ନୀରୋଗ ରହିବାର ସରଳ ଉପାୟ

ଦୈନନ୍ଦିନ ଜୀବନଶୈଳୀ : ଆମେ ଯଦି ସୁସ୍ଥ ରହିବା, ତେବେ ଆମକୁ ନିଜର ଦୈନନ୍ଦିନ ଜୀବନ ଶୈଳୀକୁ ଗୁରୁତ୍ୱ ଦେବାକୁ ପଡିବ। ପ୍ରତିଦିନ ସକାଳୁ ଅଧ ଘଣ୍ଟାଏ ଚାଲନ୍ତୁ। ତା’ ସହ ଯଦି କିଛି ବ୍ୟାୟାମ କରିପାରିଲେ ତାହା ସ୍ବାସ୍ଥ୍ୟ ପାଇଁ ଆହୁରି ଉପକାରୀ ସାବ୍ୟସ୍ତ ହୋଇଥାଏ।
ସ୍ବାସ୍ଥ୍ୟ ପରୀକ୍ଷା : ଆମେ ଯେତେ ବ୍ୟସ୍ତ ରହିଲେ ମଧ୍ୟ ନିୟମିତ ସମୟ ଅନ୍ତରାଳରେ ସ୍ବାସ୍ଥ୍ୟ ପରୀକ୍ଷା କରାଇ ନେବା ନିହାତି ଦରକାର। କୌଣସି ରୋଗର ଲକ୍ଷଣ ପ୍ରକାଶ ପାଇଲେ ତାହାକୁ ଅବହେଳା ନ କରି ତୁରନ୍ତ ଅଭିଜ୍ଞ ଡାକ୍ତରଙ୍କ ସହ ପରାମର୍ଶ କରି ଚିକିତ୍ସିତ ହୁଅନ୍ତୁ।
ଖାଦ୍ୟପେୟ : ଆମେ ସୁସ୍ଥ ରହିବା ପଛରେ ଖାଦ୍ୟପେୟର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସବୁବେଳେ ସୁଷମ ତଥା ଭିଟାମିନ୍‌ଯୁକ୍ତ ଖାଦ୍ୟ ଖାଆନ୍ତୁ। ଅଧିକ ତେଲ ମସଲାଯୁକ୍ତ ଖାଦ୍ୟ ଯେତେ କମ୍‌ ଖାଇବେ ତାହା ସ୍ବାସ୍ଥ୍ୟ ପାଇଁ ସେତେ ଭଲ।
ପାଣି : ଖାଦ୍ୟ ଖାଇବା ସହ ଆବଶ୍ୟକ ମୁତାବକ ପାଣି ପିଅନ୍ତୁ। ଜଣେ ସୁସ୍ଥ ବ୍ୟକ୍ତି ଦିନକୁ ୨-୩ ଲିଟର ପାଣି ପିଇପାରନ୍ତି। କାରଣ ଖାଦ୍ୟକୁ ହଜମ କରିବାରେ ପାଣି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ତା’ ସହ ଶରୀରରେ ଜଳୀୟ ଅଂଶକୁ ମଧ୍ୟ ସନ୍ତୁଳିତ ରଖେ।
ନିଦ୍ରା : ଆମେ ଦିନକୁ ଅତିକମ୍‌ରେ ୬-୬ ଘଣ୍ଟା ଶୋଇବା ନିହାତି ଦରକାର। କାରଣ ଯଦି ନିଦ୍ରାରେ ଅନିୟମିତତା ପରିଲକ୍ଷିତ ହେଲା, ତେବେ ତାହା ପରୋକ୍ଷରେ କେତେକ ରୋଗର କାରଣ ସାଜିଥାଏ। ବିଶେଷଭାବରେ ରାତ୍ରଭୋଜନ ଏବଂ ଶୋଇବା ସମୟ ମଧ୍ୟରେ ଅତିକମ୍‌ରେ ଦୁଇ ଘଣ୍ଟାର ବ୍ୟବଧାନ ରହିବା ଦରକାର।