୬.୭% ହାରରେ ଗତି କରିବ ଅର୍ଥନୀତି

ନୂଆଦିଲ୍ଲୀ,୪।୨: ଭାରତର ଅର୍ଥନୀତି ୨୦୨୪ରୁ ୨୦୩୧ ପର୍ଯ୍ୟନ୍ତ ୬.୭% ହାରରେ ଗତି କରିବ। ଆଗାମୀ ଦିନରେ ଭାରତର ଅର୍ଥନୀତିର ଗତି ସନ୍ତୁଳିତ ରହିବ। ସରକାରଙ୍କ ଠାରୁ ମିଳୁଥିବା ପୁଞ୍ଜିଗତ ସମର୍ଥନ ଅର୍ଥନୀତିକୁ ବଳ ଯୋଗାଇଦେବ ବୋଲି କ୍ରେଡିଟ୍‌ ରେଟିଂ ଏଜେନ୍ସି କ୍ରିସିଲ୍‌ (ସିଆର୍‌ଆଇଏସ୍‌ଆଇଏଲ୍‌) ପକ୍ଷରୁ ବିସ୍ତୃତ ଭାବେ ଉଲ୍ଲେଖ କରାଯାଇଛି। ସେହିଭଳି ରେଟିଂ ଏଜେନ୍ସି କ୍ରିସିଲର ଆକଳନ ଅନୁଯାୟୀ,୨୦୨୪-୨୫ ଆର୍ଥିକ ବର୍ଷରେ ଜିଡିପିର ବିକାଶ ହାର ୬.୪% ରହିପାରେ ବୋଲି ସଂସ୍ଥା ମତପ୍ରକାଶ କରିଛି। ଏପରିକି ସଂସ୍ଥାର ଇକୋନୋମିକ ଆଉଟ୍‌ଲୁକ୍‌ ଅନୁସାରେ ଭାରତର ଅର୍ଥନୀତି ସ୍ଥିରତାରୁ ବିକାଶର ଦିଗ ଅଗ୍ରସର ହେଉଛି। ତେଣୁ ୨୦୩୧ ପର୍ଯ୍ୟନ୍ତ କୌଣସି ଖରାପ ପ୍ରଭାବ ପଡ଼ିବା ଆଶଙ୍କା ନାହିଁ ବୋଲି କ୍ରିସିଲ୍‌ ପକ୍ଷରୁ କୁହାଯାଇଛି। ଅପରପକ୍ଷରେ କୋଭିଡ୍‌-୧୯ ପୂର୍ବରୁ ଆନୁମାନିକ ଅଭିବୃଦ୍ଧି ହାର ୬.୬% ଠାରୁ ବି ଅଧିକ ରହିବ ବୋଲି ସଂସ୍ଥା ତା’ ରିପୋର୍ଟରେ ଦର୍ଶାଇଛି। କ୍ରିସିଲ୍‌ର ରିପୋର୍ଟ ଅନୁସାରେ କେନ୍ଦ୍ର ସରକାର ଆର୍ଥିକ ନୀତି ଜିଡିପିକୁ ବଳ ଦେଉଛି। ଘରୋଇ କ୍ଷେତ୍ରର ବିପୁଳ ସହଯୋଗ, କ୍ୟାପିଟାଲ୍‌ ଏକ୍ସପେଣ୍ଡିଚର ବୃଦ୍ଧି ଓ ରାଜ୍ୟକୁ ବିନା ସୁଦ୍ଧାରେ ଋଣ ପ୍ରଦାନକରି ଘରୋଇ ନିବେଶକୁ ପ୍ରୋତ୍ସାହିତ କରିବା ଅର୍ଥନୀତିକୁ ଗତି ଦେବ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ସେହିପରି ୨୦୨୩-୨୪ ଆର୍ଥିକ ବର୍ଷରେ ଭାରତ ୭.୩% ଅଭିବୃଦ୍ଧି ସହ ଗତି କରୁଥିବା ବେଳେ ୨୦୨୪-୨୫ ଆର୍ଥିକ ବର୍ଷରେ ଏହା ସାମାନ୍ୟ ହ୍ରାସ ହୋଇ ୬.୪% ଗତିରେ ଯିବ ବୋଲି ଆକଳନ କରାଯାଇଛି। ମଧ୍ୟପ୍ରାଚ୍ୟରେ ଲାଗିଥିବା ଯୁଦ୍ଧ ଯୋଗୁ ଦେଖା ଦେଇଥିବା ଅସ୍ଥିରତା ଶକ୍ତି ଓ ପରିବହନ ଶୁଳ୍କ (ଲଜିଷ୍ଟିକ୍‌ କଷ୍ଟ) ଉପରେ କୁପ୍ରଭାବ ପକାଇବା ଆଶଙ୍କା ରହିଛି। ଏଥିସହ ଶିପିଂ କଷ୍ଟ୍‌ ବଢ଼ିବା ଦ୍ୱାରା ଆମଦାନୀ ଓ ରପ୍ତାନି ବି ମହଙ୍ଗା ହୋଇପାରେ ବୋଲି ଅନୁମାନ କରାଯାଉଛି। ଏହାର ଖରାପ ପ୍ରଭାବ ଅର୍ଥନୀତି ଉପରେ ପଡ଼ିବ ବୋଲି କ୍ରିସିଲ୍‌ କହିଛି। ଉଲ୍ଲେଖଯୋଗ୍ୟ, ୨୦୨୩ ଡିସେମ୍ବରରେ ଭାରତ ମହଙ୍ଗା ସ୍ଥିତି ୫.୭% ରହିଥିଲାବେଳେ ଦେଶରେ ପନିପରିବା ଓ ଖାଦ୍ୟଶସ୍ୟ ମୂଲ୍ୟ ବଢ଼ିଥିଲା। ତେବେ ଖାଦ୍ୟ ସାମଗ୍ରୀଗୁଡିକ ଉପରେ ହେଉଥିବା ଦର ବୃଦ୍ଧିକୁ ଗୁରୁତ୍ୱ ଦିଆଯିବା ଉଚିତ। ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆର୍‌ବିଆଇ) ମୁଦ୍ରାସ୍ଫୀତିକୁ ୪% ମଧ୍ୟରେ ରଖିବାକୁ ଆକଳନ କରିଛି। ହେଲେ ଖାଦ୍ୟ ସାମଗ୍ରୀର ଦରବୃଦ୍ଧିକୁ ନିୟନ୍ତ୍ରଣ କରା ନ ଗଲେ ଲକ୍ଷ୍ୟ ହାସଲ କରିବା କଷ୍ଟକର ହୋଇପଡ଼ିବ ବୋଲି କ୍ରେଡିଟ୍‌ ରେଟିଂ ସଂସ୍ଥା କ୍ରିସିଲ୍‌ ମତବ୍ୟକ୍ତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?