ମଉଳିଯାଉଛି ସ୍ବପ୍ନାରାଣୀଙ୍କ ସ୍ବପ୍ନ

ପୁରୀ ଅଫିସ,୧୬।୫: ପୁରୀ ସହରର ପ୍ରତିଷ୍ଠିତ ସାମନ୍ତ ଚନ୍ଦ୍ରଶେଖର ସ୍ବୟଂଶାସିତ ମହାବିଦ୍ୟାଳୟରେ ପଢ଼ି ଉଜ୍ଜ୍ୱଳ ଭବିଷ୍ୟତ ଗଢିବାର ସ୍ବପ୍ନ ନେଇ ଜଣେ ଆଦିବାସୀ ଛାତ୍ରୀ ନବରଙ୍ଗପୁରରୁ ଏଠାକୁ ଧାଇଁ ଆସିଥିଲେ। ପାଠ ପଢି ପରୀକ୍ଷା ମଧ୍ୟ ଦେଇଥିଲେ। ହେଲେ ଏବେ ତାଙ୍କୁ ମାର୍କଶିଟ୍‌ କିମ୍ବା ସାର୍ଟିଫିକେଟ ମିଳିପାରୁନାହିଁ। ଫଳରେ ତାଙ୍କର ଗୋଟିଏ ଶିକ୍ଷାବର୍ଷ ନଷ୍ଟ ହେବା ସହ ଭବିଷ୍ୟତର ସ୍ବପ୍ନ ମଉଳିଯିବାକୁ ବସିଛି। କଲେଜ କର୍ତ୍ତୃପକ୍ଷ ମାର୍କଶିଟ୍‌ ଓ ସାର୍ଟିଫିକେଟ ହଜାଇ ଦେଇଥିବାବେଳେ ବର୍ଷେ ବିଳମ୍ବରେ ଉତ୍ତୀର୍ଣ୍ଣ କରାଇବାକୁ କହି ତାଙ୍କ ଭବିଷ୍ୟତ ସହ ଖେଳ ଖେଳୁଛନ୍ତି ବୋଲି ସମ୍ପୃକ୍ତା ଛାତ୍ରୀ ସ୍ବପ୍ନାରାଣୀ ନାୟକ ଅଭିଯୋଗ ଆଣିଛନ୍ତି।
ଅନୁଯାୟୀ, ସ୍ବପ୍ନାରାଣୀ ଗତବର୍ଷ ଅଗଷ୍ଟରେ ଅନଲାଇନ୍‌ରେ ବିଏଡ୍‌ ପରୀକ୍ଷା ଦେଇଥିଲେ। ପରୀକ୍ଷାରେ ସେ ଉତ୍ତୀର୍ଣ୍ଣ ମଧ୍ୟ ହୋଇଥିଲେ। ପରୀକ୍ଷା ପରେ ଅନ୍ୟ ପରୀକ୍ଷାର୍ଥୀଙ୍କୁ ମାର୍କଶିଟ୍‌ ଓ ସାର୍ଟିଫିକେଟ ମିଳିସାରିଛି। କେବଳ ସ୍ବପ୍ନାରାଣୀ ଏଥିରୁ ବାଦ୍‌ ପଡ଼ିଛନ୍ତି। ତେବେ ବାଦ୍‌ ପଡ଼ିବାର କାରଣ ସେ ବୁଝିପାରୁନାହାନ୍ତି। କଲେଜ କର୍ତ୍ତୃପକ୍ଷଙ୍କୁ ସେ ଅନେକ ନେହୁରା ହୋଇଥିଲେ ବି ଶୁଣୁନାହାନ୍ତି। ଏପରି କି, ଅଧ୍ୟକ୍ଷାଙ୍କୁ ଦେଖା କରିବା ପାଇଁ ଅନୁମତି ଦିଆଯାଉନାହିଁ। କାହା ପାଖରେ ଅଭିଯୋଗ କଲେ କିମ୍ବା ଗଣମାଧ୍ୟମକୁ ଜଣାଇଲେ ସାର୍ଟଫିକେଟ୍‌ ମିଳିବା ଆହୁରି ମୁସ୍କିଲ ହେବ ବୋଲି ଧମକ ଦିଆଯାଉଛି। ସ୍ବପ୍ନାରାଣୀ କହିଛନ୍ତି, ପ୍ରଥମେ ତାଙ୍କୁ ମାର୍କଶିଟ୍‌ ଓ ସାର୍ଟିଫିକେଟ୍‌ ଦିଆଯିବ ବୋଲି କୁହାଗଲା। ମାତ୍ର ପରେ ମନା କରିଦିଆଗଲା। ଏବେ ତାଙ୍କୁ ୨୦୨୨ ବର୍ଷର ସାର୍ଟିଫିକେଟ ଦିଆଯିବାକୁ କୁହାଯାଉଛି। ଏହାଦ୍ୱାରା ତାଙ୍କର ଗୋଟିଏ ବର୍ଷ ନଷ୍ଟ ହେବ। ତେଣୁ ତାଙ୍କୁ ଜାଣିଶୁଣି ହଇରାଣ କରାଯାଉଛି। ସେ ନିରାଶ ହୋଇ ଭାଙ୍ଗିପଡ଼ିଛନ୍ତି। ସେହିପରି ସ୍ବପ୍ନାରାଣୀଙ୍କ ମା’ କହିଛନ୍ତି, କଲେଜ କର୍ତ୍ତୃପକ୍ଷଙ୍କ ଯୋଗୁ ଝିଅର ଗୋଟିଏ ବର୍ଷର ପାଠପଢ଼ା ନଷ୍ଟ ହୋଇସାରିଛି। କିଛି ଭୁଲ୍‌ ନ ଥାଇ ମଧ୍ୟ ସ୍ବପ୍ନାରାଣୀ କୌଣସି ଚାକିରି ପାଇଁ ଆବେଦନ କରିପାରୁନାହାନ୍ତି। ଏଥିପାଇଁ କିଏ ଦାୟୀ ବୋଲି ସେ ପ୍ରଶ୍ନ କରିଛନ୍ତି। ସେ ଆହୁରି କହିଛନ୍ତି, ତାଙ୍କ ଝିଅର ପାଠପଢା ୨୦୨୧ ମସିହାରେ ସରିଛି। ଏବେ ୨୦୨୨ର ସାର୍ଟିଫିକେଟ୍‌ ଦିଆଯିବାକୁ କୁହାଯାଉଛି। ଉତ୍ତୀର୍ଣ୍ଣ ପ୍ରମାଣପତ୍ର ହିଁ ପିଲାଙ୍କ ଦକ୍ଷତାର ମାପକାଠି। ଗୋଟିଏ ବର୍ଷ ପଛୁଆ ହୋଇ ଉତ୍ତୀର୍ଣ୍ଣ ହେବା ଦ୍ୱାରା ସ୍ବପ୍ନରାଣୀଙ୍କ ଭବିଷ୍ୟତ ମଧ୍ୟ ପ୍ରଭାବିତ ହେବ। ତେଣୁ ଏଭଳି ଭାବେ ପିଲାଙ୍କ ଭବିଷ୍ୟତକୁ ଦଳିଚକଟି ଦିଆଯାଉଛି। ତେବେ କଲେଜ କର୍ତ୍ତୃପକ୍ଷ ସଫେଇ ଦେଇ କହିଛନ୍ତି, ମାର୍କଶିଟ୍‌ ଛପା ହେବା ପାଇଁ ପ୍ରେସ୍‌କୁ ଯାଇଥାଏ। କେବଳ ଜଣଙ୍କ ପୁରୁଣା ବର୍ଷର କାମ କରିବାକୁ ପ୍ରେସ୍‌ ରାଜି ହେଉନାହିଁ। ଫଳରେ ମାର୍କଶିଟ୍‌ ପ୍ରକାଶ କରାଯାଇପାରୁନାହିଁ। ସମ୍ପୃକ୍ତା ଛାତ୍ରୀ କେଉଁ ବିଷୟରେ କେତେ ମାର୍କ ରଖିଛନ୍ତି ତାହା ମଧ୍ୟ କଲେଜକୁ ଜଣାନାହିଁ। ଏ ନେଇ ମହାବିଦ୍ୟାଳୟର ଅଧ୍ୟକ୍ଷା ସୁଜାତା ମିଶ୍ର କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଥିବାବେଳେ ପରୀକ୍ଷା ନିୟନ୍ତ୍ରକ ଡ. ସନ୍ଦୀପ କୁମାର ଚାନ୍ଦ କହିଛନ୍ତି, ସମ୍ପ୍ରତି ପରୀକ୍ଷା କାର୍ଯ୍ୟର ଚାପ ଅଧିକ। ତେଣୁ ଏଭଳି ସ୍ଥଳେ ପୁରୁଣା ବର୍ଷର ଫଳାଫଳ ଦେବା ସମ୍ଭବ ନୁହେଁ। ଅନ୍ୟପକ୍ଷରେ ଆଇନଜୀବୀ ଚିନ୍ମୟ ଦାଶ କହିଛନ୍ତି, ସମ୍ପୃକ୍ତା ଛାତ୍ରୀ ଏ ସଂକ୍ରାନ୍ତରେ କଲେଜ କର୍ତ୍ତୃପକ୍ଷଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେଇପାରିବେ। ଛାତ୍ରୀଙ୍କ ମୌଳିକ ଅଧିକାରକୁ କଲେଜ କ୍ଷୁଣ୍ଣ କରିଛି। ଏଣୁ କର୍ତ୍ତୃପକ୍ଷ କୋର୍ଟରେ କୈଫିୟତ ଦେବା ପାଇଁ ପ୍ରସ୍ତୁତ ରହିବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri