Posted inଫୁରସତ

ଛୁଆଙ୍କୁ ସିଂହପଲଙ୍କ ମୁହଁରୁ ବଞ୍ଚାଇବା ପାଇଁ ହାତୀ କଲା ଏମିତି, ଭିଡିଓ ଦେଖିଲେ…

କେବଳ ଶକ୍ତିଶାଳୀ ପ୍ରାଣୀମାନଙ୍କର ଜଙ୍ଗଲରେ ରାଜ୍‌ ଚାଲିଥାଏ। ଯଦିଓ ସିଂହମାନେ ହାତୀକୁ ଦେଖି ଦୌଡ଼ି ପଳାନ୍ତି କାରଣ ହାତୀଠାରୁ ଆକ୍ରମଣ ହେବାର ଆଶଙ୍କା ଥାଏ। କିନ୍ତୁ ବେଳେବେଳେ ସୁଯୋଗ ପାଇଲେ ସେମାନେ ମଧ୍ୟ ଆକ୍ରମଣ କରନ୍ତ। ଆଜିକାଲି ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି। ସିଂହପଲ ଚଳପ୍ରଚଳ କରୁଥିବା ଏକ ହାତୀକୁ ଘେରି ଯାଇଛନ୍ତି। ଶିକାର ପାଇଁ ଭୁଲ୍‌ କରି ଏହା ଆକ୍ରମଣ କରିବାକୁ ଚେଷ୍ଟା କରୁଛି। ହାତୀ ମଧ୍ୟ ପ୍ରତିଥର ଆକ୍ରମଣ କରୁଛି ଏବଂ ନିଜ ପିଲାକୁ ବଞ୍ଚାଇବାକୁ ଚେଷ୍ଟା କରୁଛି। ଉଭୟଙ୍କ ମଧ୍ୟରେ ସଂଘର୍ଷ ଦୀର୍ଘ ସମୟ ଧରି ଚାଲିଛି, ମାତ୍ର ପରିଣାମ ଆଶ୍ଚର୍ଯ୍ୟଜନକ।

LatestSightings ନାମକ ଏକ ୟୁଟ୍ୟୁବ୍‌ ଆକାଉଣ୍ଟରେ ଏହି ଭିଡିଓଟି ଶେୟାର କରାଯାଇଛି। ଆଫ୍ରିକାର ଚୋବେ ଜାତୀୟ ଉଦ୍ୟାନରୁ ଏହି ଭିଡିଓ କ୍ଲିପ୍‌ଟି। ଡେସ୍‌ମଣ୍ଡ କ୍ଲାକ୍‌ ନାମକ ଜଣେ ଗାଇଡ୍‌ ତାଙ୍କ କ୍ୟାମେରାରେ ଏହି ଅନନ୍ୟ ଦୃଶ୍ୟକୁ କଏଦ କରିଥିଲେ। ସେ କହିଥିଲେ, ଆମେ ହାତୀ ସନ୍ଧାନରେ ସକାଳ ୬ ଟାରେ ଯାଇ ଏକ ପୋଖରୀ ଆଡକୁ ଗଲୁ। ଦେଖିଲୁ ଏକ ହାତୀ ତା’ ଦୁଇ ଛୁଆ ସହିତ ଆସୁଛି। ବୋଧହୁଏ ପିଲାମାନଙ୍କର ଶୋଷ ମେଣ୍ଟାଇବା ପାଇଁ। ଏହି ସମୟରେ ପ୍ରାୟ ୨୦ଟି ସିଂହ ହାତୀକୁ ଅନୁସରଣ କରୁଥିବା ବିପଦ ବିଷୟରେ ହାତୀଟି ଜାଣି ନ ଥିଲା।

କିଛି ସମୟ ପରେ ସିଂହପଲଙ୍କ ଉପସ୍ଥିତି ବିଷୟରେ ହାତୀ ଜାଣିପାରିଲା। ବିପଦକୁ ଅନୁଭବ କରି ହାତୀ ସିଂହଠାରୁ ଖସିଯିବାକୁ ଚେଷ୍ଟା କଲା। ସିଂହମାନେ ପଛକୁ ଫେରିଗଲେ କିନ୍ତୁ ପୁଣି ଏକାଠି ହୋଇଗଲେ। ଏଥର ହାତୀଟି ଛୁଆଙ୍କୁ ଘେରିଗଲା। ସେମାନଙ୍କୁ ଅଟକାଇବା ପାଇଁ ହାତୀ ଆକ୍ରମଣ କରିଥିଲା। କିଛି କ୍ଷଣ ପାଇଁ ତା’ର ପିଲାମାନେ ଅସୁରକ୍ଷିତ ହୋଇଗଲେ। କାରଣ ସେମାନଙ୍କୁ ବଞ୍ଚାଇବାକୁ କୌଣସି ମାଈହାତୀ ନ ଥିଲେ। ଏହି ସମୟରେ ଏକ ସିଂହ ଏହାର ସୁଯୋଗ ଦେଖି ହାତୀଛୁଆଟିକୁ ଧରିଲା।

ଦ୍ୱିତୀୟ ଛୁଆ ପ୍ରତି ବିପଦ ଅନୁଭବ କରି ପଛକୁ ଦୌଡ଼ିଲା। ନିଜ ପିଲାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରି ସେ ଦ୍ୱିତୀୟ ଛୁଆକୁ ସୁରକ୍ଷା ଦେବା କିମ୍ବା ପ୍ରଥମ ଛୁଆକୁ ବଞ୍ଚାଇବା ମଧ୍ୟରେ ପଡ଼ିଗଲା। ସେ ପ୍ରଥମେ ଛୁଆ ଧରିଥିବା ସିଂହମାନଙ୍କ ଉପରେ ଠେଲି ହୋଇଗଲା। ଏହି ସମୟରେ ସେ ଅନ୍ୟ ପିଲାକୁ ମୁକ୍ତ କରିଦେଇଥିଲା। ତା’ପରେ ସିଂହମାନେ ଦ୍ୱିତୀୟ ଛୁଆ ଉପରେ ଆକ୍ରମଣ କଲେ। ତାଙ୍କୁ ଉଦ୍ଧାର କରିବାକୁ ହାତୀ ପୁଣି ଫେରି ଆସିଥିଲା। କିନ୍ତୁ ଏହି ସମୟରେ ପ୍ରଥମ ଛୁଆକୁ ସିଂହ ଆକ୍ରମଣ କରିଥିଲା। ହାତୀ ତାଙ୍କୁ ଉଦ୍ଧାର କରିପାରି ନ ଥିଲା। ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୪.୮୩ ଲକ୍ଷରୁ ଅଧିକ ଥର ଦେଖାଯାଇସାରିଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରେ ଚାଞ୍ଚଲ୍ୟ: ଟ୍ରାଏଲ୍‌ ରୁମ୍‌ରେ ମହିଳା କର୍ମଚାରୀଙ୍କୁ ଗଳାକାଟି ହତ୍ୟା

ନୂଆଦିଲ୍ଲୀ,୧୫ା୧୧: ଦିଲ୍ଲୀର ଏକ ପୋଷାକ ଶୋ’ରୁମ୍‌ରେ କାମ କରୁଥିବା ଜଣେ ୧୮ ବର୍ଷୀୟା କର୍ମଚାରୀଙ୍କୁ ଟ୍ରାଏଲ୍‌ ରୁମ୍‌ରେ ଗଳାକାଟି ହତ୍ୟା କରାଯାଇଛି। ବ୍ୟକ୍ତିଗତ ସମ୍ପର୍କରେ ଫାଟ ଏବଂ…

ଏହି ୪ଟି ରାଶି ପାଇଁ ଆଗକୁ ରହିଛି କଠିନ ସମୟ, ସତର୍କ ନ ରହିଲେ ବଡ଼ ବିପଦ…

୧୬ ନଭେମ୍ବର ୨୦୨୬ରେ ସୂର୍ଯ୍ୟଦେବ ବିଛା ରାଶିକୁ ପ୍ରବେଶ କରିବେ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଏହି ଗୋଚରର ପ୍ରଭାବ କିଛି ରାଶିର ଜାତକଙ୍କ ଜୀବନରେ ପଡ଼ିପାରେ। ବିଶେଷକରି…

ଅତି ଖରାପ ସ୍ଥିତିରେ ଦିଲ୍ଲୀ ବାୟୁ ଗୁଣବତ୍ତା, ଘେରି ରହୁଛି ଧୂଳି, ଧୂଆଁର ଘନ ଆସ୍ତରଣ

ନୂଆଦିଲ୍ଲୀ,୧୫ା୧୧: ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ରବିବାର ସକାଳେ ଅଧିକାଂଶ ପର୍ଯ୍ୟବେକ୍ଷଣ କେନ୍ଦ୍ରରେ ଅତି ଖରାପ ଦର୍ଶାଇଥିବା ବେଳେ ୭ଟିରେ ଗମ୍ଭୀର ସ୍ଥିତି ଦର୍ଶାଇଛି। ମୋଟାମୋଟି…

ବିର୍ସା ମୁଣ୍ଡାଙ୍କ ୧୫୧ତମ ଜନ୍ମ ଜୟନ୍ତୀ: ଏକାଠି ହେଲେ କନ୍ଧମାଳ,ଗଜପତିର ଆଦିବାସୀ ସମାଜ

ବ୍ରାହ୍ମଣୀଗାଁ,୧୫।୧୧(ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଶିବ ମନ୍ଦିର ପଡ଼ିଆରେ ରବିବାର ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୧ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି।…

ଗୁଣପୁରରେ ମହିଳାଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ

ଗୁଣପୁର,୧୫।୧୧(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଥାନା ଅନ୍ତର୍ଗତ ହାଉସିଂ ବୋର୍ଡ କଲୋନୀରେ ଜଣେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ମିଳିଥିବା ସୂଚନା…

କେରଳ ହାଇକୋର୍ଟଙ୍କ ବଡ଼ ପ୍ରସ୍ତାବ, କିଶୋର ବୟସର ସୀମା ୧୮ରୁ ୧୬ ବର୍ଷକୁ ହ୍ରାସ….

କୋଚି,୧୫ା୧୧: ନାବାଳକ ବୟସ ସୀମାକୁ ନେଇ ବଡ଼ କଥା କହିଛନ୍ତି କେରଳ ହାଇକୋର୍ଟ । ଅପରାଧର ବଦଳୁଥିବା ସ୍ବରୂପ ଏବଂ ପିଲାମାନଙ୍କଠାରେ ଦେଖାଯାଉଥିବା ପରିପକ୍ୱତାକୁ ଦୃଷ୍ଟିରେ ରଖି…

ଠେଙ୍ଗାରେ ଆକ୍ରମଣ କରି ହତ୍ୟା ଉଦ୍ୟମ, ଜେଲ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୧୫।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଶ୍ରୀଚନ୍ଦନପୁର ଗ୍ରାମର ବିରୁପାକ୍ଷ ମହାପାତ୍ରଙ୍କୁ ଗ୍ରାମର ହିନ ଗଉଡ଼(୫୦) ଶନିବାର ଅପରାହ୍ନରେ ଏକ ଠେଙ୍ଗାରେ ଆକ୍ରମଣ କରି…

ମାଡ଼ି ଆସୁଛି ବାତ୍ୟା: ମୁକାବିଲା ପାଇଁ ଗଞ୍ଜାମ ପ୍ରଶାସନର ଆଗୁଆ ପ୍ରସ୍ତୁତି

ପୁରୁଷୋତ୍ତମପୁର,୧୫।୧୧(ସବିତା ମିଶ୍ର): ପୁଣି ଏକ ସାମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ପୁରୁଷୋତ୍ତମପୁର ପ୍ରଶାସନ ପକ୍ଷରୁ ଆଗୁଆ ପ୍ରସ୍ତୁତି ସହ ବ୍ୟାପକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଏନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?