ଫରେଷ୍ଟରଙ୍କୁ କଚାଡ଼ିଦେଲା ଦନ୍ତା

ପରଜଙ୍ଗ, ୨।୮(ଡି.ଏନ.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ମହାବିରୋଡ ଗ୍ରାମ୍ୟ ଜଙ୍ଗଲରେ ପାଟ୍ରୋଲିଂ ଚାଲିଥିବାବେଳେ ବେଳେ ହାତୀ ଆକ୍ରମଣର ଶିକାର ହୋଇଛନ୍ତି ପଙ୍ଗାତୀରା ଫରେଷ୍ଟର ଶଶିରେଖା ଦିଓ୍ବାନି। ଏଥିରେ ରେଞ୍ଜର ସୁବ୍ରତ କୁମାର ବେହେରାଙ୍କ ସମେତ ଫରେଷ୍ଟ ଗାର୍ଡ ଏବଂ ହାତୀ ସ୍କ୍ବାଡ୍‌ କର୍ମଚାରୀ ବର୍ତ୍ତିଯାଇଛନ୍ତି। ସଙ୍କଟାପନ୍ନ ଅବସ୍ଥାରେ ଫରେଷ୍ଟରଙ୍କୁ ପ୍ରଥମେ ପରଜଙ୍ଗ ପରେ କଟକ ସ୍ଥାନାନ୍ତର କରାଯାଇଛି।
ମହାବିରୋଡ ଗ୍ରାମ୍ୟ ଜଙ୍ଗଲରେ ଏକପଲରେ ୧୪ ହାତୀ ଉପଦ୍ରବ ସୃଷ୍ଟି କରୁଛନ୍ତି। ସେମାନଙ୍କ ଉପରେ ନଜର ରଖିବାକୁ ମିଳିତ ପାଟ୍ରୋଲିଂ ଚାଲିଥିଲା। ଏହି ସମୟରେ ଏକ ଦନ୍ତା ପଲରୁ ଅଲଗା ହୋଇ କର୍ମଚାରୀଙ୍କୁ ଆକ୍ରମଣ କରିବାକୁ ଗୋଡ଼ାଇଥିଲା। କର୍ମଚାରୀମାନେ ଜୀବନ ରକ୍ଷା କରିବାକୁ ଦୌଡ଼ି ପଳାଉଥିବା ବେଳେ ଫରେଷ୍ଟର ଦିଓ୍ବାନୀ ଖସିପଡ଼ିଥିଲେ। ରେଞ୍ଜର ତାଙ୍କୁ ଉଦ୍ଧାର କରି କିଛି ବାଟ ବୋହି ଆଣିଥିଲେ। ତେବେ ଦନ୍ତା ନିକଟତର ହୋଇଯିବାରୁ ଫରେଷ୍ଟରଙ୍କୁ ଛାଡ଼ି ରେଞ୍ଜର ଜୀବନ ବଞ୍ଚାଇ ଦୌଡ଼ି ପଳାଇଥିଲେ। ଫରେଷ୍ଟରଙ୍କୁ ଦନ୍ତା ଶୁଣ୍ଢରେ ଫିଙ୍ଗି ଦେଇଥିଲା। କର୍ମଚାରୀମାନେ ପହଞ୍ଚତ୍ ଦନ୍ତାକୁ ଘଉଡ଼ାଇବା ସହ ତାଙ୍କୁ ଉଦ୍ଧାର କରିଥିଲେ। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।