ଧୂଳି ଉଡ଼ି ନଷ୍ଟ ହେଉଛି ପରିଶ୍ରମର ଫସଲ

ଉମରକୋଟ, ୨୪।୧୨(ସ୍ବ.ପ୍ର.): ନବରଙ୍ଗପୁର ଉମରକୋଟ ଦେଇ ରାଇପୁରରୁ ବିଶାଖାପାଟଣା ଭାରତମାଳା ରାସ୍ତାର ନିର୍ମାଣ କାମ ଜୋର୍‌ସୋରରେ ଚାଲିଛି। କିନ୍ତୁ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଖାମଖିଆଲ ମନୋଭାବ ଯୋଗୁ ସ୍ଥାନୀୟ ଅଞ୍ଚଳରେ ଜନ ଅସନ୍ତୋଷ ବୃଦ୍ଧି ପାଉଛି। ଦୈନିକ ଏହି ରାସ୍ତା କାର୍ଯ୍ୟରେ ୫୦୦ରୁ ଊଦ୍ଧର୍‌ବ ଟ୍ରକ୍‌, ଟିପ୍ପର ଭଳି ବଡ଼ବଡ଼ ଯାନବାହନ ଓଭରଲୋଡିଂ କରି ଅତି ଦ୍ରୁତଗତିରେ ଯାଉଛି। ଧୂଳି ଧୂସରରେ ଉମରକୋଟବାସୀ ଅତିଷ୍ଠ ହୋଇପଡିଲେଣି। ଏହି ଟ୍ରକ୍‌ ଯାଉଥିବା ରାସ୍ତାରେ ଧୂଳି ନ ଉଡ଼ିବା ପାଇଁ ପାଣି ଲଗାତର ଛିଞ୍ଚତ୍ବାର ନିୟମ ରହିଛି। କିନ୍ତୁ ଏହି ନିୟମକୁ ଠିକ୍‌ଭାବେ ପାଳନ କରାଯାଉ ନ ଥିବା ବାରମ୍ବାର ଅଭିଯୋଗ ହେଉଛି। ବର୍ତ୍ତମାନ ଏହି ରାସ୍ତାର ଧୂଳି ଉଡ଼ି ମକା ଫସଲ ନଷ୍ଟ ହେଇଥିବା ଅଭିଯୋଗ କରିଛନ୍ତି ଚାଷୀ।
ଉମରକୋଟ ବ୍ଲକ ଅଧୀନ ବଡ଼କୁମାରୀ ପଞ୍ଚାୟତ ଅଧୀନରେ ଆସୁଥିବା ଭାଲୁସାହି ଗ୍ରାମରେ ମକା ଫସଲ ନଷ୍ଟ ହୋଇଯାଇଥିବା ସେହି ଗ୍ରାମର ଚାଷୀ ଜଗ ସାନ୍ତା ଅଭିଯୋଗ କରିଛନ୍ତି। ଟଙ୍କା କରଜ ଆଣି ବହୁ ପରିଶ୍ରମ କରି ମକାଚାଷ କରିଥିଲେ। ଗଛ ବି ପ୍ରାୟ ୨ ଫୁଟ ହେଲାଣି। କିନ୍ତୁ ଜମି ଦେଇ ଯାଇଥିବା ରାସ୍ତାରେ ଭାରତମାଳା ଯୋଜନା କାମରେ ନିୟୋଜିତ ଟ୍ରକ୍‌ ଯାଇ ଧୂଳି ଉଡ଼ି ଗଛ ଉପରେ ପଡୁଛି। ତେଣୁ ଗଛ ଆଉ ବଢ଼ୁନି ବୋଲି ଜଗ କହି ଚିନ୍ତାବ୍ୟକ୍ତ କରିଛନ୍ତି। ଗ୍ରାମ ନିକଟରେ ଥିବା ଭାରତମାଳାର କ୍ୟାମ୍ପରେ ଟ୍ରକ୍‌ ଡ୍ରାଇଭର ଓ ଉପସ୍ଥିତ ଅଧିକାରୀଙ୍କୁ ପାଣି ପକାଇବା ପାଇଁ ଅନୁରୋଧ କଲେ ମଧ୍ୟ କେହି ଶୁଣୁ ନ ଥିବା ଜଗ ଅଭିଯୋଗ କରିଛନ୍ତି। ରାସ୍ତା କାମକୁ ବିରୋଧ ନୁହେଁ ବରଂ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଖାମଖିଆଲ କାର୍ଯ୍ୟକୁ ପ୍ରତି ବିରୋଧ କରୁଛୁ ବୋଲି ଅଞ୍ଚଳବାସୀ କହିଛନ୍ତି। ଏପରି ବହୁ ମକା, ପରିବା ଓ ଧାନ ଫସଲ ନଷ୍ଟ ହେଉଥିବା ଅଭିଯୋଗ କରିଛନ୍ତି ଚାଷୀ। ତୁରନ୍ତ ଅଧିକାରୀ ଓ ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ନ ଦେଲେ ଏକ ବଡ଼ ଧରଣର ଜନ ଆନ୍ଦୋଳନକୁ ଏଡ଼ାଇ ନ ଯାଇପାରେ। ଏବିଷୟରେ ଉମରକୋଟ ତହସିଲଦାର ଏନ୍‌. ଜଗଜ୍ଜୀବନ ଚୌଧୁରୀଙ୍କୁ ପଚାରିବାରୁ ଘଟଣା ବିଷୟରେ ଆପଣଙ୍କଠାରୁ ଜାଣିଲି। ଘଟଣାର ତଦନ୍ତ କରି ଭାରତ ମାଳା ଅଧିକାରୀଙ୍କୁ ଏବିଷୟରେ ତାଗିଦ କରାଯିବ। ଧୂଳି କିପରି କମି ପାରିବ ସେ ଦିଗରେ ଚେଷ୍ଟା କରିବି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ଦିନ ପାଳନ ପାଇଁ ଚଳଚଞ୍ଚଳ କନ୍ଧମାଳ: ପୋଲିସ ପାଟ୍ରୋଲିଂକୁ କରାଯିବ କଡାକଡ଼ି

ଦାରିଙ୍ଗବାଡି, ୨୨ା୧୨ (ଅରୁଣ ସାହୁ): ଆଉ ମାତ୍ର ୨ ଦିନ ପରେ ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ ପାଳନ ହେବ। ଏଥିପାଇଁ ସବୁଠି ଆନନ୍ଦର ଲହରି ଦେଖା ଦେଇଛି।...

ଅତିଷ୍ଠ ହେଉଛିସାମାଜିକ ବାସନ୍ଦ: ପରିବାର ସହ ଇଚ୍ଛାମୃତ୍ୟୁ ପାଇଁ ଅନୁମତି ମାଗିଲେ ବ୍ୟକ୍ତି

ଦିଗପହଣ୍ଡି,୨୨।୧୨: ଦୀର୍ଘ ଏକ ବର୍ଷରୁ ଅଧିକ ସମୟ ଧରି ସାମାଜିକ ବାସନ୍ଦର ଶିକାର ହୋଇ ଶେଷରେ ଜିଲା ପ୍ରଶାସନ ନିକଟରେ ଗୁହାରି କରିଛନ୍ତି ଜଣେ ବ୍ୟକ୍ତି।...

ବ୍ରାହ୍ମଣୀ ନଦୀରେ ବୁଡ଼ି ଯୁବତୀଯୁବକଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ

ବଣାଇଁ, ୨୨/୧୨(ପ୍ରଦୀପ ତ୍ରିପାଠୀ):- ସୁନ୍ଦରଗଡ ଜିଲ୍ଲା ଚାନ୍ଦିପୋଷ ଥାନାର ବିରତୋଳା ମନ୍ଦିର ନିକଟରେ ବ୍ରାହ୍ମଣି ନଦୀରେ ଅଭାବନୀୟ ଘଟଣା । ବ୍ରାହ୍ମଣି ନଦୀରେ ବୁଡି ଯୁବତୀଯୁବକଙ୍କ...

ମହିଳା କର୍ମଚାରୀଙ୍କୁ ଅଶ୍ଳିଳ ବ୍ୟବହାର: କଲେଜ ସଂପାଦକ ଗିରଫ

ବଲାଙ୍ଗିର,୨୨।୧୨: ମହିଳା କର୍ମଚାରୀଙ୍କୁ ଅଶ୍ଳୀଳ ବ୍ୟବହାର ଓ ଧମକଚମକ ଦେବା ଅଭିଯୋଗରେ ଜଣେ ଘରୋଇ କଲେଜର ସମ୍ପାଦକଙ୍କୁ ଗିରଫ କରିଛି ପୋଲିସ। ଗିରଫ ଅଭିଯୁକ୍ତ ଜଣକ...

ମନରେଗା ଯୋଜନାର ନୂତନ ନାମକରଣକୁ ବିରୋଧ, ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ କଂଗ୍ରେସର ବିକ୍ଷୋଭ

ଛତ୍ରପୁର,୨୨/୧୨(ଦିଲ୍ଲୀପ ସାମଲ):ମନରେଗା ଯୋଜନାର ନୂଆ ନାମକରଣ କରି ସେଥିରୁ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ନାମକୁ ବାଦ ଦେବାକୁ ବିରୋଧ କରି କଂଗ୍ରେସ ଦଳ ପକ୍ଷରୁ ଗଞ୍ଜାମ...

ଭୟଙ୍କର ଦୁର୍ଘଟଣା: ଏକାବେଳକେ ୨ ବାଇକ୍‌କୁ ଧକ୍କା ଦେଲା କାର୍‌,ପରେ…

ଗଞ୍ଜାମ,୨୨।୧୨(ଅନାଥ ତରାଇ): ଗଞ୍ଜାମ ବ୍ଲକ ପୋଇରାସୀ ପଞ୍ଚାୟତର କାଇଁଚପୁର ନିକଟରେ ସୋମବାର ଭୟଙ୍କର ଦୁର୍ଘଟଣା ଘଟିଛି। ଏକ କାର (ନଂ ଓଡ଼ି୦୭ଏପି୪୪୩୩) ଦୃତ ଗତିରେ ଆସି...

ସଫେଇ କରିବାକୁ କହି ମହିଳାଙ୍କଠାରୁ ସୁନା ଚେନ୍‌ ଲୁଟିନେଲେ ଯୁବକ, ଆଉ ତା’ପରେ…

ବଲାଙ୍ଗୀର, ୨୨।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ତେଲିଗୋଠପଡାଠାରେ ସଫେଇ ନାଁରେ ଦୁଇ ଜଣ ଯୁବକ ଜଣେ ମହିଳାଙ୍କଠାରୁ ସୁନା ଚେନ୍‌ ଲୁଟି ଫେରାର୍‌ ହୋଇଯାଇଛନ୍ତି।...

ହୋଟେଲ ଭମର୍ସ ସିଲ୍‌ କଲା ପୌର ପ୍ରଶାସନ

ବଲାଙ୍ଗୀର,୨୨।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୌର ପ୍ରଶାସନ ପକ୍ଷରୁ ସୋମବାର ସ୍ଥାନୀୟ ହୋଟେଲ ଭମର୍ସକୁ ସିଲ୍‌ କରାଯାଇଛି। ପୌର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri