Categories: ଫୁରସତ

ସ୍ପଷ୍ଟ ଦିବାଲୋକରେ ଚଳନ୍ତା ବସ୍‌ରୁ ଚୋରି କରୁଛି ହାତୀ, ଦେଖନ୍ତୁ ଭିଡିଓ

ରାସ୍ତାରେ ଯିବା ସମୟରେ ଟ୍ରାଫିକ୍‌ ଜାମ୍‌ ହେଉ କିମ୍ବା ଚୋରି ଡକାୟତିର ନିଶ୍ଚିତ ସାମ୍ନା କରିଥିବେ ନଚେତ୍‌ ଶୁଣିଥିବେ ମଧ୍ୟ। ଏହି ଘଟଣାଗୁଡ଼ିକ ସୋସିଆଲ ମିଡିଆରେ ଶେୟାର ମଧ୍ୟ ହୋଇଥାଏ। ଏବେ ସୋସିଆଲ ମିଡିଆରେ ଏମିତି ଚୋରିର ଏକ ଭିଡିଓ ଶେୟାର କରାଯାଇଛି ଯାହା ଦେଖିଲେ ହସ ସହ ଭୟ ବି ଲାଗିବ।

ଭିଡିଓରେ ଦେଖିବାକୁ ମିଳିଛି ଏକ ହାତୀ ଚଳନ୍ତା ବସ୍‌କୁ ଅଟକାଇ ବସ୍‌ ଭିତରେ ଶୁଣ୍ଢ ପୂରାଇ ସ୍ପଷ୍ଟ ଦିବାଲୋକରେ ଚୋରି କରୁଛି। ବସ୍‌ ଭିତରେ ଥିବା କଦଳୀ ଚୋରି କରି ନେଉଛି। ସୁଯୋଗ ପାଇ ହାତୀ ମୁହଁରୁ ମୁକୁଳିବା ପାଇଁ ଚାଳକ ଖୁବ୍‌ ତୀବ୍ର ବେଗରେ ବସ୍‌ ଚଳାଇ ଖସି ପଳାଉଥିବା ଦେଖିବାକୁ ମିଳିଛି। ଯଦିଓ ଭିଡିଓଟି ପୁରୁଣା ତଥାପି ଏହାକୁ ଭାରତୀୟ ବନସେବା ଅଧିକାରୀ ପ୍ରବୀଣ କାସଓ୍ବାନ୍‌ ଶେୟାର କରିବା ପରେ ଏହା ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଅଧିକାରୀ ଭିଡିଓ ଶେୟାର କରି କ୍ୟାପଶନ ଲେଖିଛନ୍ତି, ସ୍ପଷ୍ଟ ଦିବାଲୋକରେ ହାଇଓ୍ବେରେ ଚୋରି’।
ଭିଡିଓଟିକୁ ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମରେ ୨.୫ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି। ଏହାସହିତ ୨ ହଜାରରୁ ଅଧିକ କମେଣ୍ଟ୍‌ ଏବଂ ୧୪ ହଜାରରୁ ଅଧିକ ଲାଇକ୍‌ ମିଳିସାରିଛି। କମେଣ୍ଟ୍‌ରେ ପ୍ରବୀଣ କାସ୍‌ଓ୍ବାନ୍‌ ଲେଖିଛନ୍ତି, ଯାତ୍ରୀମାନେ ଜଙ୍ଗଲୀ ପଶୁପକ୍ଷୀଙ୍କୁ ଖାଦ୍ୟ ଖାଇବାକୁ ଦିଅନ୍ତୁ ନାହିଁ। କାରଣ ଏମାନେ ରାସ୍ତା ଉପରକୁ ଚାଲି ଆସୁଛନ୍ତି ଆଉ ଯାତ୍ରୀମାନଙ୍କୁ ହଇରାଣ କରୁଛନ୍ତି।

Share