କାର୍ଯ୍ୟକ୍ଷମ ହୋଇପାରୁନାହିଁ ପାନୀୟ ଜଳ ପ୍ରକଳ୍ପ

ଧର୍ମଶାଳା,୮ା୪(ଡି.ଏନ.ଏ.): ଗ୍ରାମାଞ୍ଚଳ ଲୋକମାନଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ସରକାର ପଦକ୍ଷେପ ନେଇଛନ୍ତି। ଏଥିପାଇଁ ବାର୍ଷିକ ବହୁ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ହେଲେ ଦାୟିତ୍ୱରେ ଥିବା ଠିକାଦାର ଏବଂ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ମନୋଭାବ ଯୋଗୁ ଅନେକ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇପାରୁନାହିଁ। ଫଳରେ ସ୍ଥାନୀୟ ଲୋକମାନେ ପାଣି ଗରାଏ ପାଇଁ ଡ଼ହଳ ବକଳ ହେଉଛନ୍ତି। ଏଭଳି ପାନୀୟ ଜଳ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଧର୍ମଶାଳା ବ୍ଲକ ଉତ୍ତରଶାସନ ଗ୍ରାମବାସୀ। ସେହି ଗାଁରେ ବସୁଧା ଯୋଜନାରେ ନିର୍ମାଣ ହୋଇଛି ଉଚ୍ଚ କ୍ଷମତା ସମ୍ପନ୍ନ ପାଣି ଟାଙ୍କି। ୧ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ଏହି ପାଣିଟାଙ୍କିରୁ ପ୍ରତ୍ୟେକ ଘରକୁ ପାଇପ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରାଯାଇଛି। ହେଲେ ଉକ୍ତ ପାନୀୟ ଜଳ ପ୍ରକଳ୍ପଟି ୨ବର୍ଷ ହେଲା ଅଧପନ୍ତରିଆ ଅବସ୍ଥାରେ ପଡ଼ି ରହିଛି। ଉକ୍ତ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଉ ନ ଥିବାରୁ ଦୀର୍ଘଦିନ ହେଲା ନିକଟସ୍ଥ ଉତ୍ତରଶାସନ, ଦୁବଗାଡ଼ିଆ, ଦକ୍ଷିଣ ଶାସନ, ଶଙ୍ଖାରିଡିହ ଗ୍ରାମବାସୀ ପାଇପ ପାଣି ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ଲୋକମାନେ ପାଣି ପାଇବାକୁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବାଧ୍ୟ ହୋଇ ଲୋକମାନେ ଗ୍ରାମରେ ଥିବା ନଳକୂପ ଏବଂ କୂଅ ପୋଖରୀରୁ ପାଣି ସଂଗ୍ରହ କରୁଛନ୍ତି।
ସୂଚନାଯୋଗ୍ୟ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ୮୦ଲକ୍ଷ ଟଙ୍କା ବ୍ୟୟରେ ଉତ୍ତରଶାସନ ଗ୍ରାମ ନିକଟରେ ଏହି ପାନୀୟକଳ ପ୍ରକଳ୍ପ ନିର୍ମାଣ ହୋଇଥିଲା। ୨୦୧୯ ନଭେମ୍ବର ୧ରେ ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ପରେ ସେଠାରେ ଘର, ବୋରିଂ, ଓଭରହେଡ ପାଣିଟାଙ୍କି, ବିଦ୍ୟୁତ ସଂଯୋଗ, ପାଇପ୍‌ ବିଛା କାମ କରାଯିବା ସହିତ ପାଚେରୀ ନିର୍ମାଣ କରାଯାଇଥିଲା। ଇତିମଧ୍ୟରେ ପ୍ରକଳ୍ପ ନିର୍ମାଣକୁ ୨ ବର୍ଷ ବିତିଥିଲେ ମଧ୍ୟ କାର୍ଯ୍ୟକ୍ଷମ କରାଯାଇପାରିନାହିଁ। ପାଇପ ବିଛାଇବା ନାଁରେ ଠିକାଦାର ଅଧିକାଂଶ ରାସ୍ତାକୁ ଖୋଳି ଦେଇଥିଲେ ମଧ୍ୟ ମରାମତି ନ କରି ଛାଡି ଚାଲି ଯାଇଛନ୍ତି। ପ୍ରକଳ୍ପକୁ ଅଧପନ୍ତରିଆ ଅବସ୍ଥାରେ ଛାଡ଼ି ଠିକାଦାର ଲକ୍ଷାଧିକ ଟଙ୍କା ଆତ୍ମସାତ୍‌ କରିଥିବା ଅଭିଯୋଗ ହୋଇଛି। ଏ ସଂକ୍ରାନ୍ତରେ ଧର୍ମଶାଳା ବ୍ଲକ୍‌ ଅଧ୍ୟକ୍ଷ ପ୍ରଭାତ କୁମାର ବଳବନ୍ତରାୟଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଖୁବ୍‌ଶୀଘ୍ର ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

