ନଦୀଭିତ୍ତିକ ବନ୍ଦର ସ୍ବପ୍ନ

କେନ୍ଦ୍ରାପଡ଼ା ଅଫିସ, ୧୪।୬: କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଆଖଡାଶାଳି ଗ୍ରାମ ନିକଟ ମହାନଦୀରେ ରାଜ୍ୟର ପ୍ରଥମ ନଦୀଭିତ୍ତିକ ବନ୍ଦର ହେବ। ପବ୍ଲିକ୍‌-ପ୍ରାଇଭେଟ୍‌-ପାର୍ଟନରଶିପ୍‌ (ପିପିପି) ମୋଡ୍‌ରେ ପାରାଦୀପ ପୋର୍ଟ ଏହାର ଉନ୍ନତୀକରଣ କରିବ। ୨୦୨୦ ଡିସେମ୍ବରରେ ଏହି ସ୍ଥାନକୁ ୫-ଟି ସଚିବ ଭି.କେ. ପାଣ୍ଡିଆନ୍‌ଙ୍କ ଗସ୍ତ ଓ ଏମ୍‌ଓୟୁ ପାଇଁ ରାଜ୍ୟ ସରକାରଙ୍କ ସହିତ ଗତ ମାର୍ଚ୍ଚରେ ଆର୍ସେଲର ମିତଲ ସହ କଥାବାର୍ତ୍ତା ଜିଲାବାସୀଙ୍କ ମନରେ ଜିଲାରେ ଶିଳ୍ପ ପ୍ରତିଷ୍ଠା ପାଇଁ ଆଶା ସଞ୍ଚାର କରିଥିଲା। ଏହା ପୂର୍ବରୁ ଏଠାରେ ବନ୍ଦର ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୮ ଡିସେମ୍ବର ୮ରେ ଏହି ଜିଲା ଗସ୍ତ ଅବସରରେ ଘୋଷଣା କରିଥିଲେ। ବନ୍ଦର ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୮ ଜୁଲାଇରେ ଏକ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିଲା। ବନ୍ଦର ନିର୍ମାଣର ପ୍ରଥମ ପର୍ଯ୍ୟାୟରେ ୨୧୧୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଥିଲା। ସେହିପରି ବାର୍ଷିକ ୧୮.୪୩ ନିୟୁତ ଟନ୍‌ ପଣ୍ୟ କାରବାର ହେବ ବୋଲି ପ୍ରସ୍ତାବ ରହିଥିଲା। ରାଜ୍ୟ ସରକାରଙ୍କ ବୈଠକକୁ ୩ ବର୍ଷ ଓ ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣାକୁ ଅଢ଼େଇ ବର୍ଷ ପୂରିବାକୁ ଯାଉଥିଲେ ମଧ୍ୟ ପ୍ରକଳ୍ପ ନିର୍ମାଣକୁ ନେଇ କୌଣସି ତତ୍ପରତା ପ୍ରକାଶ ପାଉନାହିଁ। ଫଳରେ ଏହି ନଦୀଭିତ୍ତିକ ବନ୍ଦର ନିର୍ମାଣ ନିର୍ବାଚନ ପୂର୍ବର ବରୁଣେଇ ବନ୍ଦର, ପାୱାର ପ୍ଲାଣ୍ଟ ପ୍ରତିଷ୍ଠା, କେନ୍ଦ୍ରାପଡ଼ା ସହରକୁ ଗୁଡ୍‌ଗଁାଓ ପରି ଗଢ଼ି ତୋଳିବା ପ୍ରତିଶ୍ରୁତି ପରି ମିଳେଇ ଯାଉଛି ବୋଲି ସ୍ଥାନୀୟ ଜିଲାବାସୀ ମତ ଦେଇଛନ୍ତି।
ବୁଦ୍ଧିଜୀବୀ ରାଧାକାନ୍ତ ମହାନ୍ତି, ଆଇନଜୀବୀ ରମଣୀରଞ୍ଜନ ରାଉତରାୟ, ସାମାଜିକ କର୍ମୀ ଗୟାଧର ଧଳ, ସୁନୀଲ କୁମାର ଗନ୍ତାୟତ, ସୁଶୀଲ କୁମାର ରାଉତ ପ୍ରମୁଖ କହିଛନ୍ତି, ଅର୍ଥନୈତିକ ବିକାଶ କ୍ଷେତ୍ରରେ ରାଜ୍ୟର ୨୬ତମ ସ୍ଥାନରେ ଥିବା କେନ୍ଦ୍ରାପଡ଼ା ଜିଲାକୁ ସର୍ବଦା ଅବହେଳା କରାଯାଇଛି। ଲୋକସମ୍ବଳ ବିନିଯୋଗ ପାଇଁ ସୁଚିନ୍ତିତ ଯୋଜନା ନାହିଁ। ତେବେ ରାଜନେତାମାନେ ଏଠାରେ ପ୍ରତିଶ୍ରୁତି ଦେବାରେ ସିଦ୍ଧହସ୍ତ। ୨୦୦୯ରେ ଉପାନ୍ତ ଅଞ୍ଚଳରେ ଥିବା ବରୁଣେଇଠାରେ ବନ୍ଦର ହେବ ବୋଲି ପ୍ରତିଶ୍ରୁତି ମିଳିଲା। ସେହିପରି ୨୦୧୪ରେ କେନ୍ଦ୍ରାପଡ଼ା ସହରର ବିକାଶ ସହିତ ମାର୍ଶାଘାଇ ବ୍ଲକ ଅଳାଇଲୋଠାରେ ପାୱାର ପ୍ଲାଣ୍ଟ ପାଇଁ ଘୋଷଣା ନିର୍ବାଚନ ପୂର୍ବରୁ ହେଲା। ଏହି ଦୁଇ ପ୍ରକଳ୍ପ ଆରମ୍ଭ ପୂର୍ବରୁ ବନ୍ଦ ହୋଇଥିବା ବେଳେ ୨୦୧୯ ନିର୍ବାଚନ ପୂର୍ବରୁ ଆଖଡାଶାଳି ବନ୍ଦର ପ୍ରକଳ୍ପର ଘୋଷଣା ହେଲା। ଏହି ପ୍ରତିଶ୍ରୁତି ପାଳନ ପାଇଁ ରାଜନେତା ଓ ପ୍ରଶାସକଙ୍କ କସରତ ନିର୍ବାଚନ ପରେ ଦେଖିବାକୁ ମିଳିଥିଲା। ପାରାଦୀପ ପୋର୍ଟ ସହଯୋଗରେ ଆଖଡାଶାଳିର ଉନ୍ନତୀକରଣ ଓ ଆର୍ସେଲର ମିତଲ ସହ ଇସ୍ପାତ ଶିଳ୍ପ ପ୍ରତିଷ୍ଠା ପାଇଁ ଏମ୍‌ଓୟୁ ହେଉଥିବା ଆଲୋଚନା ହେଲା। ଏପରିକି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ବନ୍ଦର ପ୍ରତିଷ୍ଠା ହେବ ବୋଲି ଜିଲା ଗସ୍ତରେ ଆସି ଦୃଢ଼ ପ୍ରତିଶ୍ରୁତି ଦେଇଗଲେ। ଇଣ୍ଡଷ୍ଟ୍ରିଆଲ କରିଡର ପାଇଁ ହୋଇଥିବା ଏହି କସରତର ଫଳ ଜିଲାବାସୀଙ୍କ ପାଇଁ ଏବେବି ପ୍ରଶ୍ନବାଚୀ ସୃଷ୍ଟି କରିଛି। ମିତଲଙ୍କ ଇସ୍ପାତ କାରଖାନା କେଉଁଠି ହେବ, ଏହାର ନିର୍ମାଣ କାର୍ଯ୍ୟ କେବେଠାରୁ ଆରମ୍ଭ ହୋଇ ଶେଷ ହେବ, କଞ୍ଚାମାଲ କେଉଁଠୁ ଆସିବ, କାରଖାନାରୁ କେବେ ଉପତ୍ାଦ ବାହାରିବ ଆଦି ପ୍ରଶ୍ନର ଉତ୍ତର ଅଦ୍ୟାବଧି ଜିଲାବାସୀ ପାଇ ପାରୁନାହାନ୍ତି। ଏହି ବନ୍ଦର ପ୍ରତିଷ୍ଠା ହୋଇଥିଲେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଜିଲାର ୧୫ ହଜାରରୁ ଅଧିକ ଲୋକଙ୍କୁ କର୍ମନିଯୁକ୍ତି ମିଳିବାର ଆଶା ଥିଲା ବୋଲି ସେମାନେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଏହା କ୍ରିକେଟ୍‌ ନୁହେଁ, କେବଳ ବ୍ୟାଟିଂ’: ୪୦୬ ରନ୍‌ ଚେଜ୍‌ କରିବା ପରେ ବି ରାଗିଗଲେ ହେଡ୍‌ କୋଚ୍‌ ଗମ୍ଭୀର…ଜାଣନ୍ତୁ କାରଣ

ଗୁଆହାଟି,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଏକଦିବସୀୟ (ODI) ମ୍ୟାଚ୍‌ରେ ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ହାସଲ କରି ସିରିଜ କବ୍ଜା କରିବା ସତ୍ତ୍ୱେ ଗୁଆହାଟି ପିଚ୍‌କୁ ନେଇ…

ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ୧୩ ଗେଟ୍‌, ୨ ଗେଟ୍‌ରେ ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୧ା୯(ପ୍ରମୋଦ ବହିଦାର): ସମ୍ପ୍ରତ୍ତି ମହାନଦୀର ଉପରମୁଣ୍ଡରୁ ବନ୍ୟାଜଳ ପ୍ରବାହ ହ୍ରାସ ପାଇବାରୁ ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ମଧ୍ୟ କ୍ରମଶଃ ହ୍ରାସ ପାଇଛି। ତେଣୁ ହୀରାକୁଦ…

ଭାରତୀୟ ପାଇଲଟ ସ୍ମିତ ମଚ୍ଛରଙ୍କୁ ସଲାମ କଲା ସାରା ବିଶ୍ୱ: ମୋଦି କହିଲେ, ହିରୋ…

ନୂଆଦିଲ୍ଲୀ,୧।୧୦: ଦୁବାଇରୁ ଇସ୍ରାଏଲ ଯାଉଥିବା ଫ୍ଲାଇଦୁବାଇ ବିମାନରେ କଥିତ ଅପହରଣ ଉଦ୍ୟମକୁ ପ୍ରତିହତ କରିବାରେ ଭୂମିକା ନେଇଥିବା ଭାରତୀୟ କ୍ୟାପ୍ଟେନ ସ୍ମିତ ମଚ୍ଛରଙ୍କ ସାହସକୁ ପ୍ରଶଂସା କରିଛନ୍ତି…

ଭୁଶୁଡ଼ିଲା ବାଘୁଆମେଦୀ ମୁଖ୍ୟ ରାସ୍ତା: ଗାଁକୁ ଯାଇପାରୁନି ଆମ୍ବୁଲାନ୍ସ

ମହାକାଳପଡ଼ା,୧ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବଉଳକଣୀ ପଞ୍ଚାୟତ ଆଦିବାସୀ ଅଧ୍ୟୁଷିତ ବାଘୁଆ ମେଦୀ ମୁଖ୍ୟ ରାସ୍ତା ଲଘୁଚାପ ଜନିତ ବର୍ଷାରେ ଭୁଶୁଡି ପଡିଛି।…

ଅଙ୍ଗନୱାଡ଼ି କେନ୍ଦ୍ରରେ ୪ ଶିଶୁଙ୍କୁ ତାଲା ପକାଇ ରାଶନ ପାଇଁ ଗଲେ କର୍ମଚାରୀ

ଜି.ଉଦୟଗିରି,୧ା୧୦(ଚିନ୍ମୟ କୁମାର ସେଠୀ):କୁପୋଷଣ ଦୂର ପାଇଁ ଅଙ୍ଗନଓ୍ବାଡି କେନ୍ଦ୍ରଗୁଡ଼ିକରେ ଆଙ୍ଗନ କା ଉତ୍ସବ ପାଳନ କରାଯାଇଥିବା ବେଳେ ମଙ୍ଗଳବାର ୪ ଶିଶୁଙ୍କୁ କେନ୍ଦ୍ରରେ ତାଲା ପକାଇ ରଖାଯାଇଥିବା…

ଅକ୍ଟୋବର ପହିଲାରୁ ମହଙ୍ଗା ମାଡ଼: ପୁଣି ବଢ଼ିଲା କମର୍ସିଆଲ LPG ସିଲିଣ୍ଡର ଦାମ୍‌, ୬୨ଟଙ୍କାରୁ ଅଧିକ …

ନୂଆଦିଲ୍ଲୀ,୧।୧୦: ପାର୍ବଣ ଋତୁ ଆରମ୍ଭ ହେଉଥିବା ବେଳେ ସାଧାରଣ ଲୋକ ଓ ବ୍ୟବସାୟୀଙ୍କୁ ବଡ଼ ଝଟକା ଲାଗିଛି। ଅକ୍ଟୋବର ୧ ତାରିଖରୁ ସରକାରୀ ତୈଳ କମ୍ପାନୀଗୁଡ଼ିକ ୧୯…

ଏମ୍‌ପିଙ୍କ ହସ୍ତକ୍ଷେପ ଲୋଡ଼ିଲେ ଯୋଗାଣ ସହାୟକ: ଦୀର୍ଘଦିନର ସମସ୍ୟା ସମାଧାନ ଦାବି

ଗଞ୍ଜାମ, ୩୦।୯: ଦୀର୍ଘ ୧୪ ବର୍ଷ ଧରି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅଧୀନରେ କାର୍ଯ୍ୟ କରିଆସୁଥିବା ଯୋଗାଣ ସହାୟକମାନେ ନିଜର ବିଭିନ୍ନ ସମସ୍ୟା…

ବିଶ୍ୱର ପ୍ରଥମ ବ୍ୟାଟର୍‌ ଭାବେ ବଡ଼ କାରନାମା କଲେ ରୋହିତ ଶର୍ମା

ଗୁଆହାଟୀ,୧।୧୦: ‘ହିଟ୍‌ମ୍ୟାନ’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ପୁଣିଥରେ ଛକାର ବର୍ଷା ଦେଖିବାକୁ ମିଳିଛି। ଗୁଆହାଟୀରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ରୋହିତ ଏକ ବିଶେଷ ରେକର୍ଡ ନିଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?