ନଦୀଭିତ୍ତିକ ବନ୍ଦର ସ୍ବପ୍ନ

କେନ୍ଦ୍ରାପଡ଼ା ଅଫିସ, ୧୪।୬: କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଆଖଡାଶାଳି ଗ୍ରାମ ନିକଟ ମହାନଦୀରେ ରାଜ୍ୟର ପ୍ରଥମ ନଦୀଭିତ୍ତିକ ବନ୍ଦର ହେବ। ପବ୍ଲିକ୍‌-ପ୍ରାଇଭେଟ୍‌-ପାର୍ଟନରଶିପ୍‌ (ପିପିପି) ମୋଡ୍‌ରେ ପାରାଦୀପ ପୋର୍ଟ ଏହାର ଉନ୍ନତୀକରଣ କରିବ। ୨୦୨୦ ଡିସେମ୍ବରରେ ଏହି ସ୍ଥାନକୁ ୫-ଟି ସଚିବ ଭି.କେ. ପାଣ୍ଡିଆନ୍‌ଙ୍କ ଗସ୍ତ ଓ ଏମ୍‌ଓୟୁ ପାଇଁ ରାଜ୍ୟ ସରକାରଙ୍କ ସହିତ ଗତ ମାର୍ଚ୍ଚରେ ଆର୍ସେଲର ମିତଲ ସହ କଥାବାର୍ତ୍ତା ଜିଲାବାସୀଙ୍କ ମନରେ ଜିଲାରେ ଶିଳ୍ପ ପ୍ରତିଷ୍ଠା ପାଇଁ ଆଶା ସଞ୍ଚାର କରିଥିଲା। ଏହା ପୂର୍ବରୁ ଏଠାରେ ବନ୍ଦର ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୮ ଡିସେମ୍ବର ୮ରେ ଏହି ଜିଲା ଗସ୍ତ ଅବସରରେ ଘୋଷଣା କରିଥିଲେ। ବନ୍ଦର ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୮ ଜୁଲାଇରେ ଏକ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିଲା। ବନ୍ଦର ନିର୍ମାଣର ପ୍ରଥମ ପର୍ଯ୍ୟାୟରେ ୨୧୧୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଥିଲା। ସେହିପରି ବାର୍ଷିକ ୧୮.୪୩ ନିୟୁତ ଟନ୍‌ ପଣ୍ୟ କାରବାର ହେବ ବୋଲି ପ୍ରସ୍ତାବ ରହିଥିଲା। ରାଜ୍ୟ ସରକାରଙ୍କ ବୈଠକକୁ ୩ ବର୍ଷ ଓ ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣାକୁ ଅଢ଼େଇ ବର୍ଷ ପୂରିବାକୁ ଯାଉଥିଲେ ମଧ୍ୟ ପ୍ରକଳ୍ପ ନିର୍ମାଣକୁ ନେଇ କୌଣସି ତତ୍ପରତା ପ୍ରକାଶ ପାଉନାହିଁ। ଫଳରେ ଏହି ନଦୀଭିତ୍ତିକ ବନ୍ଦର ନିର୍ମାଣ ନିର୍ବାଚନ ପୂର୍ବର ବରୁଣେଇ ବନ୍ଦର, ପାୱାର ପ୍ଲାଣ୍ଟ ପ୍ରତିଷ୍ଠା, କେନ୍ଦ୍ରାପଡ଼ା ସହରକୁ ଗୁଡ୍‌ଗଁାଓ ପରି ଗଢ଼ି ତୋଳିବା ପ୍ରତିଶ୍ରୁତି ପରି ମିଳେଇ ଯାଉଛି ବୋଲି ସ୍ଥାନୀୟ ଜିଲାବାସୀ ମତ ଦେଇଛନ୍ତି।
ବୁଦ୍ଧିଜୀବୀ ରାଧାକାନ୍ତ ମହାନ୍ତି, ଆଇନଜୀବୀ ରମଣୀରଞ୍ଜନ ରାଉତରାୟ, ସାମାଜିକ କର୍ମୀ ଗୟାଧର ଧଳ, ସୁନୀଲ କୁମାର ଗନ୍ତାୟତ, ସୁଶୀଲ କୁମାର ରାଉତ ପ୍ରମୁଖ କହିଛନ୍ତି, ଅର୍ଥନୈତିକ ବିକାଶ କ୍ଷେତ୍ରରେ ରାଜ୍ୟର ୨୬ତମ ସ୍ଥାନରେ ଥିବା କେନ୍ଦ୍ରାପଡ଼ା ଜିଲାକୁ ସର୍ବଦା ଅବହେଳା କରାଯାଇଛି। ଲୋକସମ୍ବଳ ବିନିଯୋଗ ପାଇଁ ସୁଚିନ୍ତିତ ଯୋଜନା ନାହିଁ। ତେବେ ରାଜନେତାମାନେ ଏଠାରେ ପ୍ରତିଶ୍ରୁତି ଦେବାରେ ସିଦ୍ଧହସ୍ତ। ୨୦୦୯ରେ ଉପାନ୍ତ ଅଞ୍ଚଳରେ ଥିବା ବରୁଣେଇଠାରେ ବନ୍ଦର ହେବ ବୋଲି ପ୍ରତିଶ୍ରୁତି ମିଳିଲା। ସେହିପରି ୨୦୧୪ରେ କେନ୍ଦ୍ରାପଡ଼ା ସହରର ବିକାଶ ସହିତ ମାର୍ଶାଘାଇ ବ୍ଲକ ଅଳାଇଲୋଠାରେ ପାୱାର ପ୍ଲାଣ୍ଟ ପାଇଁ ଘୋଷଣା ନିର୍ବାଚନ ପୂର୍ବରୁ ହେଲା। ଏହି ଦୁଇ ପ୍ରକଳ୍ପ ଆରମ୍ଭ ପୂର୍ବରୁ ବନ୍ଦ ହୋଇଥିବା ବେଳେ ୨୦୧୯ ନିର୍ବାଚନ ପୂର୍ବରୁ ଆଖଡାଶାଳି ବନ୍ଦର ପ୍ରକଳ୍ପର ଘୋଷଣା ହେଲା। ଏହି ପ୍ରତିଶ୍ରୁତି ପାଳନ ପାଇଁ ରାଜନେତା ଓ ପ୍ରଶାସକଙ୍କ କସରତ ନିର୍ବାଚନ ପରେ ଦେଖିବାକୁ ମିଳିଥିଲା। ପାରାଦୀପ ପୋର୍ଟ ସହଯୋଗରେ ଆଖଡାଶାଳିର ଉନ୍ନତୀକରଣ ଓ ଆର୍ସେଲର ମିତଲ ସହ ଇସ୍ପାତ ଶିଳ୍ପ ପ୍ରତିଷ୍ଠା ପାଇଁ ଏମ୍‌ଓୟୁ ହେଉଥିବା ଆଲୋଚନା ହେଲା। ଏପରିକି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ବନ୍ଦର ପ୍ରତିଷ୍ଠା ହେବ ବୋଲି ଜିଲା ଗସ୍ତରେ ଆସି ଦୃଢ଼ ପ୍ରତିଶ୍ରୁତି ଦେଇଗଲେ। ଇଣ୍ଡଷ୍ଟ୍ରିଆଲ କରିଡର ପାଇଁ ହୋଇଥିବା ଏହି କସରତର ଫଳ ଜିଲାବାସୀଙ୍କ ପାଇଁ ଏବେବି ପ୍ରଶ୍ନବାଚୀ ସୃଷ୍ଟି କରିଛି। ମିତଲଙ୍କ ଇସ୍ପାତ କାରଖାନା କେଉଁଠି ହେବ, ଏହାର ନିର୍ମାଣ କାର୍ଯ୍ୟ କେବେଠାରୁ ଆରମ୍ଭ ହୋଇ ଶେଷ ହେବ, କଞ୍ଚାମାଲ କେଉଁଠୁ ଆସିବ, କାରଖାନାରୁ କେବେ ଉପତ୍ାଦ ବାହାରିବ ଆଦି ପ୍ରଶ୍ନର ଉତ୍ତର ଅଦ୍ୟାବଧି ଜିଲାବାସୀ ପାଇ ପାରୁନାହାନ୍ତି। ଏହି ବନ୍ଦର ପ୍ରତିଷ୍ଠା ହୋଇଥିଲେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଜିଲାର ୧୫ ହଜାରରୁ ଅଧିକ ଲୋକଙ୍କୁ କର୍ମନିଯୁକ୍ତି ମିଳିବାର ଆଶା ଥିଲା ବୋଲି ସେମାନେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିପଦସଙ୍କୁଳ ପରିବହନ, ଦୁର୍ଘଟଣାକୁ ଆମନ୍ତ୍ରଣ

ରାଉରକେଲା ଅଫିସ୍‌,୧୨।୧: ବ୍ୟସ୍ତବହୁଳ ସ୍ମାର୍ଟସିଟି ରାଉରକେଲା। ଏଠାରେ ବିପଦସଙ୍କୁଳ ଭାବେ ପରିବହନ ଦେଖିବାକୁ ମିଳିଛି। ଯାହା ଦୁର୍ଘଟଣାକୁ ଆମନ୍ତ୍ରଣ କରୁଛି ବୋଲି କୁହାଯାଉଛି। ଯାତାୟତ ସମୟରେ...

ମେ ୩ ପର୍ଯ୍ୟନ୍ତ ବନ୍ଦ ରହିବ ଦୋକାନ

ବାରିପଦା ଅଫିସ, ୨୭ା୪- ମେ ୩ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡ଼ାଉନ ଅବଧି ରହିଛି। ଏହି ସମୟ ମଧ୍ୟରେ ମୟୂରଭଞ୍ଜ ଜିଲା ବାରିପଦା ସହରର ସମସ୍ତ...

ଗଞ୍ଜେଇ ଗାଡ଼ି ଧରିବାକୁ ଯାଇ ଏସ୍‌ଆଇ ଗୁରୁତର

ଆର୍‌.ଉଦୟଗିରି,୨୩ା୧(ଡି.ଏନ.ଏ.): ଗଞ୍ଜେଇ ଚାଲାଣ କରୁଥିବା ଏକ କାର୍‌କୁ ପିଛା କରିବା ବେଳେ ପୋଲିସ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେବାରୁ ଥାନା ଏସ୍‌ଆଇ ଗୁରୁତର ଆହତ ହୋଇଛନ୍ତି। ସେପଟେ...

ଟିଟିପିଏସ୍‌ ବନ୍ଦ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍‌ବେଗ

ଭୁବନେଶ୍ୱର, ୨୫ା୩(ବ୍ୟୁରୋ):ଏନ୍‌ଟିପିସି ପରିଚାଳନାଧୀନ ତାଳଚେର ଥର୍ମାଲ ପାଓ୍ବାର ଷ୍ଟେଶନ (ଟିଟିପିଏସ୍‌) ବନ୍ଦ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ବେଗ ପ୍ରକାଶ କରିଛନ୍ତି। ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ...

CORONAVIRUS UPDATE: ରାଜ୍ୟରେ ପୁଣି ରେକର୍ଡ ଭାଙ୍ଗିଲା ସଂକ୍ରମିତଙ୍କ ସଂଖ୍ୟା; ୩୦ ଜିଲାରୁ ୩୯୯୬ ଚିହ୍ନଟ

ଭୁବନେଶ୍ୱର, ୧୧।୯(ବ୍ୟୁରୋ): ରାଜ୍ୟରେ ଶୁକ୍ରବାର ୩୦ ଜିଲାରୁ ରେକର୍ଡ ସଂଖ୍ୟକ ୩୯୯୬ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ...

ଦଳୀୟ ପତାକା ପୋଡ଼ି, ଭଙ୍ଗାରୁଜା

ଚାନ୍ଦବାଲି, ୨୩।୪ (ଡି.ଏନ.ଏ.) – ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଘଣ୍ଟେଶ୍ୱର ଅଞ୍ଚଳରେ ରାଜନୈତିକ ବିବାଦକୁ ନେଇ ବିଜେଡି ଓ ଭାଜପା ସମର୍ଥକମାନେ ମୁହଁାମୁହିଁ ହେବା...

ଓଡ଼ିଶାର ମହିଳା ବନ ଅଧିକାରୀଙ୍କୁ ମିଳିବ ଜାତିସଂଘ ପୁରସ୍କାର

ଭୁବନେଶ୍ୱର,୮।୨(ବ୍ୟୁରୋ): ରାଜ୍ୟରେ ବଜ୍ରକାପ୍ତା ଚୋରା ଚାଲାଣ ର଼୍ୟାକେଟ୍‌ ରୋକିବାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଓଡ଼ିଶାର ମହିଳା ବନ ଅଧିକାରୀ ସସ୍ମିତା ଲେଙ୍କା ମିଳିତ ଜାତିସଂଘର ଏସିଆ...

ବ୍ୟାପକ ହେଉଛି ଆନ୍ଦୋଳନ

କେନ୍ଦ୍ରାପଡ଼ା ଅଫିସ,୨୧।୮: ଖରସ୍ରୋତାରୁ ଭଦ୍ରକକୁ ପାଣି ଦେବା ବିବାଦ ଦିନକୁଦିନ ବ୍ୟାପକ ହେବାରେ ଲାଗିଛି। ଜିଲା ଓ ଜିଲା ବାହାରେ ଏହାର ସମର୍ଥକଙ୍କ ସଂଖ୍ୟା ବଢି...

Advertisement
Archives

Model This Week