ପୋଖରୀରେ ଫସିରହିଛି ହାତୀ

ସବଡେଗା,୩ା୧୨(ଅନନ୍ତ ପଟେଲ): ସୁନ୍ଦରଗଡ଼ ଜିଲା ସବଡେଗା ବ୍ଲକର ଡମକୁଡା ପଞ୍ଚାୟତର ଭଦ୍ରାପଡ଼ା ଗାଁମୁଣ୍ଡ ଜଙ୍ଗଲ ପାଖେ ଥିବା ଛୋଟ ପୋଖରୀରେ ଶନିବାର ରାତିରୁ ଏକ ହାତୀ ପଶିଯାଇ ବାହାରକୁ ବାହାରି ନ ପାରି ପୋଖରୀରେ ଫସି ରହିଛି। ଆଜି ସକାଳେ ଲୋକେ ଦେଖିବା ପରେ ବନ ବିଭାଗକୁ ଖବର ଦେଇଥିଲେ। ସ୍ଥାନୀୟ ବନ ବିଭାଗର କର୍ମଚାରୀମାନେ ପହଞ୍ଚି, ହାତୀକୁ ବାହାରକୁ ବାହାର କରିବାକୁ ଜେସିବି ମେଶିନ ମଗାଇଛନ୍ତି। ଖବର ଲେଖାହେବା ସୁଦ୍ଧା ହାତୀଟି ଉଦ୍ଧାର ହୋଇପାରିନାହିଁ।