ଷ୍ଟିୟରିଂ ଛାଡି ଆନ୍ଦୋଳନକୁ ଓହ୍ଲାଇଲା ଡ୍ରାଇଭର ମହାସଂଘ

ନୟାଗଡ଼ ଅଫିସ,୧୫।୩: ୧୦ ଦଫା ଦାବି ନେଇ ଷ୍ଟିୟରିଂ ଛାଡ଼ି ଅର୍ନିଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନକୁ ଓହ୍ଲାଇଛି ଡ୍ରାଇଭର ମହାସଂଘ। ଡ୍ରାଇଭର ପାଣ୍ଠି ଗଠନ, ସାମାଜିକ ନିରାପତ୍ତା, ବୀମା, ପେନସନ, ସଡ଼କ ଯାତ୍ରା ବେଳେ ଗାଡି ପାର୍କିଙ୍ଗ ଓ ଡ୍ରାଇଭରଙ୍କ ବିଶ୍ରାମ ପାଇଁ ବିଭିନ୍ନ ସ୍ଥାନରେ ବିଶ୍ରାମଗାର, ଶୌଚାଳୟ ବ୍ୟବସ୍ଥା,ଡ୍ରାଇଭର ପିଲାଙ୍କ ନିମନ୍ତେ ଉଚ୍ଚଶିକ୍ଷା ବ୍ୟବସ୍ଥା ଭଳି ଦାବି ଉଠାଇ ଆନ୍ଦୋଳନର କରିଛି ଡ୍ରାଇଭର ମହାସଂଘ। ତେବେ ନୟାଗଡ଼ ଜିଲାରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଜିଲାର ସଦର ମହକୁମାର ଟ୍ରାଫିକ ଛକରେ ଖଣ୍ଡପଡା, ଦଶପଲା, ଖୋରଧା, ଓଡ଼ଗାଁ ରାସ୍ତାର ଉଭୟପାର୍ଶ୍ୱରେ ପ୍ରାୟ ଦୁଇ ହଜାର ଡ୍ରାଇଭର ଆନ୍ଦୋଳନ କରି ଶାନ୍ତିପୂର୍ଣ ଧାରଣା ଦେଇଛନ୍ତି। ଅନ୍ୟପକ୍ଷେ ଜରୁରୀକାଳୀନ ସେବାରେ ନିୟୋଜିତ ଯାନବାହନ ଭଳି ଆମ୍ବୁଲାନ୍ସ ସହ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଥିବା ଗାଡ଼ିକ କେବଳ ରାସ୍ତାରେ ଯାଉଛି। ବାଇକ ଚଲାଚାଳ କରୁଛି। ଜିଲାର ୮ ଗୋଟି ବ୍ଲକ ନୟାଗଡ଼, ଓଡ଼ଗାଁ, ରଣପୁର, ଦଶପଲ୍ଲା, ନୂଆଗାଁ, ଗଣିଆ, ଖଣ୍ଡପଡ଼ା ଓ ଭାପୁର ବ୍ଲକରେ ଆନ୍ଦୋଳନ ଚାଲୁ ରହିଛି ।