ଇଂଲିଶ୍‌ ନୁହେଁ, ଓଡ଼ିଆରେ ଆସିବ ବିଦ୍ୟୁତ୍‌ ବିଲ୍‌

ନୟାଗଡ଼ ଅଫିସ,୭।୪: ବିଦ୍ୟୁତ୍‌ ଗ୍ରାହକଙ୍କ ପାଇଁ ଖୁସି ଖବର । ଏଣିକି ବିଦ୍ୟୁତ୍‌ ବିଲ୍‌ ଆଉ ଇଂଲିଶରେ ନ ଆସି ଓଡିଆରେ ଗ୍ରାହକଙ୍କ ପାଖକୁ ଆସିବ । ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ ହେବାକୁ ଥିଲେ ଲାଲ ରଙ୍ଗରେ ଲେଖା ଥାଇ ନୋଟିସ୍‌ ଆସିବ। ଏହି ନୋଟିସ୍‌ ବିଦ୍ୟୁତ୍‌ ବିଲ୍‌ରେ ରହିବ । ନୋଟିସ୍‌ ପାଇବା ପରେ ଦେୟ ନ ଦେଲେ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ କରାଯିବ। ବିନା ନୋଟିସ୍‌ରେ ଆଉ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ କରାଯିବ ନାହିଁ । ସେହିପରି ଅଘୋଷିତ ବିଦ୍ୟୁତ୍‌ କାଟ କରାଯିବ ନାହିଁ। ବିଦ୍ୟୁତ୍‌ ସରଞ୍ଜାମ ମରାମତି ଅଥବା ଯେ କୌଣସି କାରଣରୁ ବିଦ୍ୟୁତ୍‌ କାଟ ପୂର୍ବରୁ ଡାକବାଜି ଯନ୍ତ୍ରରେ ପ୍ରଚାର କରାଯିବ । ବିଦ୍ୟୁତ୍‌ କାଟ୍‌ କେତେ ସମୟ ହେବ ସେନେଇ ଉପଭୋକ୍ତାଙ୍କୁ ଜଣାଇ ଦିଆଯିବ। ସେହିଭଳି ମାସର ନିର୍ଦ୍ଦିଷ୍ଟ ତାରିଖରେ ମିଟର ରିଡିଂ ନିଆଯିବ । ଯେଉଁମାନେ ମିଟର ରିଡିଂ ଓ ବିଦ୍ୟୁତ୍‌ ଦେୟ ଆଦାୟ କରିବାକୁ ବିଦ୍ୟୁତ୍‌ ଗ୍ରାହକଙ୍କ ଘରକୁ ଯିବେ ସମ୍ପୃକ୍ତ କର୍ମଚାରୀମାନେ ବେକରେ ଆଇ କାର୍ଡ ପକାଇ ଯିବେ ବୋଲି ବିଦ୍ୟୁତ୍‌ ବିଭାଗ ପକ୍ଷରୁ ଗୁୁରୁବାର ଗଣମାଧ୍ୟମ ପ୍ରତିନିଧି ସମ୍ମୁଖରେ କୁହାଯାଇଛି । ଆର୍ଥିକ ଓ ମାନସିକ ନିର୍ଯାତନାରୁ ରକ୍ଷା ପାଇଁ ଜିଲା ସଦର ମହକୁମାରେ ଗଢ଼ି ଉଠିଥିବା ବିଦ୍ୟୁତ୍‌ ଉପଭୋକ୍ତା ସଂଘ ଗୁରୁବାର ଟିପିଏସ୍‌ଓଡିଏଲର ନୟାଗଡ଼ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ କୁମାର ମହାପାତ୍ରଙ୍କୁ ଭେଟି ଆଲୋଚନା କରିବା ପରେ ବିଦ୍ୟୁତ୍‌ ବିଭାଗରେ ପରିବର୍ତ୍ତନର ଆଭାସ ମିଳିଛି । ଏହାକୁ ଖୁବ୍‌ଶୀଘ୍ର ଲାଗୁ କରାଯିବାକୁ ନିର୍ବାହୀ ଯନ୍ତ୍ରୀ ବିଦ୍ୟୁତ୍‌୍‌ ଉପଭୋକ୍ତା କମିଟି ଓ ଗଣମାଧ୍ୟମର ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି।

ନୟାଗଡ଼ ଜିଲାରେ ବିଦ୍ୟୁତ୍‌ ବିଭାଗରେ ଅବ୍ୟବସ୍ଥା ଓ ମନମାନୀ ବଢ଼ିବା ପରେ ବିଦ୍ୟୁତ୍‌ ଉପଭୋକ୍ତାମାନେ ଏକ କମିଟି ଗଠନ କରି ପରିବର୍ତ୍ତନ ଆଣିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି । ଜିଲାସ୍ତରରେ ଗଢ଼ି ଉଠିଥିବା ଏହି କମିଟିର ନାମ ନୟାଗଡ଼ ଜିଲା ବିଦ୍ୟୁତ୍‌ ଉପଭୋକ୍ତା ସଂଘ ରଖା ଯାଇଛି । ଏହାର କର୍ମକର୍ତ୍ତା ମନୋନୀତ ହେବା ସହ ବାରମ୍ବାର ବୈଠକ ବସି କେଉଁ ଦାବି ବିଦ୍ୟୁତ୍‌ ବିଭାଗକୁ ଅବଗତ କରାଯିବ ସେନେଇ ମତାମତ ନିଆଯାଇଥିଲା । ଏହି ଅବସରରେ ବୁଧବାର ଏକ ଖବରଦାତା ସମ୍ମିଳନୀ କରାଯାଇ ବିଦ୍ୟୁତ୍‌ ବିଭାଗର ମନମାନୀ ବିରୋଧରେ କୁହାଯାଇଥିଲା। ଗୁରୁବାର ବିଦ୍ୟୁତ୍‌ ଉପଭୋକ୍ତା ସଂଘ ବିଦ୍ୟୁତ୍‌ ନିର୍ବାହୀ ଯନ୍ତ୍ରୀଙ୍କୁ ଭେଟି ୫ଦଫା ଦାବି ପତ୍ର ଦେବାକୁ ନିଷ୍ପତ୍ତି ନେଇଥିଲେ । ଗୁରୁବାର ନିର୍ବାହୀ ଯନ୍ତ୍ରୀଙ୍କୁ ଭେଟି ଅଘୋଷିତ ପାୱାର କାଟ, ଇଂରାଜୀ ମାସର ଏକ ନିର୍ଦ୍ଦିଷ୍ଟ ତାରିଖରେ ମିଟର ରିଡିଂ ବ୍ୟବସ୍ଥା, ବିଦ୍ୟୁତ୍‌ ବିଚ୍ଛନ୍ନ ପୂର୍ବରୁ ଆଗୁଆ ନୋଟିସ୍‌, ବିଦ୍ୟୁତ୍‌ ବିଲ୍‌କୁ ଓଡ଼ିଆରେ କରିବା, ପାୱାର କାଟ୍‌ ପୂର୍ବରୁ ଡାକବାଜି ଯନ୍ତ୍ରରେ ପ୍ରଚାର କରିବା, ମଟିର ରିଡିଂ ଓ ଦେୟ ଆଦାୟ ସମୟରେ ବିଦ୍ୟୁତ୍‌ କର୍ମଚାରୀ ଆଇ କାର୍ଡ ପକାଇ ଯିବା ପରି ଦାବି ରଖି ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ତେବେ ନିର୍ବାହୀଯନ୍ତ୍ରୀ ୫ ଦଫା ଦାବିରୁ ୪ ଦାବି ପୂରଣ କରିଥିବାବେଳେ ଆଉ ଏକ ଦାବି ପୂରଣ କରି ପାରିବେ ନାହିଁ କହିଥିଲେ । ନୟାଗଡ଼ ବିଦ୍ୟୁତ୍‌ ଉପଭୋକ୍ତା ସଂଘର ସଭାପତି ଅବଦୁଲ ଆରିଫ ଖାନ, ସମ୍ପାଦକ ବିମଳ ପଟ୍ଟନାୟକ, ଧୀରେନ୍‌ ପଟ୍ଟନାୟକ, ଗଣମାଧ୍ୟମର ପ୍ରତିନିଧମାନେ ନିର୍ବାହୀଯନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ଏନେଇ ବିଦ୍ୟୁତ୍‌ ବିଭାଗର ନିର୍ବାହୀ ଯନ୍ତ୍ରୀ ମହାପାତ୍ର କୁହନ୍ତି, ୫ ଦଫା ଦାବିରୁ ଓଡିଆରେ ବିଦ୍ୟୁତ୍‌ ବିଲ୍‌ ଆସିବା, ବିଦ୍ୟୁତ୍‌ କାଟ ପୂର୍ବରୁ ନୋଟିସ୍‌ ଦେବା, ପାୱାର କାଟ୍‌ ପୂର୍ବରୁ ଡାକବାଜି ଯନ୍ତ୍ରରେ ଦ୍ୱାରା ପ୍ରଚାର କରିବା, ମିଟର ରିଡିଂ ଓ ଦେୟ ଆଦାୟ ବେଳେ କର୍ମଚାରୀ ପରିଚୟ ପତ୍ର ପକାଇ ଯିବା ପରି ୪ଟି ଦାବି ପୂରଣ କରାଯାଇଛି । ତେବେ ଏମ୍‌ଫସି, କଷ୍ଟ ଚାର୍ଜ ଓ ଇଡି ଚାର୍ଜ ପରି ସମସ୍ୟା ଆମେ ସମାଧାନ କରି ପାରିବୁ ନାହିଁ । ବିଦ୍ୟୁତ୍‌ ଉପଭୋକ୍ତା ସଂଘର ସମ୍ପାଦକ ବିମଳ ପଟ୍ଟନାୟକ କୁହନ୍ତି, ନିର୍ବାହୀ ଯନ୍ତ୍ରୀ ୫ ଦାବିରୁ ୪ ଦାବି ପୂରଣ କରିଛନ୍ତି । ଅନ୍ୟ ଦାବି ଆମେ ସରକାର ଓ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଅବଗତ କରାଇ ସମାଧାନ କରାଇବାକୁ ପଦକ୍ଷେପ ନେବୁ ।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ଲାଞ୍ଜିଗଡ଼ ବ୍ଲକ ଗସ୍ତରେ ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶକ

ଲାଞ୍ଜିଗଡ଼, ୧୭ା୧୨ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଦିନିକିଆ ଗସ୍ତରେ ଆସି ବୁଧବାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି ଜାତୀୟ ସ୍ବାସ୍ଥ୍ୟ...

ରାୟଗଡ଼ା ରାଜନୀତି ସରଗରମ: କଂଗ୍ରେସ-ଭାଜପା ମଧ୍ୟରେ ବିବାଦ,ବିରୋଧ କଲେ…

ରାୟଗଡ଼ା,୧୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗଜପତି ଛକ ନିକଟରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର...

ଦିଗପହଣ୍ଡି ବସଷ୍ଟାଣ୍ଡକୁ ଯାଉନି ଯାତ୍ରୀବାହୀ ବସ, ଜରିମାନା ପାଇଁ ନୋଟିସ  

ଦିଗପହଣ୍ଡି,୧୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡିସ୍ଥିତ ନୂଆ ବସଷ୍ଟାଣ୍ଡକୁ ଯାତ୍ରୀବାହୀ ବସଗୁଡ଼ିକ ପ୍ରବେଶ କରୁନାହିଁ। ଏନେଇ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନଙ୍କ ତାଗିଦ ପରେ ମଧ୍ୟ ବସ ଚାଳକମାନେ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

୪୮ ଘଣ୍ଟା ପୂରିଲାନି: ଧରାପଡିଲେ ୨ଅଭିଯୁକ୍ତ, ଉଦ୍ଧାର ହେଲା ସାମଗ୍ରୀ

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସଦର ଥାନା ଅନ୍ତର୍ଗତ ଗାଇସୀମାସ୍ଥିତ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରୁ ଗତ ୧୬ତାରିଖ ବିଳମ୍ବିତ ରାତିରେ ହୋଇଥିବା ଚୋରି ଘଟଣାର ପର୍ଦ୍ଧାଫାସ ହୋଇଛି।...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri