରଙ୍କ ଛାତି ଉପରେ ପାଦ ପକାଇ ଦେଇଥିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏନେଇ ଗ୍ରାମବାସୀ ଓ ପରିବାର ଲୋକେ କ୍ଷତିପୂରଣ ଦାବି କରିଛନ୍ତି।