Categories: ଜାତୀୟ

୫ ରାଜ୍ୟର ସ୍ବାସ୍ଥ୍ୟ ସଚିବଙ୍କ ସହ ଆଲୋଚନା କରିବେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୨୨।୧: ଆସନ୍ତା ଫେବୃୟାରୀ ୧୦ରୁ ୫ଟି ରାଜ୍ୟରେ ନିର୍ବାଚନ ଆରମ୍ଭ ହେବ। ତେବେ କୋଭିଡ୍‌ କଟକଣା ମଧ୍ୟରେ ନିର୍ବାଚନ କିପରି ହୋଇପାରିବ ସେନେଇ ନିର୍ବାଚନ କମିଶନ ଶନିବାର ଏକ ବୈଠକ ଡାକିଛନ୍ତି। କମିଶନ ନିର୍ବାଚନ ପରିଚାଳନା ବାବଦରେ ସ୍ବାସ୍ଥ୍ୟ ସଚିବଙ୍କ ସହିତ ଆଲୋଚନା କରିବେ। ଏହି ସମୟରେ ୫ ରାଜ୍ୟର ସ୍ବାସ୍ଥ୍ୟ ସଚିବ ମଧ୍ୟ ଉପସ୍ଥିତ ରହିବେ। ଦେଶରେ କରୋନା ସଂକ୍ରମଣ ବଢୁଥିବା ବେଳେ ୫ ରାଜ୍ୟର କିଭଳି ମତଦାନ ହେବ ତାହା ଏବେ ଚିନ୍ତାର କାରଣ ହୋଇଛି। ପୂର୍ବରୁ ଏ ସବୁ ରାଜ୍ୟରେ ରାଜନୈତିକ ଶୋଭାଯାତ୍ରା ଉପରେ କଟକଣା ଜାରି କରିଛନ୍ତି କମିଶନ। ଜାନୁଆରୀ ୨୨ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିଛି।

Share