ଅର୍ଥନୀତିକୁ ଭାକ୍ସିନ୍‌ ଲୋଡ଼ା

ଭୁବନେଶ୍ୱର,୧।୨ (ବ୍ୟୁରୋ): କରୋନା ମହାମାରୀ ସାରା ବିଶ୍ୱର ଅର୍ଥ ବ୍ୟବସ୍ଥାକୁ କବଳିତ କରି ରଖିଛି। ଏହା ଯୋଗୁ ଚଳିତ ଆର୍ଥତ୍କ ବର୍ଷ ପ୍ରଥମ ତ୍ରୈମାସରେ ଭାରତର ମୋଟ ଘରୋଇ ଉତ୍ପାଦ(ଜିଡିପି) -୨୩.୯% ଏବଂ ଦ୍ୱିତୀୟ ତ୍ରୈମାସରେ ୭.୭% ଖସିଛି। ଭାରତୀୟ ଅର୍ଥ ବ୍ୟବସ୍ଥାର ଗତିକୁ କରୋନା ଶକ୍ତ ଧକ୍କା ଦେଇଛି। ୨୦୨୦-୨୧ରେ ଜିଡିପି ୭.୭% ଖସିବ ବୋଲି ସଦ୍ୟ ପ୍ରକାଶିତ ଅର୍ଥନୈତିକ ସର୍ଭେ ରିପୋର୍ଟରେ କୁହାଯାଇଛି। ଏହାବାଦ୍‌ ସ୍ବାସ୍ଥ୍ୟ ସମସ୍ୟା, ଛଟେଇ, ବେତନ କାଟ ଭଳି ବିଭିନ୍ନ ସମସ୍ୟା ଦେଇ ଲୋକମାନେ ବର୍ତ୍ତମାନ ଗତି କରୁଛନ୍ତି। କରୋନା ପ୍ରଭାବିତ ଅର୍ଥ ବ୍ୟବସ୍ଥାକୁ ସୁଧାରିବା ଲାଗି କେନ୍ଦ୍ର ସରକାର ଚଳିତ ବର୍ଷ ପ୍ରାୟ ୨୦ ଲକ୍ଷ କୋଟି ଟଙ୍କାର ଆତ୍ମନିର୍ଭର ପ୍ୟାକେଜ ଘୋଷଣା କରିଥିଲେ। ଏଥିରେ ପ୍ରକୃତ ଆର୍ଥତ୍କ ସହାୟତା ବହୁତ କମ୍‌ ଥିବା ବେଳେ ପ୍ୟାକେଜର ଅଧିକାଂଶ ଭାଗ ଋଣ ଆକାରରେ ରହିଥିଲା। ବଜାରରେ ମାନ୍ଦାବସ୍ଥା ସାଙ୍ଗକୁ ଚାହିଦା ପ୍ରଭାବିତ ହୋଇ ରହିଥିବାରୁ ଏହାକୁ ସୁଧାରିବା ଲାଗି ସରକାର ସାଧାରଣ ବଜେଟରେ ପ୍ରାଥମିକତା ଦେଇପାରନ୍ତି। ସୋମବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଆର୍ଥତ୍କ ବର୍ଷ ୨୦୨୧-୨୨ ଲାଗି ପାର୍ଲାମେଣ୍ଟରେ ସାଧାରଣ ବଜେଟ ଉପସ୍ଥାପନ କରିବେ। କରୋନା ସଂକ୍ରମିତ ଅର୍ଥନୀତିକୁ ଟ୍ରାକ୍‌କୁ ଫେରାଇ ଆଣିବା ଲାଗି ସୀତାରାମନ ଭାକ୍ସିନ ଦେବା ଭଳି କେତେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବା ଜରୁରୀ ବୋଲି ମତ ପ୍ରକାଶ ପାଇଛି।
ସଙ୍କଟରେ ଥିବା ଅର୍ଥ ବ୍ୟବସ୍ଥାକୁ ସଜାଡ଼ିବା ସହ ଜିଡିପି ଅଭିବୃଦ୍ଧି, କୃଷି କ୍ଷେତ୍ର ଏବଂ ଗ୍ରାମାଞ୍ଚଳ ଉପରେ ସରକାରଙ୍କ ପ୍ରାଥମିକତା ରହିବ ବୋଲି କୁହାଯାଉଛି। ମହାମାରୀ ମାନୁଫାକ୍‌ଚରିଂ ଏବଂ ସେବା କ୍ଷେତ୍ରକୁ ଝଟକା ଦେଇଛି। ଅର୍ଥ ବ୍ୟବସ୍ଥା ଏବେ ଟେକ୍ନିକାଲ ମାନ୍ଦାବସ୍ଥା ଦେଇ ଗତି କରୁଛି। ମାତ୍ର କୃଷି ତଥା ଆନୁଷଙ୍ଗିକ କ୍ଷେତ୍ର କାର୍ଯ୍ୟକଳାପ ଉନ୍ନତ ରହିଛି। ଏଭଳି ସ୍ଥିତିରେ କୃଷିକ୍ଷେତ୍ରକୁ ସରକାର ବଜେଟରେ ଆହୁରି ଉତ୍ସାହିତ କରିପାରନ୍ତି। ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ଦିଲ୍ଲୀର ସିଂଘୁ, ଟିକ୍ରି ଓ ଗାଜିପୁର ସୀମାରେ ୨ ମାସରୁ ଊର୍ଦ୍ଧ୍ୱ ସମୟ ଧରି ଲକ୍ଷାଧିକ ଚାଷୀ ଆନ୍ଦୋଳନ ଚଳାଇଛନ୍ତି। ଏହି ପ୍ରସଙ୍ଗକୁ ନେଇ ସାରା ଦେଶରେ ପ୍ରତିକ୍ରିୟା ପ୍ରକାଶ ପାଇଥିବାବେଳେ ବଜେଟରେ ସରକାର କିଛି ନୂଆ ଘୋଷଣା କରିପାରନ୍ତି। ଗ୍ରାମାଞ୍ଚଳ, ଗରିବ ଏବଂ କୃଷକଙ୍କ ଉନ୍ନତୀକରଣକୁ ବଜେଟରେ ଫୋକସ୍‌ କରାଯାଇପାରେ। ଦେଶର ଶିଳ୍ପ ଏବଂ ସେବା କ୍ଷେତ୍ର ଚଳିତ ଆର୍ଥତ୍କ ବର୍ଷ ଯଥାକ୍ରମେ ୯.୬% ଏବଂ ୮.୮% ଖସିବା ନେଇ ଅର୍ଥନୈତିକ ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି। ସେହିଭଳି କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ରର ଅଭିବୃଦ୍ଧି ୩.୪% ରହିବା ନେଇ ଅନୁମାନ କରାଯାଇଛି।

୨୦୨୨ ସୁଦ୍ଧା କୃଷକଙ୍କ ଆୟ ୨ ଗୁଣ କରିବା ଲାଗି ସରକାର ୫ ବର୍ଷ ହେଲା ପ୍ରତିଶ୍ରୁତି ଦେଇ ଆସୁଛନ୍ତି। ସେହିଭଳି ଗ୍ରାମାଞ୍ଚଳରେ ବସବାସ କରୁଥିବା ଆର୍ଥତ୍କ ଦୁର୍ବଳ ବର୍ଗଙ୍କ ଲାଗି ପକ୍କାଘର ନିର୍ମାଣକୁ ମଧ୍ୟ ପ୍ରାଧାନ୍ୟ ଦିଆଯାଉଛି। ଏଭଳି ଲକ୍ଷ୍ୟ ସବୁ ହାସଲ କରିବା ଲାଗି କୃଷି ଏବଂ ଭିତ୍ତିଭୂମି କ୍ଷେତ୍ରରେ ବ୍ୟୟବରାଦକୁ ସରକାର ବଢ଼ାଇପାରନ୍ତି। କେନ୍ଦ୍ର ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ପିଏମ୍‌ କିଷାନ ନିଧି ସହ ଅନ୍ୟ କୃଷି ଯୋଜନା ଉପରେ ବର୍ତ୍ତମାନ ତୃଣମୂଳ ସ୍ତରରେ କୃଷକଙ୍କ ସଚେତନତା ବଢ଼ିଛି। କୃଷକଙ୍କୁ ସୁଲଭ ସୁଧ ହାରରେ ସ୍ବଳ୍ପମିଆଦୀ ଋଣ ଯୋଗାଣ ଉପରେ ମଧ୍ୟ ସରକାର ନଜର ରଖିଛନ୍ତି। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ପ୍ରଧାନମନ୍ତ୍ରୀ ଜଳ ଯୋଗାଣ ଯୋଜନା ସହ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପକୁ ପ୍ରାଥମିକତା ଦେଇ କୃଷକଙ୍କ ଆର୍ଥତ୍କ ସ୍ଥିତିରେ ଉନ୍ନତି ଆଣିବାକୁ ବଜେଟରେ ନୂଆ ଘୋଷଣା ହୋଇପାରେ ବୋଲି କୁହାଯାଉଛି।

କରୋନା ଯୋଗୁ ଅନେକ ପ୍ରବାସୀ ସହର ଛାଡ଼ି ଗାଁମୁହଁା ହୋଇଛନ୍ତି। ଏହାକୁ ଧ୍ୟାନରେ ରଖି ଗ୍ରାମାଞ୍ଚଳର ବିକାଶ ଲାଗି ସରକାର ବିଭିନ୍ନ ଯୋଜନା ହାତକୁ ନେଇପାରନ୍ତି। ଏହା ହେଲେ ଲକ୍‌ଡାଉନ ବେଳେ ଜୀବିକା ହରାଇ ସହରରୁ ଫେରିଥିବା ପ୍ରବାସୀ କର୍ମନିଯୁକ୍ତି ପାଇପାରିବେ। ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା(ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ରେ ବ୍ୟୟବରାଦକୁ ସରକାର ବଢ଼ାଇପାରନ୍ତି। ୨୦୨୦-୨୧ରେ ଏମ୍‌ଜିଏନ୍‌ଆର୍‌ଇଜିଏକୁ ୬୧ ହଜାର କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଥିଲା। ସେହିଭଳି କରୋନା ସମୟରେ ଆତ୍ମନିର୍ଭର ଭାରତ ପ୍ୟାକେଜରେ ଅତିରିକ୍ତ ୪୦ ହଜାର କୋଟି ଟଙ୍କା ଏହି ଯୋଜନାକୁ ଦିଆଯାଇଛି। ନୂଆ କୃଷି ଆଇନ ପ୍ରତ୍ୟାହାର ନେଇ କୃଷକ ଆନ୍ଦୋଳନରେ ବସିଛନ୍ତି। ଉତ୍ପାଦିତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ସୁନିଶ୍ଚିତ ପାଇଁ ଆଇନ ପ୍ରଣୟନ କରାଯାଉ ବୋଲି ସେମାନେ ଦାବି କରୁଛନ୍ତି। ତେଣୁ ଏମ୍‌ଏସ୍‌ପି ସକାଶେ କିଛିଟା ପଦକ୍ଷେପ ଆସିପାରେ ବୋଲି ବଜାର ବିଶେଷଜ୍ଞ ଆଶା କରିଛନ୍ତି।

୫ ଲକ୍ଷ ଟଙ୍କାର ଆୟ ଉପରେ ଟିକସ ଛାଡ଼ ହେଲେ ଟିକସଦାତା ଆଶ୍ୱସ୍ତି ଲାଭ କରିବେ। ଏ ନେଇ ସରକାର କିଛି ପଦକ୍ଷେପ ନେଇପାରନ୍ତି। କରୋନା ଯୋଗୁ ଲୋକମାନେ ସମସ୍ୟାରେ ରହିଥିବାରୁ ସରକାର ଏ କ୍ଷେତ୍ରରେ କେତେକ ପଦକ୍ଷେପ ନେଇପାରନ୍ତି ବୋଲି ଆଶା କରାଯାଉଛି। ଆସୋଚାମ ପକ୍ଷରୁ ହୋଇଥିବା ଏକ ଅଧ୍ୟୟନ ମୁତାବକ, ସରକାର ବଜେଟରେ ସ୍ବାସ୍ଥ୍ୟସେବା କ୍ଷେତ୍ରକୁ ବିଶେଷ ଅଗ୍ରାଧିକାର ଦେଇପାରନ୍ତି ବୋଲି କୁହାଯାଉଛି। କରୋନା ଟିକାକରଣ ନେଇ ନୂଆ ଘୋଷଣା, ସ୍ବାସ୍ଥ୍ୟ ଭିତ୍ତିଭୂମି ଦୃଢ଼ୀକରଣ, ଟେଲି ମେଡିସିନ ସହ ଜରୁରିକାଳୀନ ସ୍ବାସ୍ଥ୍ୟସେବା ଭଳି ବିଭିନ୍ନ କ୍ଷେତ୍ରକୁ ଗୁରୁତ୍ୱ ମିଳିପାରେ। ସେହିଭଳି ସରକାର ଭିତ୍ତିଭୂମିକୁ ଆହୁରି ଦୃଢ଼ କରିବା ଲାଗି ବଜେଟରେ ପଦକ୍ଷେପ ନେବେ ବୋଲି ଶିଳ୍ପଜଗତ ପକ୍ଷରୁ ଆଶା କରାଯାଉଛି। ଷ୍ଟାଣ୍ଡାର୍ଡ ଡିଡକ୍ସନ ୧ ଲକ୍ଷକୁ ବଢ଼ାଇବା, ମଧ୍ୟବିତ୍ତଙ୍କ ଲାଗି ସୁଲଭ ମୂଲ୍ୟରେ ବାସଗୃହ ଋଣ, ସ୍ବାସ୍ଥ୍ୟ ସୁବିଧା, ମେଡିକ୍ଲେମ୍‌ ସୀମା ବୃଦ୍ଧି, ବରିଷ୍ଠ ନାଗରିକଙ୍କ ପାଇଁ ସଞ୍ଚୟ ଉପରେ ଅଧିକ ସୁଧ ଏବଂ ଯୁବପିଢ଼ିଙ୍କ ଲାଗି ନିଯୁକ୍ତି ଉପରେ ବିଭିନ୍ନ ପଦକ୍ଷେପ ଆସିପାରେ। ଏତଦ୍‌ବ୍ୟତୀତ ଶିଳ୍ପକ୍ଷେତ୍ର, ବ୍ୟାଙ୍କଗୁଡ଼ିକୁ ପୁଞ୍ଜି ଯୋଗାଣ ସହ ସରକାର ପ୍ରାୟ ୨୦ ବିଲ୍‌ ସମ୍ପର୍କରେ ବଜେଟରେ ଘୋଷଣା କରିପାରନ୍ତି । ବଜେଟରେ କେଉଁ କ୍ଷେତ୍ରକୁ କ’ଣ ମିଳୁଛି ତାହା ଦେଖିବାକୁ ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

ଠିକଣା ପଚାରିବା ଆଳରେ ଅପହରଣ ଉଦ୍ୟମ: ରାୟଗଡ଼ାରେ ଅଳ୍ପକେ ବର୍ତ୍ତିଲା ୧୨ ବର୍ଷର ପିଲା, ସହରରେ ଚାଞ୍ଚଲ୍ୟ

ରାୟଗଡା, ୨୪।୩(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡା ସହର ଅଞ୍ଚଳରେ ଏକ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି। ଆଜି ରାତ୍ର ପ୍ରାୟ ସାଢେ ୮ଟା ସମୟରେ ଜଣେ ୧୨…

IPL ଇତିହାସର ସବୁଠାରୁ ବଡ଼ ଡିଲ: ରାଜସ୍ଥାନ ରୟାଲ୍ସ ପରେ ବିକ୍ରି ହୋଇଗଲା RCB, ରେକର୍ଡ ୧୬,୬୬୦ କୋଟିରେ କିଣିଲେ…

ନୂଆଦିଲ୍ଲୀ, ୨୪।୩: ଆଇପିଏଲ୍‌ ୧୯ତମ ସିଜନ ଆରମ୍ଭ ହେବାକୁ ମାତ୍ର ୪ ଦିନ ବାକି ଥିବା ବେଳେ କ୍ରିକେଟ ଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି।…

ପାଣି ଟାଙ୍କିରେ ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା କରି ପ୍ରମାଣ ନଷ୍ଟ କରିବାକୁ ଫିଙ୍ଗି ଦେଇଥିବା ସନ୍ଦେହ, ଖୋଳତାଡ଼ କରୁଛି…

ବଲାଙ୍ଗୀର, ୨୪।୩ (ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ଅନ୍ତର୍ଗତ ଡୁଙ୍ଗିବାହାଲ ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ଚେକ୍‌ ଡ୍ୟାମ…

ପୁଣି ଅଶାନ୍ତ ବରଗଡ଼: ଅଟୋ ଚାଳକଙ୍କୁ ସାଇଡ୍‌ ଦେବାକୁ କହିବାରୁ ଭୁଜାଲି ମାଡ଼, ଭୟଭୀତ ସହରବାସୀ…

ବରଗଡ଼, ୨୪।୩ (ପ୍ରେମାନନ୍ଦ ଖମାରୀ): କିଛି ଦିନର ଶାନ୍ତି ପରେ ବରଗଡ଼ ସହର ପୁଣି ଅଶାନ୍ତ ହୋଇପଡ଼ିଛି। ମଙ୍ଗଳବାର ସନ୍ଧ୍ୟାରେ ସ୍ଥାନୀୟ ଟାଉନ ଥାନା ସମ୍ମୁଖ ହାଟପଦା…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: ୨ ଭାଇଙ୍କ ସମେତ ସହଯୋଗୀ ଗଲେ ଜେଲ

ଦିଗପହଣ୍ଡି,୨୪।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିରେ ରହୁଥିବା ପଦ୍ମନାଭପୁର ଗ୍ରାମର ବଳିଆ ସେଠୀ ଏବଂ ତାଙ୍କ ଭାଇ କାଳିଆ ସେଠୀଙ୍କ ସମେତ ସହଯୋଗୀ ଚାଞ୍ଚଡାପଲ୍ଲୀ ଗ୍ରାମର…

ଅଭିଭାବକ, ଶିକ୍ଷକ ମଧ୍ୟରେ ସମନ୍ବୟ ରହିଲେ…

ଭଞ୍ଜନଗର,୨୪।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଗାମୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ମାନେ ଯୋଗଦେଇ ଅଭିଭାବକ,…

ମୋଦିଙ୍କୁ ଫୋନ କଲେ ଟ୍ରମ୍ପ, ଯୁଦ୍ଧ ନେବ ଭୟଙ୍କର ମୋଡ!

ନୂଆଦିଲ୍ଲୀ,୨୪।୩: ଯୁଦ୍ଧ ଭିତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରାଚ୍ୟରେ ସଂଘର୍ଷ ସମ୍ପର୍କରେ ଫୋନରେ କଥା ହୋଇଛନ୍ତି। ଉଭୟ ନେତା…

ଚିର ନିଦ୍ରାରେ ହରିଶ ରାଣା: ୧୩ ବର୍ଷର ଯନ୍ତ୍ରଣାରୁ ମୁକ୍ତି, ସୁପ୍ରିମକୋର୍ଟଙ୍କ ଅନୁମତି ପରେ ମିଳିଲା ‘ଇଚ୍ଛାମୃତ୍ୟୁ’

ନୂଆଦିଲ୍ଲୀ,୨୪।୩: ଦୀର୍ଘ ୧୩ ବର୍ଷ ଧରି କୋମାରେ ରହି ମୃତ୍ୟୁ ସହ ସଂଗ୍ରାମ କରୁଥିବା ହରିଶ ରାଣା ଶେଷରେ ଆଖି ବୁଜିଛନ୍ତି। ଭାରତର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଐତିହାସିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri