ଚନ୍ଦ୍ରକୁ ଛୁଉଁଥିବା ବାମନର ହାତ

୨୯ ଡିସେମ୍ବର ୧୯୫୯ ଘଟଣା। ଆମେରିକାନ୍‌ ଫିଜିକାଲ ସୋସାଇଟି ଆନୁକୂଲ୍ୟରେ ପାସାଡେନା (କାର୍ଲିଫର୍ନିଆ)ସ୍ଥିତ କାଲ୍‌ଟେକ (କାଲିଫର୍ନିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି)ଠାରେ ଅନୁଷ୍ଠିତ ବାର୍ଷିକ ସମ୍ମିଳନୀ ପାଇଁ ପ୍ରସଙ୍ଗ ରଖାଯାଇଥିଲା ”ତଳସ୍ତରରେ ଯଥେଷ୍ଟ ଜାଗା ଅଛି“ (ଦେର୍‌ ଇଜ୍‌ ପ୍ଲେଣ୍ଟି ଅଫ୍‌ ରୁମ୍‌ ଆଟ୍‌ ଦି ବଟମ୍‌)। ସେଠାରେ ବକ୍ତାଭାବେ ପଦାର୍ଥ ବିଜ୍ଞାନବିତ୍‌ ରିଚାର୍ଡ ଫାଇନ୍‌ମେନ (୧୯୧୮-୧୯୮୮) ଯୋଗଦେଇଥିଲେ। ତାଙ୍କ ଭାଷଣର ସାରାଂଶ ହେଲା ଯେ, ଅଣୁ ଓ ପରମାଣୁକୁ କୁଶଳ ଓ ଚତୁର ଭାବେ ପରିଚାଳନା ଏବଂ ନିୟନ୍ତ୍ରଣ କରିବା ସମ୍ଭବ। ଫଳରେ ଯେଉଁ ବିନ୍ୟାସ ସୃଷ୍ଟି ହେବ, ଏହା ବିଭିନ୍ନ ବସ୍ତୁର ଅଧ୍ୟୟନ ଓ ଇଂଜିନିୟରିଂ ସକାଶେ ନୂତନ କ୍ଷେତ୍ର ଉନ୍ମୁକ୍ତ କରିବ। କାଲ୍‌ଟେକର ଇଞ୍ଜିନିୟରିଂ ଆଣ୍ଡ୍‌ ସାଇନ୍ସ ପତ୍ରିକାରେ ଏହା ଫେବୃଆରୀ ୧୯୬୦ରେ ପ୍ରକାଶ ପାଇଲା। ସେତେବେଳେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହୋଇପାରେ ବୋଲି କେହି ବିଶ୍ୱାସ କରିନଥିଲେ।
ଅଣୁର ଆକାର କ୍ଷୁଦ୍ର, କିନ୍ତୁ ଏହା ତୁଚ୍ଛ ବା ନଗଣ୍ୟ ହୋଇନପାରେ। ଗ୍ରୀକ୍‌ ଦାର୍ଶନିକ ଡିମୋକ୍ରିଟସ (ଖ୍ରୀ.ପୂ: ୪୬୦-୩୭୦)ଙ୍କ ଭାଷାରେ ଅତି ବୃହତ୍‌ ବସ୍ତୁର ପ୍ରକୃତିର ବୋଧଗମ୍ୟତା ପ୍ରାପ୍ତି ପାଇଁ ଅତୀବ କ୍ଷୁଦ୍ରାକୃତି ବସ୍ତୁର ପ୍ରକୃତି ବୁଝିବା ଉଚିତ୍‌।
ଦୂରଦ୍ରଷ୍ଟା ଫାଇନ୍‌ମେନ ଉକ୍ତ ବକ୍ତବ୍ୟରେ ଦୁଇଟି ପ୍ରଶ୍ନ ଉଠାଇ ଏହାର ସମାଧାନ କରିବା ସକାଶେ ପ୍ରତିଯୋଗିତା ଆୟୋଜନ କରିଥିଲେ। ପ୍ରଥମଟି ହେଉଛି ଗୋଟିଏ କ୍ଷୁଦ୍ର ମୋଟର ନିର୍ମାଣ, ଯାହା ଘନାକୃତି ହେବା ସହ ତା’ର ବାହୁ ୧/୬୪ ଇଞ୍ଚ ରହିବ। ପୁଣି ବାହାରୁ ଏହାକୁ ନିୟନ୍ତ୍ରଣ କରାଯାଇ ପାରିବ। ମାତ୍ର ବର୍ଷକ ଭିତରେ କାଲ୍‌ଟେକର ଗୋଟିଏ ଗ୍ରାଜୁଏଟ୍‌ ଛାତ୍ର ଏହା ସମାଧାନ କରିପାରିଥିଲେ। ଏମିତି କାର୍ଯ୍ୟକ୍ଷମ କ୍ଷୁଦ୍ରାତିକ୍ଷୁଦ୍ର ଇଲେକ୍‌ଟ୍ରିକ୍‌ ମୋଟର ଆଶ୍ଚର୍ଯ୍ୟଜନକ ଥିଲା। ଦ୍ୱିତୀୟ ପ୍ରଶ୍ନଟି ଥିଲା: ଗୋଟିଏ ବହିର ପୃଷ୍ଠାକୁ ଲିନିଅର ସ୍କେଲର ୧/୨୫୦୦୦ କ୍ଷେତ୍ରଫଳ ବିଶିଷ୍ଟ ଜାଗାରେ ଲେଖାଯିବ, ଯାହା ପଢ଼ିବାରେ ଅସୁବିଧା ହେବ ନାହିଁ। ଦୀର୍ଘବର୍ଷ ପରେ ୧୯୮୫ରେ ଷ୍ଟାନ୍‌ଫୋର୍ଡର ଜଣେ ଗ୍ରାଜୁଏଟ୍‌ ‘ଏ ଟେଲ୍‌ ଅଫ୍‌ ଟୁ ସିଟିଜ୍‌’ ଉପନ୍ୟାସର ଗୋଟିଏ ପୃଷ୍ଠା ଏମିତି ଲିପିବଦ୍ଧ କରି ଏହି ଆହ୍ବାନର ସଫଳ ଉତ୍ତର ରଖିଥିଲେ।
ଉଭୟ ଦୃଷ୍ଟାନ୍ତର ମୂଳ ଭିତ୍ତି ହେଉଛି ଅତିଶୟ କ୍ଷୁଦ୍ରାକାର। ଏହି ଧାରଣାକୁ ଆଧାର କରି ଗୋଟିଏ ନୂତନ ପ୍ରଯୁକ୍ତି ବିଦ୍ୟାଭିତ୍ତିକ ବିଭାଗର ସୂତ୍ରପାତ ହେଲା, ଯାହା ନାନୋ ଟେକ୍ନୋଲୋଜି ଭାବେ ଅଭିହିତ। ‘ନାନୋ’ ଗୋଟିଏ ଗ୍ରୀକ୍‌ ଶବ୍ଦ, ଯାହାର ଅର୍ଥ ହେଉଛି ବାମନ। ମାପ ଅନୁସାରେ ଏହା କୌଣସି ବସ୍ତୁର ଏକଶତ କୋଟି ଭାଗରୁ ଗୋଟିଏ ଭାଗ। ଆମ କେଶର ବ୍ୟାସଠାରୁ ଏହା ଏକ ଲକ୍ଷ ଗୁଣରେ କ୍ଷୁଦ୍ର। ୧୦-୯ ମିଟର (ଅର୍ଥାତ୍‌ ଏକ ନାନୋମିଟର) ତିନିରୁ ପାଞ୍ଚଟି ପରମାଣୁ(ଆଟମ୍‌)ର ବ୍ୟାସ ସହ ସମାନ।
ପୃଥିବୀପୃଷ୍ଠଠାରୁ ଚନ୍ଦ୍ରର ଦୂରତା ପ୍ରାୟ ୩,୮୪,୪୦୦ କିଲୋମିଟର। ଏହି ପଥ କେବଳ ଦୀର୍ଘ ନୁହେଁ, ସେଠାରେ ପହଞ୍ଚତ୍ବାକୁ ହେଲେ ଯାତ୍ରାକାଳରେ ଅନେକ ପ୍ରତିବନ୍ଧକ ଦେଖାଦିଏ। ସଶରୀରେ ସେଠାକୁ ଯିବା ବିପଦସଂକୁଳ। ମହାକାଶଯାନ ଉତ୍‌କ୍ଷେପଣ ସମୟଠାରୁ ବାୟୁମଣ୍ଡଳ ପ୍ରବେଶ କରିବାଯାଏ ଯାତ୍ରୀ ପୃଥିବୀର ଅତ୍ୟଧିକ ମାଧ୍ୟାକର୍ଷଣ ଶକ୍ତିର ଶିକାର ହୁଏ। ସାମୟିକ ଭାବେ ଏହା ଦୃଷ୍ଟିଶକ୍ତି ଓ ଚେତନା ବ୍ୟାଘାତ କରେ। ପୁଣି ଯାତ୍ରା ଶେଷରେ ପୃଥିବୀରେ ପହଞ୍ଚତ୍ବା