ଛାଇ ଖୋଜୁଛନ୍ତି ରାଜଧାନୀବାସୀ

ଭୁବନେଶ୍ୱର,୧୬।୫(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱର ଏବେ ରାଜ୍ୟର ଅନ୍ୟତମ ପ୍ରମୁଖ ଉତ୍ତପ୍ତ ସହର ଭାବେ ପରିଗଣିତ ହେଲାଣି। ଦିନେ ଯେଉଁ ସହର ସବୁଜ ବନାନୀରେ ଆଚ୍ଛାଦିତ ଥିଲା ଆଜି ତାହା କଂକ୍ରିଟ ସହର ପାଲଟିଲାଣି। ଏହି ସ୍ମାର୍ଟସିଟିର ଜନସଂଖ୍ୟା ଏବେ ପ୍ରାୟ ୧୨ଲକ୍ଷ ଛୁଇଁଲାଣି। ଏଠାରେ ପ୍ରତିଦିନ କୋଠାବାଡ଼ି, ଶିଳ୍ପ, କଳ କାରଖାନା ଆଦି ଗଢିଉଠୁଛି। ବାସଗୃହ, କାର୍ଯ୍ୟାଳୟ, ରାସ୍ତା ନିର୍ମାଣ ସମେତ ଅନ୍ୟାନ୍ୟ ଆବଶ୍ୟକତା ପାଇଁ ବୃକ୍ଷରାଜି ବଳିପଡୁଛି। ଫଳରେ ଗଛଟିଏ ନିଜର ଅସ୍ତିତ୍ୱ ବଞ୍ଚାଇ ରଖିବା ପାଇଁ ପ୍ରୟାସ କରୁଥିବାବେଳେ ରାଜଧାନୀବାସୀଙ୍କୁ ଛାଇ ଟିକେ ମିଳିବା କଷ୍ଟକର ହୋଇପଡ଼ିଲାଣି।
ବନ ବିଭାଗ ତଥ୍ୟ ଅନୁଯାୟୀ, ଭୁବନେଶ୍ୱରରେ ଗତ ୫ବର୍ଷ ମଧ୍ୟରେ ୯୯ ହଜାର ୮ଶହ ଗଛ ନଷ୍ଟ ହୋଇଛି। ସେଥିମଧ୍ୟରୁ ୯୨ହଜାର ଗଛ କେବଳ ଫନୀ ମହାବାତ୍ୟା ସମୟରେ ନଷ୍ଟ ହୋଇଥିଲା। ବାକି ୭ହଜାର ୮ଶହ ଗଛ ରାସ୍ତା ସମ୍ପ୍ରସାରଣ, ବିଦ୍ୟୁତ୍‌ ଖୁଣ୍ଟ, ଗୃହ, ଡାକ୍ତରଖାନା ଏବଂ ଅନ୍ୟାନ୍ୟ ନିର୍ମାଣ କାର୍ଯ୍ୟ ପାଇଁ କଟାଯାଇଛି। ଅନ୍ୟପକ୍ଷରେ ସିଟି ଫରେଷ୍ଟ, ଓଏଫ୍‌ଡିସି, ବିଏମ୍‌ସି ଏବଂ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନର ମିଳିତ ସହଯୋଗରେ ସହରରେ ୩ଲକ୍ଷ ୭୭ହଜାର ଚାରା ରୋପଣ କରାଯାଇଛି। ୨୦୧୭-୧୮ରେ ୭୭ହଜାର, ୨୦୧୮-୧୯ରେ ୨ଲକ୍ଷ ୩୮ହଜାର, ୨୦୧୯-୨୦ରେ ୩୪ହଜାର, ୨୦୨୦-୨୧ରେ ୧୦ହଜାର, ୨୦୨୧-୨୨ରେ ୧୬ହଜାର ଚାରା ଲଗାଯାଇଛି। ସେହିପରି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ସହରର ସୌନ୍ଦର୍ଯ୍ୟକରଣ ଓ ଉନ୍ନତିମୂଳକ କାର୍ଯ୍ୟ ସହିତ ବନୀକରଣ ଉପରେ ଗୁରୁତ୍ୱ ଦିଆଯାଉଛି। ୨୦୧୭-୧୮ରେ ୧୪୭୪, ୨୦୧୮-୧୯ରେ ୩ହଜାର, ୨୦୧୯-୨୦ରେ ୫ହଜାର ଏବଂ ୨୦୨୦-୨୧ରେ ୨ହଜାର ଚାରା ରୋପଣ ହୋଇଛି। ତେବେ ୨୦୨୧-୨୨ରେ ବିଭିନ୍ନ କାରଣରୁ ଚାରା ଲଗାଯାଇନାହିଁ।
ପରିବେଶବିତ୍‌ ସୁଶାନ୍ତ ସାହୁଙ୍କ ମତରେ, ବିକାଶ ନାଁରେ ମଣିଷ ଏବେ ବିନାଶ ଆଡ଼କୁ ମୁହାଁଉଛି। କେବଳ ରାସ୍ତାକଡ଼ ଗଛ ନୁହେଁ ବିଭିନ୍ନ କାରଣରୁ ଜଙ୍ଗଲ ମଧ୍ୟ କଟାଯାଉଛି। ଜଙ୍ଗଲ ମାଫିଆମାନେ ଗଛ କାଟି ନେଉଛନ୍ତି। ଜନସଂଖ୍ୟା ବୃଦ୍ଧି, କଂକ୍ରିଟ ରାସ୍ତା, ଅତ୍ୟଧିକ ଶୀତତାପ ନିୟନ୍ତ୍ରିତ ଯନ୍ତ୍ର, ଗାଡ଼ିମୋଟର ବ୍ୟବହାର, ଜଳବାୟୁ ପରିବର୍ତ୍ତନ ସାଙ୍ଗକୁ ବିକାଶ ନାମରେ ପ୍ରତିଦିନ ଶହ ଶହ ଗଛ କଟାଯାଉଥିବାରୁ ଏଭଳି ପରିସ୍ଥିତି ଉପୁଜୁଛି। କିଛିଦିନ ତଳେ ରାସ୍ତା ସମ୍ପ୍ରସାରଣ ପାଇଁ ଚନ୍ଦକାରୁ ପିତାପଲ୍ଲୀ ଛକ ପର୍ଯ୍ୟନ୍ତ ପ୍ରାୟ ୧ହଜାର ଫଳନ୍ତି ଆମ୍ବ ଗଛ କଟାଯାଇଛି। ସରକାର ଚାହିଁଥିଲେ ଲୋକଙ୍କ ଜମିକୁ ନେଇ ରାସ୍ତା ସମ୍ପ୍ରସାରଣ କରିପାରି ଥାନ୍ତେ। ଆଜିର ଟେକ୍ନୋଲୋଜି ଯୁଗରେ ଗଛ ନ କାଟି ଟ୍ରି ଟ୍ରାନ୍ସପ୍ଲାଣ୍ଟର୍‌ ମେଶିନ୍‌ ଦ୍ୱାରା ଏହାକୁ ସ୍ଥାନାନ୍ତର କରାଯାଇପାରିବ। ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଏବଂ ଜଙ୍ଗଲ ବିଭାଗ ମନ୍ତ୍ରୀଙ୍କୁ ପତ୍ର ଦେଇଥିଲି। ମାତ୍ର ସୁଫଳ ମିଳିନାହିଁ। ଜଙ୍ଗଲ ନଷ୍ଟ ଓ ଗଛକଟା ଯୋଗୁ ବନ୍ୟପ୍ରାଣୀ ନିଜର ବାସସ୍ଥାନ ହରାଇ ଜନବସତି ଆଡକୁ ମାଡ଼ିଆସୁଛନ୍ତି ଏବଂ ବହୁ ସମୟରେ ଜନଜୀବନ ହାନି ଘଟୁଛି। ସେହିପରି ପରିବେଶ ସନ୍ତୁଳନ ରକ୍ଷା ହୋଇ ନ ପାରି ପ୍ରାକୃତିକ ଦୁର୍ବିପାକ ହେଉଛି। ଏ ସମ୍ପର୍କରେ ସିଟି ଡିିଏଫ୍‌ଓ ଯଶୋବନ୍ତ ବରିହା କହିଛନ୍ତି, ପରିବେଶ ସନ୍ତୁଳନ ଲାଗି ଗଛର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେବେ ଅନେକ ସମୟରେ ଲୋକଙ୍କ ସୁବିଧା ଓ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଉନ୍ନୟନ କାର୍ଯ୍ୟ ପାଇଁ ଗଛ କାଟିବାକୁ ବନ ବିଭାଗ ଅନୁମତି ଦେଇଥାଏ। ଗୋଟିଏ ଗଛ କାଟିଲେ ତାହାର ୧୦ଗୁଣା ଟଙ୍କା ସମ୍ପୃକ୍ତ ବ୍ୟକ୍ତି ବା କର୍ତ୍ତୃପକ୍ଷଙ୍କଠାରୁ ଆଦାୟ କରାଯାଇଥାଏ, ନଚେତ ୧୦ଗୁଣା ଗଛ ଲଗାଇବାକୁ ନିର୍ଦ୍ଦେଶ ଦିଆଯାଏ। ଭୁବନେଶ୍ୱରରେ ଯେହେତୁ ଜଙ୍ଗଲ ନାହିଁ ତେଣୁ ବିନା ଅନୁମତିରେ ସେପରି ଗଛ କଟାଯାଉନାହିଁ। ଗଛକୁ କଟା ନ ଯାଇ ମୂଳରୁ ଓପାଡ଼ି ଅନ୍ୟ ଏକ ସ୍ଥାନରେ ଲଗାଯାଇ ପାରିବା ଭଳି ଟେକ୍ନୋଲୋଜି ଆମ ପାଖରେ ନାହିଁ। ଚଳିତ ବର୍ଷ ବିଭାଗ ପକ୍ଷରୁ ପ୍ରାୟ ୩୦ହଜାର ଚାରା ରୋପଣର ଲକ୍ଷ୍ୟ ରଖାଯାଇଛି। ବିଏମ୍‌ସି ସହିତ ଏ ନେଇ ଆଲୋଚନା ହୋଇଛି। ଅନ୍ୟପକ୍ଷରେ ବିଏମ୍‌ସି ପରିବେଶ ବିଭାଗ ଅଧିକାରୀ ବସନ୍ତ ମଲ୍ଲିକ କହିଛନ୍ତି, ରାଜଧାନୀରେ ଦ୍ରୁତ ଗତିରେ ଗଛ କଟା ଚାଲିଛି, ଯାହାର କୁପରିଣାମ ପରିବେଶ ଉପରେ ପଡୁଛି। ସହରର କୌଣସି ସ୍ଥାନରେ ଗଛ କାଟିବା ପାଇଁ ବିଏମ୍‌ସି ଅନୁମତି ଦିଏ ନାହିଁ। ତେବେ ଯଦି ବିପଦସଙ୍କୁଳ ଅବସ୍ଥାରେ କେଉଁଠାରେ ଗଛ ରହିଥାଏ, ତାହାକୁ କଟାଯାଏ। ସହରକୁ ସବୁଜ ସୁନ୍ଦର କରିବା ପାଇଁ ବିଏମ୍‌ସି ସର୍ବଦା ଚେଷ୍ଟା କରୁଛି। ୨୦୨୨-୨୩ ବର୍ଷରେ ଚାରା ଲଗାଇବା ପାଇଁ ପ୍ରିଲିମିନାରୀ ସର୍ଭେ ଚାଲିଛି। ସର୍ଭେ ପରେ ଓଏଫ୍‌ଡିସି, ବନବିଭାଗ, ସ୍ବେଚ୍ଛାସେବୀ ସଂସ୍ଥା, ବିଏମ୍‌ସିର କୋ-ଅର୍ଡିିନେଶନ୍‌ ବୈଠକ ବସିବ। ଏଥିରେ କିଏ କେତେ ଗଛ ଲଗାଇବ ଏବଂ କେତେ ବଜେଟ୍‌ ରହିବ ତାହା ନିର୍ଦ୍ଧାରଣ କରାଯିବ।

ବନ୍ଦନା ସେଠୀ


Enter your email to get our daily news in your inbox.

All Right Reserved By Dharitri.Com

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ଆନ୍ଦୋଳନ ପରେ ପରୀକ୍ଷା ଘୁଞ୍ଚିଲା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ)- ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଚତୁର୍ଥ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବା ଦାବିରେ ଛାତ୍ରୀମାନେ ଆନ୍ଦୋଳନ କରିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୂର୍ବ ନିଷ୍ପତ୍ତିରେ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri