ଘୋଡ଼ା ସହ ଖେଳୁଛି ହାତୀ: ଶୁଣ୍ଢରେ ଧରି ଖାଲି କଚାଡ଼ୁଛି, ଭିଡିଓ ଦେଖିଲେ

ପ୍ରାୟତଃ ପ୍ରାଣୀଙ୍କୁ ନେଇ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଏଥିରେ ମା’ ହାତୀ ପାଖରେ ଛୁଆ ହାତୀଟିକୁ ଦେଖିବାକୁ ମିଳୁଛି। ଯିଏ ଏକ ଖେଳଣା ଘୋଡ଼ା ସହ ଖେଳୁଛି। ହାତୀ ଘୋଡ଼ାଟିକୁ ଶୁଣ୍ଢରେ ଧରି ମାଟିରେ କଚାଡ଼ୁଛି। ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଏହି ଭିଡିଓଟି ଅଧିକ ଭାଇରାଲ ହେବାରେ ଲାଗିଛି।