ସମୟରେ ମାଧ୍ୟାକର୍ଷଣ ଅସୁସ୍ଥତା ଭୋଗିବାକୁ ହୁଏ। ଅନ୍ତରୀକ୍ଷରେ ଭାରହୀନତା ଯୋଗୁ ଶାରୀରିକ ପରିବର୍ତ୍ତନ ଦେଖାଦିଏ। ରକ୍ତ ଓ ତରଳ ପଦାର୍ଥ ଶରୀରରେ ଊର୍ଦ୍ଧ୍ୱଗାମୀ ହୁଏ। ଅସ୍ଥି ଓ ମାଂସପେଶୀ କ୍ଷତିଗ୍ରସ୍ତ ହୁଏ। ଆମେ ଦୈନନ୍ଦିନ ଅଭ୍ୟସ୍ତ ଥିବା ଦୈହିକ ପ୍ରକ୍ରିୟା (ସିର୍କାଡିଆନ ରିଦମ୍‌) ବିଶୃଙ୍ଖଳିତ ହୁଏ। ପୃଥିବୀଠାରୁ ଦୂରତା ଯେତେ ବଢ଼େ, ଭୂଚୁମ୍ବକତ୍ୱ (ଟେରିଷ୍ଟ୍ରିଆଲ ମାଗ୍ନେଟିଜମ୍‌) ସେତେ କମିଯାଏ। ଫଳରେ ମହାଜାଗତିକ ରଶ୍ମି, ସୌରକଣିକା ଓ ଅନ୍ତରୀକ୍ଷରେ ବିଦ୍ୟମାନ ବିକିରଣ ଯାତ୍ରୀର ସ୍ବାସ୍ଥ୍ୟକୁ ଆକ୍ରାନ୍ତ କରେ। ପରିଣାମବଶତଃ କର୍କଟ ରୋଗର ସମ୍ଭାବନା, କେନ୍ଦ୍ର ସ୍ନାୟୁତନ୍ତ୍ରରେ ବୈକଲ୍ୟ ଦୁଶ୍ଚିନ୍ତାକାରକ ହୋଇଥାଏ। ସର୍ବୋପରି ଜୀବନ ରକ୍ଷାକାରୀ ବ୍ୟବସ୍ଥା, ନୋଦନ (ପ୍ରପଲସନ) ଓ ସଂଚାଳନ (ନେଭିଗେଶନ) ପାଇଁ ନିୟୋଜିତ ଯନ୍ତ୍ରପାତି ଅତ୍ୟନ୍ତ ନିର୍ଭରଯୋଗ୍ୟ ନ ହେଲେ ଯାତ୍ରୀର ଜୀବନ ବିପନ୍ନ ହୁଏ। ତ୍ରୁଟି ଦେଖାଦେଲେ ବହୁ ଦୂରରେ ଥିବା ଯାନର ଉପକରଣ ସଜାଡ଼ିବା କଷ୍ଟସାଧ୍ୟ ଓ ଆହ୍ବାନପୂର୍ଣ୍ଣ ଭାବେ ଜୀବନ-ମରଣ ସମସ୍ୟା ସୃଷ୍ଟି କରେ।
୧୯୬୦-୭୦ ଦଶକରେ ଚନ୍ଦ୍ର ଅଭିଯାନ ଆରମ୍ଭ ହେଲା ଓ ପ୍ରତିଯୋଗିତା ଭିତ୍ତିରେ ପ୍ରମୁଖ ସ୍ଥାନ ହାସଲ କଲା। କିନ୍ତୁ ସେତେବେଳେ ନାନୋ ଟେକ୍ନୋଲୋଜି ଅଜଣା ଥିଲା। ତେବେ ୧୯୯୦ ପରଠାରୁ କାର୍ବନ ନାନୋଟ୍ୟୁବ ଓ ରାଫେନ ବ୍ୟବହାର କରି ହାଲୁକା ଓ ଶକ୍ତ ମହାକାଶଯାନ ନିର୍ମାଣ ହେବା ଫଳରେ ବ୍ୟୟ ବହୁଳତା କମିଗଲା। ମହାକାଶଚାରୀଙ୍କ ପୋଷାକରେ ନାନୋ ମ୍ୟାଟେରିଆଲ୍‌ ଉପଯୋଗ ହେବାକୁ ତାହା ଦୀର୍ଘସ୍ଥାୟୀ, ନମନୀୟ ହେବା ସହ ପରିବେଶଜନିତ ବିପଦ ବିପକ୍ଷେ ରକ୍ଷାକବଚ ପରି କାମ ଦେଲା। ଗ୍ରାଫେନ ଅକ୍‌ସାଇଡ୍‌ ବ୍ୟବହାର କରି ନିର୍ମିତ ନାନୋ ଫିଲ୍‌ଟ୍ରେଶନ ମେମ୍ବ୍ରନ ଦ୍ୱାରା ଯାତ୍ରୀଙ୍କ ପରିସ୍ରା, ସ୍ବେଦ ପରି ବର୍ଜ୍ୟ ତରଳ ପଦାର୍ଥକୁ କୁଶଳ ଭାବେ ପରିଷ୍କୃତ କରାଯିବାରୁ ତାହା ପୁନଃ ବ୍ୟବହାର ଯୋଗ୍ୟତା ପ୍ରାପ୍ତ ହେଲା।
ଏହି ପ୍ରକାରେ ନାନୋ ଟେକ୍ନୋଲୋଜି ମହାକାଶ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ହେବାରେ ଲାଗିଛି। ବାସ୍ତବରେ ‘ନାନୋ’ (ବାମନ)କୁ ହେୟ ମନେକରିବା ଏକ ଗୁରୁତର ତ୍ରୁଟି। ପୁରାଣରେ ଭଗବାନ୍‌ ବିଷ୍ଣୁଙ୍କ ପଞ୍ଚମ ଅବତାର ହେଉଛି ବାମନ। ଉଦ୍ଧତ, ଅହଂକାରୀ, ଗର୍ବୀ ଅସୁର ରାଜା ବଳି ଏହି କାରଣରୁ ଦଣ୍ଡିତ ହୋଇଥିଲା। ବାମନ ଅବତାରରେ ବିଷ୍ଣୁ ତାଙ୍କୁ ତିନିପାଦ ପରିମିତ ଭୂମି ଦାନ ହିସାବରେ ମାଗିଲେ। ଦୈତ୍ୟରାଜ ଚିନ୍ତା କଲା ଯେ, ଏହା ଏକ ସାମାନ୍ୟ ବିଷୟ। କିନ୍ତୁ ବିଷ୍ଣୁଙ୍କ ପ୍ରଥମ ପାଦ ସାରା ମର୍ତ୍ତ୍ୟ, ଦ୍ୱିତୀୟ ପାଦ ସମଗ୍ର ସ୍ବର୍ଗଲୋକକୁ ଆଚ୍ଛାଦିତ କରିଦେଲା। ତୃତୀୟ ପାଦ ପାଇଁ ଆଉ ଜାଗା ନ ଥିବାରୁ ତା’ ମୁଣ୍ଡ ଉପରେ ପାଦ ରଖି ତାକୁ ପାତାଳପୁରକୁ ପଠାଇଦେଲେ। ସେମିତି ପୂର୍ବରୁ ଅବହେଳାର ଶିକାର ହୋଇଥିବା ଅଣୁ ରୂପକ ବାମନ ଏବେ ସୁଦୂର ଚନ୍ଦ୍ରକୁ ଯାତାୟାତ କରିପାରି ସମସ୍ତଙ୍କୁ ଚମତ୍କୃତ କରୁଛି।
ଏହି ପୃଷ୍ଠଭୂମିରେ ନାନୋ ଟେକ୍ନୋଲୋଜିର ମୂଲ୍ୟାୟନ କରାଯାଇପାରେ। ସାମ୍ପ୍ରତିକ ବିଜ୍ଞାନ ଯୁଗରେ ଉକ୍ତ ପ୍ରଯୁକ୍ତିବିଦ୍ୟା ବିଭିନ୍ନ ଉଦ୍‌ଭାବନ ମଧ୍ୟରୁ ଗୋଟିଏ ଦୃଷ୍ଟାନ୍ତ। ଏହି ଶ୍ରେଣୀୟ ଉଦ୍ୟୋଗର ସାମଗ୍ରିକ ପରିଣାମ ଓ ଭବିଷ୍ୟତ ସମ୍ବନ୍ଧରେ ଭୌତିକ ବିଜ୍ଞାନୀ ଷ୍ଟିଫେନ୍‌ ହକିଙ୍ଗ (୧୯୪୨-୨୦୧୮) କହିଛନ୍ତି: ”ମୌଳିକ ବିଜ୍ଞାନର ଅଗ୍ରଗତି ସହ ତାଳ ମିଳାଇ ପ୍ରଯୁକ୍ତି କ୍ଷେତ୍ରରେ ଘଟିଥିବା କାର୍ଯ୍ୟାନୁଷ୍ଠାନଗୁଡିକ ହିଁ ପୃଥିବୀର ସଭ୍ୟତା ଓ ସଂସ୍କୃତିର ଏପରି ଅଭୂତପୂର୍ଣ୍ଣ ପରିବର୍ତ୍ତନ ଘଟାଇ ପାରିଛନ୍ତି।“

ଡ. ନିଖିଳାନନ୍ଦ ପାଣିଗ୍ରାହୀ
ମୋ: ୯୦୭୮୭୪୮୮୪୮

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ ମ୍ୟାଚ୍‌: ହୋଟେଲ ରୁମ୍‌ ଭଡ଼ା ୪୦୦% ବୃଦ୍ଧି

ଅହମଦାବାଦ,୭।୩:  ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ସନ୍ଧ୍ୟାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି୨୦ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଏଥିଲାଗି ସହରର ପ୍ରାୟତଃ ହୋଟେଲରେ ରୁମ୍‌…

ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅପମାନ: ମୋଦି-ମମତା ମୁହାଁମୁହିଁ, ଦୁର୍ଭାଗ୍ୟଜନକ କହି…

ନୂଆଦିଲ୍ଲୀ/କୋଲକାତା,୭।୩: ପଶ୍ଚିମବଙ୍ଗ ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଏବେ ରାଜନୀତି ସରଗରମ ହୋଇଛି। ସିଲିଗୁଡ଼ିରେ ଆୟୋଜିତ ଆନ୍ତର୍ଜାତୀୟ ସାନ୍ତାଳ ସମ୍ମିଳନୀ ପାଇଁ ଉପଯୁକ୍ତ ସ୍ଥାନ…

ନିର୍ବାଚନ ପୂର୍ବରୁ ମମତାଙ୍କ ବଡ଼ ଘୋଷଣା

କୋଲକାତା,୭ା୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ସମସ୍ତ ଦଶମ ଶ୍ରେଣୀ ପାସ୍‌ ବେରୋଜଗାରୀ ଯୁବବର୍ଗଙ୍କୁ ମାସିକ…

ଦୁବାଇରେ ହଠାତ ଶସ୍ତା ହେଉଛି ସୁନା! ଇରାନ ସହ ଯୁଦ୍ଧ ମଧ୍ୟରେ ମୂଲ୍ୟରେ ବଡ଼ ହ୍ରାସ, ଭାରତ ଉପରେ ପଡ଼ିବ…

ଦୁବାଇ/ନୂଆଦିଲ୍ଲୀ,୭।୩: ବିଶ୍ୱର ସୁନା ବଜାର କୁହାଯାଉଥିବା ଦୁବାଇରୁ ଏବେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଯୋଗୁ…

କେନିଆରେ ବର୍ଷା ବିତ୍ପାତ: ଚାଲିଗଲା ୨୩ ଜୀବନ

ନାଇରୋବି,୭ା୩: କେନିଆ ରାଜଧାନୀ ନାଇରୋବିରେ ପ୍ରବଳ ବର୍ଷାରେ ୨୩ ଜଣଙ୍କ ମୃତ୍ୟୁ ଘଟିବା ସହ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଶନିବାର ରାସ୍ତାଘାଟ ଜଳାର୍ଣ୍ଣବ ହୋଇଥିବାରୁ ଗାଡ଼ିଚାଳକମାନେ…

ଇରାନ ଉପରେ ଆଜି ହେବ ‘ଭୟଙ୍କର’ ଆକ୍ରମଣ: ଟ୍ରମ୍ପଙ୍କ ଘୋଷଣା ପରେ ସାରା ବିଶ୍ୱରେ ହଇଚଇ, ପଡ଼ୋଶୀ ଦେଶକୁ…

ୱାଶିଂଟନ/ତେହେରାନ,୭।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପ୍ରତିଦିନ ଭୟଙ୍କର ରୂପ ନେଉଛି। ମଧ୍ୟପ୍ରାଚ୍ୟର ଅନେକ ସହର ଏହି ସାମରିକ ସଂଘର୍ଷରେ ଛାରଖାର ହୋଇଯାଇଥିବା ବେଳେ,…

ଘରଭାଙ୍ଗି ଧାନ ଖାଇଲା ଦନ୍ତା

ନାକଟିଦେଉଳ, ୭ା୨(ବୈକୁଣ୍ଠନାଥ ସାହୁ): ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ଅଧୀନ ଆଭ୍ୟନ୍ତରୀଣ ତଥା ପାହାଡ଼ ତଳି ଗ୍ରାମରେ ଗତ କିଛି ଦିନ ହେଲା ଦନ୍ତାହାତୀ ଉପଦ୍ରବ ଲାଗି…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri