ଶୁଣ୍ଢରେ ଟାଣି ନେଇ ମହିଳାଙ୍କୁ କଚାଡ଼ିଦେଲା ହାତୀ

ହିନ୍ଦୋଳ,୨୧ା୮(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ହିନ୍ଦୋଳ ଏନ୍‌ଏସି ଅନ୍ତର୍ଗତ ୧୩ନଂ. ୱାର୍ଡ ତଣ୍ଟିଚିରା ଗ୍ରାମରେ ଶନିବାର ଭୋର ସମୟରେ ଏକ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାମ ପୁନି ସାହୁ (୫୫)। ସମ୍ପୃକ୍ତା ମହିଳା ରାତି ପ୍ରାୟ ୩ଟାରେ ଘର ନିକଟସ୍ଥ ଜଙ୍ଗଲକୁ ଶୌଚ ହେବାକୁ ଯାଇଥିବା ବେଳେ ହାତୀ ତାଙ୍କୁ ଶୁଣ୍ଢରେ ଟାଣି ନେଇ କଚାଡ଼ି ଦେଇଥିଲା। ଏଣୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ବନାଞ୍ଚଳ ଅଧିକାରୀ ଲୋହିତ ରଥ ପ୍ରାଥମିକ ଭାବେ କ୍ଷତିପୂରଣ ବାବଦକୁ ୪୦ ହଜାର ଟଙ୍କା ଏବଂ ପରେ ୩ ଲକ୍ଷ ୬୦ ହଜାର ଦେବାକୁ ବିଭାଗ ପକ୍ଷରୁ କୁହାଯାଇଛି। ପରେ ପୋଲିସ ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।