ହାତୀ ବେକରେ ପୁଣି ରେଡିଓ କଲାର

ଭୁବନେଶ୍ୱର, ୧୮।୭ (ବନ୍ଦନା ସେଠୀ):ରାଜ୍ୟରେ ହାତୀ ମୃତ୍ୟୁ ଓ ହାତୀ-ମଣିଷ ଲଢେଇ ରୋକିବାକୁ ରାଜ୍ୟ ସରକାର ପ୍ରୟାସ ଜାରି ରଖିଛନ୍ତି। ବିଶେଷକରି ଉତ୍ପାତ କରୁଥିବା ବା ଜନବସତିକୁ ଚାଲି ଆସୁଥିବା ଦୁଷ୍ଟ ହାତୀଙ୍କ ବେକରେ ରେଡିଓ କଲାରିଂ ପାଇଁ ପୁଣି ଉଦ୍ୟମ ଆରମ୍ଭ ହୋଇଛି। ଏଥିପାଇଁ ବେଙ୍ଗାଲୁରୁର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଫିଜିକ୍ସର ଏସିଆନ୍‌ ନେଚର କଞ୍ଜରଭେଶନ ଫାଉଣ୍ଡେଶନ ସହ ଏମ୍‌ଓୟୁ ସ୍ବାକ୍ଷରିତ ହୋଇଥିବା ବନ୍ୟପ୍ରାଣୀ ପିସିସିଏଫ୍‌ ସୁଶୀଲ କୁମାର ପୋପ୍‌ଲି ସୂଚନା ଦେଇଛନ୍ତି। ପୂର୍ବରୁ ଚନ୍ଦକାରେ ହେବାକୁ ଥିବା ରେଡିଓ କଲାରିଂ ପାଇଁ ଏହି ସଂସ୍ଥା ସହିତ ଚୁକ୍ତି ସ୍ବାକ୍ଷରିତ ହୋଇଥିବାବେଳେ ଏବେ ତାହାକୁ ରିଭାଇଜ୍‌ କରାଯାଇଛି। ପ୍ରାରମ୍ଭିକ ଭାବେ ପାଇଲଟ ପ୍ରକଳ୍ପ ଭାବେ ୩ଟି ହାତୀ ବେକରେ ରେଡିଓ କଲାରିଂ ଲଗାଯିବ। ମାଈ କିମ୍ବା ଦନ୍ତା ହାତୀଠାରେ ରେଡିଓ କଲାରିଂ ହେବ। ଫଳରେ ହାତୀର ଚଳପ୍ରଚଳ ନେଇ ରିଅଲ ଟାଇମ ତଥ୍ୟ ହାସଲ ହୋଇପାରିବ। ଯଦି ସେମାନେ ନିଜ କରିଡ଼ରରୁ ବାହାରକୁ ଯାଉଛନ୍ତି, ସେମାନଙ୍କୁ ଟ୍ରାକ କରି ବାଟକୁ ଅଣାଯିବ ଓ ହାତୀଙ୍କ ଗତିବିଧି ନେଇ ସ୍ଥାନୀୟ ଲୋକଙ୍କୁ ସତର୍କ କରାଯାଇପାରିବ। ବର୍ଷା ଦିନ ସରିବା ପରେ ଏହି କାର୍ଯ୍ୟ ଆରମ୍ଭ ହେବ ବୋଲି ପୋପ୍‌ଲି କହିଛନ୍ତି। ତେବେ ବନ ବିଭାଗର ଏହି ଯୋଜନାର ସଫଳତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କାରଣ ୨୦୨୧ରେ ଚନ୍ଦକା ଅଭୟାରଣ୍ୟରେ ଏହି ବ୍ୟବସ୍ଥା ଆରମ୍ଭ ହୋଇଥିଲା। ମାତ୍ର ବିଭିନ୍ନ କାରଣରୁ ଏଥିରେ ସଫଳତା ମିଳିପାରି ନ ଥିଲା। ସେହିପରି ଖୋର୍ଦ୍ଧା ଜିଲାରେ ମଧ୍ୟ ବିଭିନ୍ନ କାରଣ ପାଇଁ ଏହାକୁ କାର୍ଯ୍ୟକାରୀ କରାଯାଇ ପାରି ନ ଥିଲା। କେବଳ ଓଡ଼ିଶା ନୁହେଁ, ୨୦୧୮ ଅକ୍ଟୋବରରେ ଛତିଶଗଡରେ ଆରମ୍ଭ ହୋଇଥିବା ହାତୀଙ୍କ ରେଡ଼ିଓ କଲାରିଂ ମନିଟରିଂ ସଫଳ ହୋଇପାରି ନାହିଁ। ଅନ୍ୟ ରାଜ୍ୟଗୁଡିକରେ ଏହି ଯୋଜନା ଫେଲ୍‌ ମାରୁଥିବାବେଳେ ଏହି ବ୍ୟୟବହୁଳ ପ୍ରକ୍ରିୟାକୁ ଓଡ଼ିଶାରେ କାହିଁକି ଆପଣା ଯାଉଛି ସେ ନେଇ କେତେଜଣ ବନ୍ୟପ୍ରଣୀ ବିଶେଷଜ୍ଞ ପ୍ରଶ୍ନ ଉଠାଇଛନ୍ତି।
ବିଶେଷଜ୍ଞ ବିଶ୍ୱଜିତ୍‌ ମହାନ୍ତି କହିଛନ୍ତି, ରେଡିଓ କଲାରିଂ ପ୍ରକ୍ରିୟା ଅତ୍ୟନ୍ତ ବ୍ୟୟ ସାପେକ୍ଷ। ଗୋଟିଏ ରେଡିଓ କଲାରର ଦାମ୍‌ ପ୍ରାୟ ୨ଲକ୍ଷ ଟଙ୍କା ହୋଇଥିବାବେଳେ ଏହାର ସାଟେଲାଇଟ୍‌ ଟ୍ରାକ୍‌ିଂ ଓ ମିନିଟରିଂ କରିବାକୁ ବର୍ଷକୁ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ। ତେଣୁ ଏହି ପ୍ରକ୍ରିୟାକୁ ଠିକ୍‌ ଭାବେ ଆପଣାଇବା ସହିତ ଟ୍ରାକିଂ କରିବା ଆବଶ୍ୟକ। ହାତୀ ଏକ ଚତୁର ଜୀବ ହୋଇଥିବାରୁ ସେମାନେ ବେକରେ ଲାଗିଥିବା ରେଡିଓ କଲାରିଂକୁ ଶୁଣ୍ଢରେ ଭିଡି ବାହାର କରିଦେବାର ନଜିର ପୂର୍ବରୁ ରହିଛି। ତେଣୁ ଯୋଜନାର ସଫଳତାକୁ ନେଇ ସନ୍ଦେହ ଲାଗୁଛି। ଅପରପକ୍ଷେ ଜଙ୍ଗଲ ମଧ୍ୟରେ ଫୁଟ୍‌ ପାଟ୍ରୋଲିଂ କରି ମନିଟରିଂ କରିବା ପାଇଁ ବିଭାଗ ପକ୍ଷରୁ ପ୍ରାୟ ୧ହଜାର ଲୋକ ନିୟୋଜିତ ଅଛନ୍ତି। ମାତ୍ର ସେମାନେ ଠିକ୍‌ ଭାବେ କାମ କରୁ ନ ଥିବାରୁ ଆମକୁ ଟେକ୍ନୋଲୋଜିର ସାହାରା ନେବାକୁ ପଡୁଛି ବୋଲି ବିଶ୍ୱଜିତ୍‌ କହିଛନ୍ତି। ସେହିପରି ଖୋର୍ଦ୍ଧା ଜିଲା ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି, କେରଳ, କର୍ନାଟକ, ତାମିଲନାଡୁରେ ଅଧିକ ହାତୀ ଦେଖାଯାଇଥାନ୍ତି। ସେଠାରେ ହାତୀଙ୍କଠାରେ ଏଭଳି ରେଡିଓ କଲାରିଂ କରାଯାଉ ନ ଥିବାବେଳେ ଓଡ଼ିଶାରେ କ’ଣ ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ସେହିଭଳି ସୁରେଶ ଚନ୍ଦ୍ର ମିଶ୍ର, ଶରତ ପଟ୍ଟନାୟକ, କମଳ ଲୋଚନ ପୁରୋହିତଙ୍କ ଭଳି ଅଭିଜ୍ଞ ବନ ସଂରକ୍ଷକ, ଅଧିକାରୀ ଥିବାସତ୍ତ୍ୱେ ରେଡିଓ କଲାରିଂ କରିବା ପାଇଁ ବାହାର ରାଜ୍ୟ ସହିତ ଏମ୍‌ଓୟୁ କରିବାର କୌଣସି ଯଥାର୍ଥ ନାହିଁ। ବନବିଭାଗ ଆମ ରାଜ୍ୟର ଦକ୍ଷ ବନ ଅଧିକାରୀଙ୍କୁ ନେଇ ଏକ କମିଟି ଗଠନ କରୁ। ଆମ ସମ୍ବଳ ଓ ନିଜ ଲୋକଙ୍କୁ ନେଇ କମ୍‌ ଖର୍ଚ୍ଚରେ କାମ କରାଯାଉ ବୋଲି ଶୁଭେନ୍ଦୁ କହିଛନ୍ତି। ଅପରପକ୍ଷେ ହାତୀ ବେକରେ ରେଡିଓ କଲାରିଂ ଦ୍ୱାରା ସେଫ୍ଟି ସେମିଆ ହେବାର ଆଶଙ୍କା ଥିବା ପୂର୍ବତନ ପିସିସିଏଫ୍‌ ବିଜୟ କେତନ ପଟ୍ଟନାୟକ କହିଛନ୍ତି। ରେଡିଓ କଲାରିଂ ଲାଗିଥିବା ବାଘ ବେକରେ ବର୍ଷା ପାଣି ପଡି ତାହା ସେଫ୍ଟିକ୍‌ ହୋଇଯିବା ଫଳରେ ତା’ର ମୃତ୍ୟୁ ହୋଇଥିବା ଖବର ନିକଟରେ ଜଣାପଡିଥିଲା। ତେଣୁ ହାତୀଙ୍କ କ୍ଷେତ୍ରରେ ଯେ ଏହା ନ ହେବ ତାହା କୁହାଯାଇ ପାରିବ ନାହିଁ ବୋଲି ସେ କହିଛନ୍ତି। ସେହିପରି ରେଡିଓ କଲାରିଂରୁ ବାହାରୁଥିବା ଫ୍ରିକ୍ୱେନ୍ସିକୁ ଟ୍ରାକ୍‌ କରି ଶିକାରୀମାନେ ହାତୀ ନିକଟରେ ପହଞ୍ଚତ୍ ମାରିଦେବା ଘଟଣାକୁ ମଧ୍ୟ ଏଡାଇ ଦିଆଯାଇ ନ ପାରେ ବୋଲି ପଟ୍ଟନାୟକ ଆଶଙ୍କା ବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ଏନଏସି ହେବ ମ୍ୟୁନିସିପାଲଟି, ଜିଲା  ସଦର ମହକୁମାକୁ ନୂଆବର୍ଷର ଭେଟି 

ଛତ୍ରପୁର,୨୮।୧୨: ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲାର ଭଞ୍ଜନଗର, ପୋଲସରା ଓ କବିସୂର୍ଯ୍ୟନଗର ଏନ୍‌ଏସିକୁ ମ୍ୟୁନିସିପାଲଟି ମାନ୍ୟତା ଦିଆଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯାହାକି ଗଞ୍ଜାମ...

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri