ଦୂରନ୍ତୋ ଏକ୍ସପ୍ରେସ୍‌ ଲାଇନଚ୍ୟୁତ

ଧର୍ମଶାଳା/ଚଣ୍ଡିଖୋଲ, ୩ା୧୨(ଡି.ଏନ.ଏ.): ଯଶୋବନ୍ତପୁର-ହାୱଡ଼ା ଦୂରନ୍ତୋ ଏକ୍ସପ୍ରେସର ଏକ ବଗି ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅଧୀନ ହରିଦାସପୁର ରେଳଷ୍ଟେଶନ ନିକଟରେ ଲାଇନଚ୍ୟୁତ ହୋଇଛି। ଏହି ଦୁର୍ଘଟଣାରେ କୌଣସି ଯାତ୍ରୀଙ୍କ କ୍ଷତି ହୋଇନାହିଁ। ତେବେ ରେଳଧାରଣା କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ଅବହେଳା ପାଇଁ ଦୁର୍ଘଟଣା ଘଟିଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେଣୁ ୩ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି।
ସୂଚନା ମୁତାବକ, ଶୁକ୍ରବାର ପୂର୍ବାହ୍ନ ୧୧ଟା୧୫ରେ ହରିଦାସପୁରଠାରେ ହଠାତ ଏକ୍ସପ୍ରେସ୍‌ର ଗୋଟିଏ ବଗି ଲାଇନଚ୍ୟୁତ ହୋଇଥିଲା। ଏହି ସମୟରେ ଜୋରରେ ଶବ୍ଦ ହୋଇଥିଲା। ତେବେ ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଏକ ବଡ଼ ଦୁର୍ଘଟଣାରୁ ଟ୍ରେନ୍‌ଟି ବର୍ତ୍ତିଯାଇଥିଲା। ଟ୍ରେନ୍‌ ରହିବା ପରେ ଯାତ୍ରୀ ଭୟଭୀତ ହୋଇ ବାହାରକୁ ଚାଲିଆସିଥିଲେ। ପରେ ଜଣାପଡ଼ିଥିଲାକି ଟ୍ରେନର ଗୋଟିଏ ବଗି ଲାଇନଚ୍ୟୁତ ହୋଇଛି। ଖବର ପାଇ ଦମକଳବାହିନୀ ଓ ସ୍ଥାନୀୟ ପୋଲିସ ପହଞ୍ଚତ୍ଥିଲେ। ଏହାପରେ ରେଲଓ୍ବେ ପୋଲିସ ପହଞ୍ଚିଥିଲା। ଦୁର୍ଘଟଣାଗ୍ରସ୍ତ ବଗିଟି ପାର୍ସଲ ବଗି ହୋଇଥିବାରୁ କୌଣସି କ୍ଷୟକ୍ଷତି ହୋଇନାହିଁ। ଏହି ଦୁର୍ଘଟଣାରେ ରେଳଧାରଣର ଆଂଶିକ କ୍ଷତି ଘଟିଥିବା ଦେଖିବାକୁ ମିଳିଛି। ଖବର ପାଇ ପୂର୍ବତଟ ରେଲଓ୍ବେ ଖୋର୍ଦ୍ଧା ଡିଭିଜନର ଡିଜିଏମ୍‌ ରିଙ୍କେଶ ରାୟ, ଆସିଷ୍ଟାଣ୍ଟ ସିକ୍ୟୁରିଟି କମିଶନର ସରୋଜ ଦାସଙ୍କ ସମେତ ବିଭାଗର ବରିଷ୍ଠ ଅଧିକାରୀ ପହଞ୍ଚତ୍ ଖୋଳତାଡ଼ ଆରମ୍ଭ କରିଥିଲେ। ଏଠାରେ ରେଳ ଲାଇନ କାର୍ଯ୍ୟ ଚାଲିଥିବା ଯୋଗୁ ଏଭଳି ଅଘଟଣ ଘଟିଥିବା ସେମାନେ ଜାଣିବାକୁ ପାଇଥିଲେ। ନିୟମ ମୁତାବକ ରେଳ ଲାଇନ କାର୍ଯ୍ୟ କରିବା ସମୟରେ ଉପରିସ୍ଥ ଅଧିକାରୀଙ୍କଠାରୁ ବ୍ଲକ ନିଆଯାଇଥାଏ। ହେଲେ ଏଠାରେ ୩ କର୍ମଚାରୀ ବିଭାଗୀୟ ଅଧିକାରୀଙ୍କୁ ନ ଜଣାଇ କାମ କରୁଥିବା ଜଣାପଡ଼ିଥିଲା। ପ୍ରାରମ୍ଭିକ ଭାବେ କର୍ତ୍ତବ୍ୟରେ ଅବହେଳା ପାଇଁ ଧାନମଣ୍ଡଳ ବରିଷ୍ଠ ସେକ୍‌ଶନ ଯନ୍ତ୍ରୀ କୃଷ୍ଣଚନ୍ଦ୍ର ଦାସ, ହରିଦାସପୁର ଷ୍ଟେଶନ କନିଷ୍ଠ ଯନ୍ତ୍ରୀ ଆଓ୍ବାର ଦେଶ କୁମାର ଓ କର୍ମଚାରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ନିଲମ୍ବିତ କରାଯାଇଛି। ଦୁର୍ଘଟଣାର କିଛି ସମୟ ମଧ୍ୟରେ ଖୋର୍ଦ୍ଧା ଡିଭିଜନର ଯନ୍ତ୍ରୀମାନେ ପହଞ୍ଚତ୍ ମରାମତି କାର୍ଯ୍ୟ ଆରମ୍ଭ କରିଥିଲେ। ଦୁର୍ଘଟଣାଗ୍ରସ୍ତ ବଗିକୁ ବାଦ ଦିଆଯାଇ ଅପରାହ୍ନ ୨ଟା ୩୫ରେ ଟ୍ରେନ୍‌ ହାୱଡ଼ା ଅଭିମୁଖେ ଯାଇଥିଲା। ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା ଡିଜିଏମ ସୂଚନା ଦେଇଛନ୍ତି। ତେବେ ଦୁର୍ଘଟଣା ପାଇଁ ଯାତ୍ରୀ ନାହଁି ନ ଥିବା ଅସୁବିଧା ଭୋଗିଥିବା ଦେଖିବାକୁ ମିଳିଥିଲା। କିଛି ସମୟ ପାଇଁ ଏହି ରୁଟ୍‌ରେ ରେଳ ଚଳାଚଳ ବନ୍ଦ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri