ମହୁଲ ଗୋଟାଇବା ହେଲା କାଳ: ସ୍ତ୍ରୀ ସାମ୍ନାରେ ସ୍ବାମୀଙ୍କ ଜୀବନ ନେଲା ହାତୀ

ବରଗଡ଼ ଅଫିସ,୧୪।୪: ବରଗଡ଼ ଜିଲା ଘେଁସ ଫରେଷ୍ଟ ରେଞ୍ଜ ଅର୍ନ୍ତଗତ ଖଲିଆମୁଣ୍ଡା ଗ୍ରାମରେ ବୁଧବାର ସକାଳେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକଜଣଙ୍କ ହେଲେ ଉକ୍ତ ଗ୍ରାମର ଦେବେନ୍ଦ୍ର ବଢ଼େଇ(୫୫)। ବୋଲି ଜଣାପଡିଛି।
ପ୍ରକାଶ ଯେ, ଦେବେନ୍ଦ୍ର ସ୍ତ୍ରୀଙ୍କ ସହ ମହୁଲ ଗୋଟାଇବା ପାଇଁ ଯାଇଥିଲେ। ଉଭୟ ମହୁଲ ଗୋଟାଉଥିବା ବେଳେ ଗାଇସିଲେଟ ଫରେଷ୍ଟ ରେଞ୍ଜରୁ ୨ଟି ହାତୀ ସେମାନଙ୍କ ନିକଟରୁ ଆସିଥିଲେ। ହାତୀକୁ ଦେଖି ଉଭୟ ଦୌଡ଼ିବାକୁ ଲାଗିଥିଲେ। ମାତ୍ର ମୃତ ଦେବେନ୍ଦ୍ର ହାତୀ ହାବୁଡରେ ପଡିଥିଲେ ଏବଂ ସେଠାରେ ହାତୀ ତାଙ୍କୁ କଚାଡି ମାରି ଦେଇଥିଲା। ଅନ୍ୟପକ୍ଷରେ ତାଙ୍କ ସ୍ତ୍ରୀ କୌଶଳକ୍ରମେ ହାତୀ କବଳରୁ ଖସି ଆସିଥିଲେ। ଖବର ପାଇ ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।