ମହିଳାଙ୍କୁ କଚାଡି ମାରିଲା ହାତୀ

ଅନୁଗୋଳ,୭।୫: ଅନୁଗୋଳ ଜିଲାରେ ପୁଣି ହାତୀ ଆତଙ୍କ ଦେଖିବାକୁ ମିଳିଛି। ରବିବାର ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଅନୁଗୋଳ ଜିଲାର ବନ୍ତଳା ତଲଗଡ ଅଞ୍ଚଳର ଜଣେ ମହିଳା ଆମ୍ବ ଗୋଟାଇବାକୁ ଯାଇଥିବା ବେଳେ ହାତୀଟି ତାଙ୍କୁ ଶୁଣ୍ଢରେ ଟେକି କଚାଡି ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ ମହିଳା ଜଣକ ହେଉଛନ୍ତି ବିଜୁଳି ସାହୁ। ପରେ ସୋଲାର ତାର ବାଡରେ ହାତୀଟି ଫସି ରହିଥିଲା। ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀମାନେ ପହଞ୍ଚି ହାତୀ ଘଉଡାଇବା ପରେ ହାତୀଟି ଜଙ୍ଗଲ ଆଡକୁ ପଳାଇଥିଲା।