Categories: ଫୁରସତ

ଟ୍ରାକ୍‌ରେ ଟ୍ରେନ୍‌ ଅଟକାଇ ମାଛ କିଣିବାକୁ ଗଲେ ଡ୍ରାଇଭର, ପରେ ଯାହା ହେଲା ଭିଡିଓ ଦେଖିଲେ…

ସୋସିଆଲ ମିଡିଆ ଏମିତି ଏକ ପ୍ଲାଟ୍‌ଫର୍ମ ଯେଉଁଠି ପ୍ରତିଦିନ କିଛି ନା କିଛି ଆଶ୍ଚର୍ଯ୍ୟଜନକ ଭିଡିଓ ଦେଖିବାକୁ ମିଳିଥାଏ। ଏବେ ସେମିତି ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଜଣେ ବ୍ୟକ୍ତି ଟ୍ରେନ୍‌କୁ ଟ୍ରାକ୍‌ରେ ରଖି ମାଛ କିଣିବାକୁ ଏକ ପାଖ ଦୋକାନକୁ ଯାଇଥିଲେ। ଏହି ଭିଡିଓ ଯିଏ ଦେଖୁଛି ସେ ଆଶ୍ଚର୍ଯ୍ୟ ହୋଇଯାଉଛି।

@ @un_expectedmemes ନାମକ ଏକ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଭିଡିଓଟି ପୋଷ୍ଟ କରାଯାଛି। ଏଥିରେ ଜଣେ ବ୍ୟକ୍ତି ବଜାରରୁ ମାଛ କିଣୁଥିବାର ଦେଖାଯାଉଛି। (ଲୋକୋ ପାଇଲଟ)।ଏହି ଭିଡିଓ କେରଳର ବୋଲି କୁହାଯାଉଛି। ସେଠାରେ ଉପସ୍ଥିତ ଲୋକମାନେ ଆଶ୍ଚର୍ଯ୍ୟ ହୋଇ ସେହି ବ୍ୟକ୍ତିଙ୍କୁ ଚାହିଁ ରହିଛନ୍ତି।

ଯେତେବେଳେ ସେହି ବ୍ୟକ୍ତି ଏକ ବ୍ୟାଗ ମାଛ କିଣି ଟ୍ରେନ୍‌ ଆଡ଼କୁ ଦୌଡ଼ନ୍ତି ସେତେବେଳେ ଜଣାପଡୁଛି ସେ ଜଣେ ହେଉଛନ୍ତ ଟ୍ରେନ୍‌ ଡ୍ରାଇଭର। ଏକ ଲେଭଲ କ୍ରସିଂରେ ପୂରା ଟ୍ରେନ୍‌କୁ ଅଟକାଇ ସେଠାରୁ ମାଛ କିଣିବାକୁ ଯାଇଥିଲେ। ଏହି କାରଣରୁ ଲୋକମାନେ ଏତେ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହୁଥିଲେ। ବ୍ୟକ୍ତି ଜଣକ ମାଛ କିଣି ସାରି ହସି ହସି ଟ୍ରେନ୍‌ ଆଡ଼କୁ ଦୌଡୁଛନ୍ତି। ତା’ପରେ ଟ୍ରେନ୍‌ ଇଞ୍ଜନ ଉପରକୁ ଚଢ଼ିବା ପରେ ସିଗ୍‌ନାଲ ଫ୍ଲାଗ୍‌ ହଲାଉଛନ୍ତି।

ଏହି ଭିଡିଓକୁ ଗୋଟିଏ ସପ୍ତାହ ମଧ୍ୟରେ ୧.୩ କୋଟିରୁ ଅଧିକ ଲୋକ ଦେଖିସାରିଲେଣି। ଅନେକ ଲୋକ ମନ୍ତବ୍ୟ ଜରିଆରେ ନିଜ ନିଜର ମତାମତ ଦେଇଛନ୍ତି। ଜଣେ କହିଛନ୍ତି, ବ୍ୟକ୍ତି୧୮୦ କୋଟି ଟଙ୍କା ମୂଲ୍ୟର ଗାଡ଼ି ପାର୍କିଂ କରି ମାଛ କିଣିଥିଲେ। ଜଣେ କହିଛନ୍ତି, ଏପରି କରିବା ଦ୍ୱାରା ବ୍ୟକ୍ତି ନିଶ୍ଚିତ ଭାବରେ ଚାକିରି ହରାଇଥାନ୍ତେ। ଅନ୍ୟ ଜଣେ କହିଛନ୍ତି ଡ୍ରାଇଭରଙ୍କ ସ୍ତ୍ରୀ ବହୁତ ରାଗିବେ। ତେଣୁ ସେ ଟ୍ରେନ୍‌ ଅଟକାଇ ମାଛ କିଣିବାକୁ ଯିବା ପାଇଁ ବାଧ୍ୟ ହୋଇଥିଲେ।

Share