ଘର ଭାଙ୍ଗିଲା ହାତୀ

ମୋରଡ଼ା,୨୮ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ବ୍ଲକ ଅଧୀନ କମାରଡିହା ପଞ୍ଚାୟତର ପାଞ୍ଚମାଣିଆ ଗ୍ରାମରେ ସୋମବାର ଭୋର ସମୟରେ ହାତୀ ପଶି ୨ ଜଣଙ୍କ ଘର ସମ୍ପୂର୍ଣ୍ଣ ଭାଙ୍ଗି ଦେଇଛି। ମୋରଡ଼ା ଓ ରାସଗୋବିନ୍ଦପୁର ବ୍ଲକ ଅଞ୍ଚଳରେ ହାତୀ ଉପଦ୍ରବ ବୃଦ୍ଧି ପାଉଥିବାରୁ ଲୋକେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି। ପାଞ୍ଚମାଣିଆ ଗ୍ରାମର ବାସି ମାରାଣ୍ଡି ଓ ଗୋବିନ୍ଦ ମାରାଣ୍ଡିଙ୍କ ଘରକୁ ହାତୀ ଭାଙ୍ଗି ଦେବା ସହିତ ଘରେ ଥିବା ଆସବାବପତ୍ରକୁ ନଷ୍ଟ କରିଦେଇଥିବା ଜଣାପଡିଛ। ତୁରନ୍ତ କ୍ଷତିଗ୍ରସ୍ତ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।