ବରଗଡ଼ରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ, ଖଡ଼ି ଛୁଆଁଇଲେ ଜିଲାପାଳ

ବରଗଡ଼,୪।୪(ପ୍ରେମାନନ୍ଦ ଖମାରୀ)- ଚଳିତ ଶିକ୍ଷାବର୍ଷରେ ନୂତନ ଛାତ୍ରୀଛାତ୍ରମାନଙ୍କ ନାମଲେଖା ଓ ଖଡ଼ିଛୁଆଁ ପାଇଁ ଶନିବାର ଜିଲାସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।…

ଖଡ଼ି ଛୁଇଁଲେ ଛାତ୍ରୀଛାତ୍ର: ତୁମୁଡିବନ୍ଧରେ ବ୍ଲକସ୍ତରୀୟ ‘ପ୍ରବେଶ ଉତ୍ସବ’ ଓ ‘ବିଦ୍ୟା ବନ୍ତ ବିଦ୍ୟାର୍ଥୀ’ ସଚେତନତା ରଥ…

ତୁମୁଡିବନ୍ଧ, ୪ା୪ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ‘ପ୍ରବେଶ ଉତ୍ସବ’ ବା ‘ଖଡ଼ି ଛୁଆଁ’…

ଥୁଆମୁଳ ରାମପୁର ବିଦ୍ୟାଳୟରେ ଶିଶୁ ବାଟିକା ‘ପ୍ରବେଶ ଉତ୍ସବ’ ଓ ‘ଖଡ଼ିଛୁଆଁ’ କାର୍ଯ୍ୟକ୍ରମ,ଶିକ୍ଷା ପ୍ରତି…

ଥୁଆମୁଳ ରାମପୁର, ୪ା୪ (ଦୁର୍ଗା କୀର୍ତ୍ତି): ବିକଶିତ ଓଡ଼ିଶା ଗଠନ ଲକ୍ଷ୍ୟରେ ଗୁଣାତ୍ମକ ଶିକ୍ଷାକୁ ପ୍ରାଧାନ୍ୟ ଦେଇ ସରକାରଙ୍କ ନୂତନ ଶିକ୍ଷାନୀତି-୨୦୨୦ ଅନୁଯାୟୀ ପ୍ରାଥମିକ ବିଦ୍ୟାଳୟ ସ୍ତରରେ…

‘ଶିକ୍ଷା ସଚେତନତା ରଥ’ ଉଦ୍‌ଘାଟନ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି, ୪ା୪ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସମଗ୍ର ଶିକ୍ଷା ଅଭିଯାନ ଆନୁକୂଲ୍ୟରେ ଶନିବାର ଏକ ‘ଶିକ୍ଷା…

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

ସିଏସ୍‌କେ ପରାଜୟର କାରଣ କହିଲେ ଗାଭାସ୍କର

ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା।…

ମଝି ରାସ୍ତାରେ ଓଲୋଟିଲା ଯାତ୍ରା ପାର୍ଟି ଟ୍ରକ

ଧାମନଗର,୪।୪( ସନ୍ତୋଷ କୁମାର ମହାପାତ୍ର): ଧାମନଗର ଥାନା ଭଣ୍ଡାରି ପଦି ଛକ ନିକଟସ୍ଥ ଏସଡିପିଓ ଅଫିସ ସାମ୍ନାରେ ଧାମନଗର ଭଦ୍ରକ  ମୁଖ୍ୟ ରାସ୍ତାରେ ଶନିବାର ଅପରାହ୍ନରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri