Odisha Elections 2024

୬.୭% ହାରରେ ଗତି କରିବ ଅର୍ଥନୀତି

ନୂଆଦିଲ୍ଲୀ,୪।୨: ଭାରତର ଅର୍ଥନୀତି ୨୦୨୪ରୁ ୨୦୩୧ ପର୍ଯ୍ୟନ୍ତ ୬.୭% ହାରରେ ଗତି କରିବ। ଆଗାମୀ ଦିନରେ ଭାରତର ଅର୍ଥନୀତିର ଗତି ସନ୍ତୁଳିତ ରହିବ। ସରକାରଙ୍କ ଠାରୁ ମିଳୁଥିବା ପୁଞ୍ଜିଗତ ସମର୍ଥନ ଅର୍ଥନୀତିକୁ ବଳ ଯୋଗାଇଦେବ ବୋଲି କ୍ରେଡିଟ୍‌ ରେଟିଂ ଏଜେନ୍ସି କ୍ରିସିଲ୍‌ (ସିଆର୍‌ଆଇଏସ୍‌ଆଇଏଲ୍‌) ପକ୍ଷରୁ ବିସ୍ତୃତ ଭାବେ ଉଲ୍ଲେଖ କରାଯାଇଛି। ସେହିଭଳି ରେଟିଂ ଏଜେନ୍ସି କ୍ରିସିଲର ଆକଳନ ଅନୁଯାୟୀ,୨୦୨୪-୨୫ ଆର୍ଥିକ ବର୍ଷରେ ଜିଡିପିର ବିକାଶ ହାର ୬.୪% ରହିପାରେ ବୋଲି ସଂସ୍ଥା ମତପ୍ରକାଶ କରିଛି। ଏପରିକି ସଂସ୍ଥାର ଇକୋନୋମିକ ଆଉଟ୍‌ଲୁକ୍‌ ଅନୁସାରେ ଭାରତର ଅର୍ଥନୀତି ସ୍ଥିରତାରୁ ବିକାଶର ଦିଗ ଅଗ୍ରସର ହେଉଛି। ତେଣୁ ୨୦୩୧ ପର୍ଯ୍ୟନ୍ତ କୌଣସି ଖରାପ ପ୍ରଭାବ ପଡ଼ିବା ଆଶଙ୍କା ନାହିଁ ବୋଲି କ୍ରିସିଲ୍‌ ପକ୍ଷରୁ କୁହାଯାଇଛି। ଅପରପକ୍ଷରେ କୋଭିଡ୍‌-୧୯ ପୂର୍ବରୁ ଆନୁମାନିକ ଅଭିବୃଦ୍ଧି ହାର ୬.୬% ଠାରୁ ବି ଅଧିକ ରହିବ ବୋଲି ସଂସ୍ଥା ତା’ ରିପୋର୍ଟରେ ଦର୍ଶାଇଛି। କ୍ରିସିଲ୍‌ର ରିପୋର୍ଟ ଅନୁସାରେ କେନ୍ଦ୍ର ସରକାର ଆର୍ଥିକ ନୀତି ଜିଡିପିକୁ ବଳ ଦେଉଛି। ଘରୋଇ କ୍ଷେତ୍ରର ବିପୁଳ ସହଯୋଗ, କ୍ୟାପିଟାଲ୍‌ ଏକ୍ସପେଣ୍ଡିଚର ବୃଦ୍ଧି ଓ ରାଜ୍ୟକୁ ବିନା ସୁଦ୍ଧାରେ ଋଣ ପ୍ରଦାନକରି ଘରୋଇ ନିବେଶକୁ ପ୍ରୋତ୍ସାହିତ କରିବା ଅର୍ଥନୀତିକୁ ଗତି ଦେବ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ସେହିପରି ୨୦୨୩-୨୪ ଆର୍ଥିକ ବର୍ଷରେ ଭାରତ ୭.୩% ଅଭିବୃଦ୍ଧି ସହ ଗତି କରୁଥିବା ବେଳେ ୨୦୨୪-୨୫ ଆର୍ଥିକ ବର୍ଷରେ ଏହା ସାମାନ୍ୟ ହ୍ରାସ ହୋଇ ୬.୪% ଗତିରେ ଯିବ ବୋଲି ଆକଳନ କରାଯାଇଛି। ମଧ୍ୟପ୍ରାଚ୍ୟରେ ଲାଗିଥିବା ଯୁଦ୍ଧ ଯୋଗୁ ଦେଖା ଦେଇଥିବା ଅସ୍ଥିରତା ଶକ୍ତି ଓ ପରିବହନ ଶୁଳ୍କ (ଲଜିଷ୍ଟିକ୍‌ କଷ୍ଟ) ଉପରେ କୁପ୍ରଭାବ ପକାଇବା ଆଶଙ୍କା ରହିଛି। ଏଥିସହ ଶିପିଂ କଷ୍ଟ୍‌ ବଢ଼ିବା ଦ୍ୱାରା ଆମଦାନୀ ଓ ରପ୍ତାନି ବି ମହଙ୍ଗା ହୋଇପାରେ ବୋଲି ଅନୁମାନ କରାଯାଉଛି। ଏହାର ଖରାପ ପ୍ରଭାବ ଅର୍ଥନୀତି ଉପରେ ପଡ଼ିବ ବୋଲି କ୍ରିସିଲ୍‌ କହିଛି। ଉଲ୍ଲେଖଯୋଗ୍ୟ, ୨୦୨୩ ଡିସେମ୍ବରରେ ଭାରତ ମହଙ୍ଗା ସ୍ଥିତି ୫.୭% ରହିଥିଲାବେଳେ ଦେଶରେ ପନିପରିବା ଓ ଖାଦ୍ୟଶସ୍ୟ ମୂଲ୍ୟ ବଢ଼ିଥିଲା। ତେବେ ଖାଦ୍ୟ ସାମଗ୍ରୀଗୁଡିକ ଉପରେ ହେଉଥିବା ଦର ବୃଦ୍ଧିକୁ ଗୁରୁତ୍ୱ ଦିଆଯିବା ଉଚିତ। ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆର୍‌ବିଆଇ) ମୁଦ୍ରାସ୍ଫୀତିକୁ ୪% ମଧ୍ୟରେ ରଖିବାକୁ ଆକଳନ କରିଛି। ହେଲେ ଖାଦ୍ୟ ସାମଗ୍ରୀର ଦରବୃଦ୍ଧିକୁ ନିୟନ୍ତ୍ରଣ କରା ନ ଗଲେ ଲକ୍ଷ୍ୟ ହାସଲ କରିବା କଷ୍ଟକର ହୋଇପଡ଼ିବ ବୋଲି କ୍ରେଡିଟ୍‌ ରେଟିଂ ସଂସ୍ଥା କ୍ରିସିଲ୍‌ ମତବ୍ୟକ୍ତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଲଗାତାର ୬ ମାସ ପାଇଁ ଓଡ଼ିଶାରେ ଦରଦାମ୍ ସବୁଠୁ ଅଧିକ

ଭୁବନେଶ୍ୱର,୧୮।୫: ବିଭିନ୍ନ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ଦୃଷ୍ଟିରୁ ଓଡ଼ିଶା ଲଗାତାର ୬ ମାସ ହେଲା ଦେଶର ସବୁଠାରୁ ମହଙ୍ଗା ପାଲଟିଛି। ଓଡ଼ିଶାରେ ଗତ ୬ ମାସ...

ଆମେରିକାରେ ଜୟଆଲୁକ୍କାସ୍‌ର ମେଗା ବିସ୍ତାର ଯୋଜନା

ଭୁବନେଶ୍ୱର, ୧୮।୫: ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ଅନ୍ତଃରାଷ୍ଟ୍ରୀୟ ଜୁଏଲେରି ବ୍ରାଣ୍ଡ୍‌ ‘ଜୟଆଲୁକ୍କାସ୍‌’ର ନୂତନ ଆଉଟ୍‌ଲେଟ୍‌ ଏବଂ ବିସ୍ତାର ଯୋଜନା ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି...

ସର୍ବୋଚ୍ଚ ସ୍ତରରେ ସୁନା ଦର

ନୂଆଦିଲ୍ଲୀ,୧୮।୫: ଅନ୍ତଃରାଷ୍ଟ୍ରୀୟ ସମସ୍ୟା ଓ ଦରବୃଦ୍ଧି କାରଣରୁ (କ୍ରମାଗତ ଭାବେ) ଘରୋଇ ବଜାରରେ (କ୍ରମାଗତ ଭାବେ) ଉଭୟ ସୁନା ଓ ରୁପା ଦର ବୃଦ୍ଧି ପାଉଛି। ଏପରିକି...

ଓଡ଼ିଶାରେ ଓ୍ବଣ୍ଡେର୍ଲା ଆମ୍ୟୁଜ୍‌ମେଣ୍ଟ ପାର୍କ

ଭୁବନେଶ୍ୱର,୧୮।୫ (ଅନୁରାଧା ମହାରଣା): ଭାରତର ସର୍ବବୃହତ୍‌ ପାର୍କ ଚେନ୍‌ କୁହାଯାଉଥିବା ୱଣ୍ଡେର୍ଲା ହଲିଡେଜ୍‌ ପକ୍ଷରୁ ଓଡ଼ିଶାରେ ଓ୍ବଣ୍ଡେର୍ଲା ଆମ୍ୟୁଜ୍‌ମେଣ୍ଟ ପାର୍କ ନିର୍ମାଣ ହୋଇଛି। ଭୁବନେଶ୍ୱରଠାରୁ ୨୨.୫ କି.ମି....

ଓସ୍‌ମେ ମହିଳା ଶିଳ୍ପୋଦ୍ୟୋଗୀ ସଂଘର ନୂତନ କର୍ମକର୍ତ୍ତା

ଭୁବନେଶ୍ୱର,୧୮।୫: ରାଜ୍ୟର ପ୍ରମୁଖ ଶିଳ୍ପ ସଂଘ ତଥା କଟକ ଖପୁରିଆ ଶିଳ୍ପାଞ୍ଚଳଠାରେ ଥିବା ଓଡ଼ିଶା ଆସମ୍ବଲି ଅଫ୍‌ ସ୍ମଲ ଆଣ୍ଡ ମିଡିୟମ ଏଣ୍ଟରପ୍ରାଇଜେସ୍‌ (ଓଏଏସ୍‌ଏମ୍‌ଇ ବା...

ଓସିପିଏଲ୍‌ ପକ୍ଷରୁ ଦିନିକିଆ କର୍ମଶାଳା

ଭୁବନେଶ୍ୱର,୧୮।୫: ଓଡ଼ିଶା କୋଲ୍‌ ଆଣ୍ଡ ପାଓ୍ବାର ଲିମିଟେଡ୍‌ (ଓସିପିଏଲ୍‌)ର ମନୋହରପୁର ୟୁନିଟ୍‌ ପକ୍ଷରୁ ଆୟୋଜିତ ଏକ ଦିନିକିଆ କର୍ମଶାଳା ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ...

ଭି-ମାର୍ଟର ନୂତନ ଟି-ଶାର୍ଟ ରେଞ୍ଜ

ନୂଆଦିଲ୍ଲୀ,୧୮।୫: ଦେଶର ପ୍ରମୁଖ ଫ୍ୟାଶନ ରିଟେଲର ଭି-ମାର୍ଟ (ଭି-ମାର୍ଟ ରିଟେଲ ଲିମିଟେଡ୍‌)ର ନୂତନ ଟି-ଶାର୍ଟ ରେଞ୍ଜ ନିକଟରେ ଅନାବରଣ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି।...

୨୦୨୪ରେ ଭାରତର ଜିଡିପି ଅଭିବୃଦ୍ଧି ଆକଳନ ୬.୯% ପର୍ଯ୍ୟନ୍ତ ବୃଦ୍ଧି କଲା ଜାତିସଂଘ

ନୂଆଦିଲ୍ଲୀ,୧୭।୫: ମିଳିତ ଜାତିସଂଘ ୨୦୨୪ ପାଇଁ ଭାରତର ଅଭିବୃଦ୍ଧି ଆକଳନକୁ ସଂଶୋଧନ କରିଛି ଏବଂ ଚଳିତ ବର୍ଷ ଅର୍ଥନୀତି ପ୍ରାୟ ୭% ବୃଦ୍ଧି ପାଇବ ବୋଲି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri