ରାତାରାତି ବଦଳିଗଲା ନିର୍ବାଚନୀ ଚିହ୍ନ

ବରଗଡ଼ ଅଫିସ୍‌,୨୯।୧: ପଞ୍ଚାୟତ ଭୋଟ୍‌କୁ ନେଇ ବରଗଡ଼ ଜିଲାରେ ଘଡ଼ିକେ ଘୋଡ଼ା ଛୁଟୁଛି। ଜିଲାର ଅମ୍ବାଭୋନା ବ୍ଲକର ଜିଲା ପରିଷଦ ଜୋନ-୨ରୁ କଂଗ୍ରେସ ଓ ଭାଜପା ପ୍ରାର୍ଥିନୀ ନାମାଙ୍କନ ପ୍ରତ୍ୟାହାର କରିବା ପରେ ସହଜରେ ବିଜେଡ଼ି ଏହି ଆସନକୁ ହାତେଇ ପାରିଛି ଏବଂ ଏହି ଆସନରୁ ରାଜ୍ୟରେ ପଞ୍ଚାୟତ ଭୋଟ୍‌ରେ ବିଜେଡ଼ି ଖାତା ଖୋଲିଛି। ଏହି ଘଟଣାକୁ ନେଇ ଚର୍ଚ୍ଚା ଥମି ନ ଥିବାବେଳେ ଉକ୍ତ ବ୍ଲକ ଅନ୍ତର୍ଗତ ଲଖନପୁର ପଞ୍ଚାୟତ ସରପଞ୍ଚ ପ୍ରାର୍ଥୀ ସୀମାନ୍ତ କୁମାର ସାହୁଙ୍କ ନିର୍ବାଚନୀ ଚିହ୍ନ ରାତାରାତି ବଦଳିଯିବା ଏବେ ଆଲୋଚନାର ବିଷୟ ହୋଇଛି। ଏ ନେଇ ଶୁକ୍ରବାର ସରପଞ୍ଚ ପ୍ରାର୍ଥୀ ସୀମାନ୍ତ ବରଗଡ଼ ଉପଜିଲାପାଳ ଶୁଭେନ୍ଦ୍ର କୁମାର ସାମଲଙ୍କ ନିକଟରେ ଫେରାଦ ହୋଇ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଏହାର ବିଧିବଦ୍ଧ ତଦନ୍ତ କରିବାକୁ ସେ ନିବେଦନ କରିଛନ୍ତି।
ପ୍ରକାଶ ଯେ, ଲଖନପୁର ପଞ୍ଚାୟତର ସରପଞ୍ଚ ଆସନ ପାଇଁ ୫ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ଗତ ୨୫ତାରିଖରେ ପ୍ରଥମେ ପ୍ରକାଶିତ ସରପଞ୍ଚ ପ୍ରାର୍ଥୀଙ୍କ ନିର୍ବାଚନୀ ଚିହ୍ନ ତାଲିକାରେ ପ୍ରାର୍ଥୀ ସୀମାନ୍ତଙ୍କୁ ଖୋଲାଛତା ଚିହ୍ନ ମିଳିଥିଲା ଏବଂ ସେ ନେଇ ପଞ୍ଚାୟତ ନୋଟିସ ବୋର୍ଡ଼ରେ ମଧ୍ୟ ଉଲ୍ଲେଖ ରହିଥିବା ସୀମାନ୍ତ କହିଛନ୍ତି। ଏହାପରେ ସେ ସେହି ଚିହ୍ନକୁ ନେଇ ବ୍ୟାନର, ପୋଷ୍ଟର ଛାପିଥିବାବେଳେ ତାଙ୍କ ସମର୍ଥକଙ୍କୁ ଖୋଲାଛତାରେ ପ୍ରଚାର କରିବାକୁ କହିଥିବା ସୀମାନ୍ତ ପ୍ରକାଶ କରିଛନ୍ତି। ପରବର୍ତ୍ତୀ ସମୟରେ ତାହା ପରିବର୍ତ୍ତନ କରାଯାଇ ଅନ୍ୟ ଏକ ତାଲିକାରେ ସୀମାନ୍ତଙ୍କୁ ଲଙ୍ଗଳ ଚିହ୍ନ ମିଳିଥିବା ନେଇ ଉଲ୍ଲେଖ ରହିଛି ଏବଂ ଏହାକୁ ନେଇ ତାଙ୍କ ସମର୍ଥକ ତଥା ଭୋଟରମାନେ ଦ୍ୱନ୍ଦ୍ୱରେ ପଡ଼ିଥିବା ସେ କହିଛନ୍ତି। ଏ ଦିଗରେ ବିହିତ ପଦକ୍ଷେପ ନେବାକୁ ସେ ଉପଜିଲାପାଳଙ୍କୁ ନିବେଦନ କରିଛନ୍ତି। ଏହି ପଞ୍ଚାୟତର ଅନ୍ୟ ୨ପ୍ରାର୍ଥୀଙ୍କ ନିର୍ବାଚନୀ ଚିହ୍ନ ବଦଳିଥିବା ସୂଚନା ମିଳିଛି। ଏ ସମ୍ପର୍କରେ ବିଧିବଦ୍ଧ ତଦନ୍ତ କରି ବିହିତ ପଦକ୍ଷେପ ନିଆଯିବ ବୋଲି ଅତିରିକ୍ତ ଜିଲାପାଳ ମିର୍ଦ୍ଧା ଟପ୍ପୋ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତାମ୍ପରା ହ୍ରଦର ହେବ ପୁନଃରୁଦ୍ଧାର: ବିଧାୟକଙ୍କ ଉପସ୍ଥିତରେ ସମୀକ୍ଷା କଲେ ଜିଲାପାଳ

ଛତ୍ରପୁର,୬।୪(ଦିଲ୍ଲୀପ ସାମଲ): ଛତ୍ରପୁର ସହର ନିକଟରେ ଥିବା ତାମ୍ପରା ହ୍ରଦର ପୁନଃରୁଦ୍ଧାର l ତା’ସହିତ ତାମ୍ପରା ଓ ସମୁଦ୍ର ମଧ୍ୟରେ ନୋଳିଆନୁଆଁ ଗାଁ ବେଳାଭୂମି ରହିଛି l…

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ କେନ୍ଦ୍ରକରି ଆକ୍ରମଣ: ୨ ଭାଇ ଗିରଫ, ଜାମିନ ଆବେଦନ ଖାରଜ ହେବାରୁ…

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବିଜୟ ଲକ୍ଷ୍ମୀନାରାୟଣପୁର ଗ୍ରାମରେ ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ କେନ୍ଦ୍ରକରି ପାରିବାରିକ ହିଂସା ଘଟଣାରେ କେ.ନୂଆଗାଁ ଥାନା ନୂଆପଡ଼ା…

ସ୍ପଷ୍ଟ ଦିବାଲୋକରେ ବ୍ୟବସାୟୀଙ୍କୁ ଆକ୍ରମଣ: ଲୁଟିନେଲେ ରୁପା ଅଳଙ୍କାର

ପୁରୁଷୋତ୍ତମପୁର,୬।୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଞ୍ଚଳରେ ଦିନକୁ ଦିନ ଚୋର, ଲୁଟେରାମାନେ ସକ୍ରିୟ ହୋଇପଡ଼ିଛନ୍ତି। ଲୁଟେରାଙ୍କ ଏଭଳି କାର୍ଯ୍ୟ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେବା…

କାଳବୈଶାଖୀର ତାଣ୍ଡବ: ବର୍ଷା ପବନରେ ଉଡିଗଲା ରାବଣର ମୁଣ୍ଡ

ନୟାଗଡ,୬।୪(ଲୋକନାଥ ମିଶ୍ର): ଭାରତ ପ୍ରସିଦ୍ଧ ଲଙ୍କାପୋଡି ଯାତ୍ରାର ଲଙ୍କାପୋଡି ପୂର୍ବରୁ ୩୫ ଫୁଟ କାଠର ରାବଣର ମୁଣ୍ଡ ଉଡି ଯାଇ କିଛି ଦୂରରେ ପଡିଛି। ଅପରାହ୍ନରେ ଦଶପଲ୍ଲାରେ…

ମମିତାଙ୍କୁ ବଡ଼ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ: ଚାରିଆଡ଼ୁ ମିଳୁଛି ଶୁଭେଚ୍ଛା

ପାଟଣା,୬।୪(ବୀର କିଶୋର ଦାଶ):ପୂର୍ବତନ ଜିଲାପରିଷଦ ଅଧ୍ୟକ୍ଷା ତଥା ମମିତା ନାଏକଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ( Special Development…

ଆଇସିସି ପ୍ଲେୟର ଅଫ୍‌ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି

ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍‌ସନ ଏବଂ ପେସ୍‌ ବୋଲର…

ଓଡ଼ିଆ ପକ୍ଷ ଅବସରରେ ଝାଡୁ ମାରି ସଫାକଲେ ପ୍ରଶାସନିକ ଅଧିକାରୀ

ପାଟଣା,୬।୪(ବୀର କିଶୋର ଦାଶ): ରାଜ୍ୟରେ ଓଡ଼ିଆ ପକ୍ଷ ପାଳନ ହେଉଥିବାବେଳେ ସୋମବାର କେନ୍ଦୁଝର ଜିଲା ପାଟଣା ବ୍ଲକର ରାଜନଗର ରଘୁନାଥ ଜିଉ ମଠ, ଟାଙ୍ଗରପଡ଼ା ମଠ, ଭୀମକୁଣ୍ଡ…

ଥୁଆମୂଳ ରାମପୁରରେ ‘ଆଦିବାସୀ ସଂସ୍କୃତି ଭବନ’ ପାଇଁ ପ୍ରକ୍ରିୟା ଆରମ୍ଭ, ଅଧାପନ୍ତରିଆ ସଂଗ୍ରହାଳୟର ଭବିଷ୍ୟତ କ’ଣ?

ଥୁଆମୂଳ ରାମପୁର,୬।୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁରରେ ଆଦିବାସୀ ସଂସ୍କୃତିର ସଂରକ୍ଷଣ ପାଇଁ ସରକାର ନୂତନ ‘ଆଦିବାସୀ ସଂସ୍କୃତି ଭବନ’ ନିର୍ମାଣ ନିମନ୍ତେ ପ୍ରକ୍ରିୟା ଆରମ୍ଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri