ଲୋକାର୍ପିତ ହେଲା ପାନୀୟ ଜଳ ପ୍ରକଳ୍ପ

ବଲାଙ୍ଗୀର ଅଫିସ, ୨୮ା୧:  ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ବୁଧବାର ସଦର ବ୍ଲକର ଖଲିଆପାଲି, କୁଟୁମଡୋଲା, ଚନ୍ଦନଭାଟ ପଞ୍ଚାୟତର ବିଭିନ୍ନ ଗଁା ଗସ୍ତ କରି ଲୋକମାନଙ୍କ ବିଭିନ୍ନ ଅଭିଯୋଗ ଶୁଣିଥିଲେ। ଏହି ଅବସରରେ ବିଧାୟକ ମିଶ୍ର କୁଟୁମଡୋଲା ପଞ୍ଚାୟତର ଦୁଆନପାଲିଠାରେ ୧ କୋଟି ୨୩ ଲକ୍ଷ ଟଙ୍କାର ବହୁ ପ୍ରତୀକ୍ଷିତ ପାଇପ୍‌ ପାଣି ଜଳ ପ୍ରକଳ୍ପ ଲୋକାର୍ପଣ କରିଥିଲେ। ଯୋଗ୍ୟ ହିତାଧିକାରୀଙ୍କୁ କିପରି ବାସଗୃହ, ରାସନ କାର୍ଡ, ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା, ବିକଳାଙ୍ଗ ଭତ୍ତା ତଥା ଗୋରୁଙ୍କ ପାଇଁ ଗୁହାଳ ଅନୁଦାନ ସୁନିଶ୍ଚିତ କରାଯାଇ ପାରିବ ସେ ଉପରେ ଆଲୋଚନା କରିଥିଲେ ା ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ଯୋଗ୍ୟ ତାଲିକା ତିଆରି ଓ ସେମାନଙ୍କୁ ଯାଜନା ସୁଫଳ ଯୋଗାଇବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ା ଖଲିଆପାଲି ପଞ୍ଚାୟତର କୀରାବାହାଲ, ସେମିଲିଆ, ରାମସିଂହାଠାରେ ଲୋକଙ୍କ ଅଭିଯୋଗ ଶୁଣିଥିଲେ ା ରାମସିଂହା ଓ ସେମିଲିଆ ଠାରେ ଦୁଇଟି କମ୍ୟୁନିଟି ସେଣ୍ଟର, ଖଲିଆପାଲି ଠାରେ ମାହେଶ୍ୱରୀ ମଣ୍ଡପ ଉଦ୍ଘାଟନ କରିଥିଲେ ା ରାମସିଂହାରେ ୭ଜଣ, ଖଲିଆପାଲିରେ ୮ଜଣ ଏବଂ ସେମିଲିଆରେ ୨ଜଣ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରାଯାଇଥିଲା ା ଚନ୍ଦନଭାଟି ଠାରେ ଉପସ୍ଥିତ ଲୋକଙ୍କ ସମସ୍ୟା ଶୁଣିବା ସଠାରେ ଲୋକେ କିପରି ଠିକ୍‌ ହିସାବରେ ଭତ୍ତା ପାଇବେ ସରପଞ୍ଚ ମୀନାକୁମାରୀ ଭୋଇ ଏବଂ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘମିତ୍ର ପ୍ରଧାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ା ସମସ୍ତ କାର୍ଯ୍ୟକ୍ରମରେ ବ୍ଲକ ଉପାଧ୍ୟକ୍ଷା ଯଶୋବନ୍ତୀ ବଘାର, ବିଧାୟକ ପ୍ରତିନିଧି ରାମପ୍ରସାଦ ମିଶ୍ର, କିଶୋର ସିଂ ନିନା ଓ ଅନ୍ୟମାନେ ଉପସ୍ଥିତ ଥିଲେ ା