ଆଇନଜୀବୀଙ୍କୁ ଉପକୃତ କରିବ ଇ- ଲାଇବ୍ରେରି

ଜୟପୁର, ୨୩।୩ (ନି.ପ୍ର.) – ଜୟପୁରସ୍ଥିତ ଜିଲା କୋର୍ଟରେ ମଙ୍ଗଳବାର ଇ-ଲାଇବ୍ରେରି ଉଦ୍‌ଘାଟିତ ହୋଇଛି। ହାଇକୋର୍ଟର ମୁଖ୍ୟ ବିଚାରପତି ଏସ. ମୁରଲିଧର ଭିଡିଓ କନଫରନେସି ଦ୍ୱାରା ଏହାକୁ ଉଦ୍‌ଘାଟନ କରିଛନ୍ତି ା ଇ- ଲାଇବ୍ରେରି ଦ୍ୱାରା ଆଇନଜୀବୀମାନେ ଉପକୃତ ହୋଇପାରିବେ ା ଏହି କାର୍ଯ୍ୟକ୍ରମରେ ଜିଲା ଜଜ୍‌ ସୌମେନ୍ଦ୍ର କୁମାର ରାଜଗୁର, ପୋକୋ୍ସ କୋର୍ଟ ଜଜ୍‌ ପ୍ରଦିପ୍ତ କୁମାର ସାସମଲ, ଅତିରିକ୍ତ ଜିଲା ଜଜ୍‌ ରାଜେଶ ଏକ୍କା, ଓକିଲ ସଂଘ ସଭାପତି ସରୋଜ ଦାସ, ସମ୍ପାଦକ ଅନନ୍ଦ ରଥ, ଯୁଗ୍ମ ସମ୍ପାଦକ ଗିରିଧର ଖରା, ରବିନ୍ଦ୍ର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ା