ଅଧା ରହିଗଲା ସ୍ବପ୍ନ, ଏବେ ବଞ୍ଚିବାକୁ ସଂଘର୍ଷ

ବାଲିଆପାଳ, ୩୦।୩(ଅମୂଲ୍ୟ କୁମାର ଦାସ): କଥାରେ ଅଛି ମନରେ ଦୃଢ ଇଚ୍ଛାଶକ୍ତି ଥିଲେ ପଙ୍ଗୁ ମଧ୍ୟ ପର୍ବତ ଲଙ୍ଘିପାରେ। ଯାହା ପ୍ରମାଣିତ କରି ଦେଖାଇଛନ୍ତି ସିଂଲା ଗ୍ରାମର ପ୍ରଭାକର ରାଉଳ। ମାଟ୍ରିକ ପାସ୍‌ କରି ଯୁକ୍ତ ୨ ପଢ଼ିବା ବେଳେ ହଠାତ୍‌ ଦୁଇଟି ଗୋଡ ସମ୍ପୂର୍ଣ୍ଣ ଅକାମୀ ହୋଇଗଲା। ଚଲାବୁଲା କରିବା ତ ଦୂରର କଥା ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ଘୁଷୁରି ଘୁଷୁରି ଯିବାକୁ ପଡ଼ିଲା। ମାତ୍ର ଜୀବନ ଯୁଦ୍ଧରେ ସେ କେବେ ହାରି ଯାଇନାହାନ୍ତି। ବୁଢ଼ା ମା’ ବାପାଙ୍କ ଉପରେ ବୋଝ ନ ହୋଇ ପରିବାର ପ୍ରତିପୋଷଣ ପାଇଁ ଏକ ପାନ ଦୋକାନ କରିଛନ୍ତି। ଯେତିକି ରୋଜଗାର ହେଉଛି କଷ୍ଟେମଷ୍ଟେ ନିଜ ପେଟ ପୋଷିବା ସହ ମା’ ବାପାଙ୍କୁ ମଧ୍ୟ ସାହାଯ୍ୟ କରୁଛନ୍ତି। ଯାହା ଆଜିର ଯୁବପିଢ଼ିଙ୍କ ପାଇଁ ପାଲଟିଛନ୍ତି ପ୍ରେରଣା।
ଜିଲା ସିଂଲା ଗ୍ରାମର ବାସିନ୍ଦା ପ୍ରଭାକର ରାଉଳ। ବାପା ପୂର୍ଣ୍ଣଚନ୍ଦ୍ରଙ୍କ ତିନି ପୁଅଙ୍କ ମଧ୍ୟରୁ ପ୍ରଭାକର ମଝିଆ। ପିଲାଟି ଦିନରୁ ସେ ମେଧାବୀ ଥିଲେ। ପରିବାରର ଆର୍ଥତ୍କ ସମ୍ବଳ ନ ଥିବା ସତ୍ତ୍ୱେ ଭୋକ ଉପାସରେ ରହି ମାଟ୍ରିକ ପାସ୍‌ କରିବା ପରେ ଜାମଶୂଳି ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟରେ ଯୁକ୍ତ ୨ରେ ଆଡମିଶନ ହୋଇଥିଲେ। ମାତ୍ର କଲେଜ ଯିବାର କିଛି ଦିନ ପରେ ଦୁଇଟି ଗୋଡ଼ ଧୀରେ ଧୀରେ ସମ୍ପୂର୍ଣ୍ଣ ଅକାମୀ ହୋଇଗଲା। ପରିବାରର ଆର୍ଥତ୍କ ସମ୍ବଳ ନ ଥିବାରୁ ଚିକିତ୍ସା ମଧ୍ୟ ହୋଇପାରିଲେନି ପ୍ରଭାକର। ବହୁ କଷ୍ଟରେ ଯୁକ୍ତ ୨ ପାସ୍‌ କରିବା ପରେ ପାଠ ପଢ଼ାରେ ଡୋରି ବନ୍ଧା ହେଲା। ପାଠ ପଢ଼ି ଚାକିରି କରିବା ସ୍ବପ୍ନ ତାଙ୍କର ସ୍ବପ୍ନରେ ରହିଗଲା। ସାରା ଜୀବନ ମା’ ବାପାଙ୍କ ଉପରେ ବୋଝ ନ ହୋଇ କଣ କରିବେ ଭାବି ଭାବି ଶେଷରେ ଗଁାର ପିଲାଙ୍କୁ ଟ୍ୟୁଶନ କରି ଯାହା ଅଳ୍ପ କିଛି ଅର୍ଥ ସଞ୍ଚୟ ହେଲା ସେହି ଅର୍ଥରେ ଘର ପାଖରେ ଛୋଟିଆ ପାନ ଦୋକାନ କରିଛନ୍ତି। ଘରଠାରୁ ଦୋକାନ ପର୍ଯ୍ୟନ୍ତ ଯିବା ପାଇଁ କେତେବେଳେ ସାନ ଭାଇ କାନ୍ଧରେ ବୋହି ନେଇଯାନ୍ତି ତ କେତେବେଳେ ନିଜେ ଘୁଷୁରି କଷ୍ଟରେ ଯାଇଥାନ୍ତି। ଏତିକିରେ ପ୍ରଭାକରଙ୍କ ଦୁଃଖ ସରିଲାନି ଯେ ବୋଝ ଉପରେ ନଳିତା ବିଡ଼ା ପଡ଼ିଲା ଭଳି ବାପା ପୂର୍ଣ୍ଣଚନ୍ଦ୍ର ପକ୍ଷାଘାତ ରୋଗରେ ଆକ୍ରାନ୍ତ ହୋଇ ଏବେ ଶଯ୍ୟାଶାୟୀ। ପ୍ରଭାକରଙ୍କ ସ୍ବଳ୍ପ ରୋଜଗାରରେ ପରିବାର ଲୋକେ କଷ୍ଟେମଷ୍ଟେ ଚଳି ଯାଉଛନ୍ତି। ମାତ୍ର ରହିବା ପାଇଁ ଘର ଖଣ୍ଡିଏ ନ ଥିବାରୁ ଭଙ୍ଗା ଦଦରା ପଲିଥିନ୍‌ ଘୋଡ଼ା ହୋଇଥିବା ଘରେ ଦୟନୀୟ ଅବସ୍ଥାରେ ରହୁଛନ୍ତି। ପ୍ରଭାକରଙ୍କ ପାଇଁ ଅନ୍ତ୍ୟୋଦୟ ଯୋଜନାରେ ୩୫ କେଜି ଚାଉଳ, ରହିବା ପାଇଁ ଆବାସ ଯୋଜନାରେ ପକ୍କାଘର ଏବଂ ବ୍ୟାଟେରି ଚାଳିତ ସାଇକେଲ ପାଇଁ ବାରମ୍ବାର ବ୍ଲକ ପ୍ରଶାସନଠୁ ଆରମ୍ଭ କରି ଜିଲା ପ୍ରଶାସନ ପର୍ଯ୍ୟନ୍ତ ଗୁହାରି କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି। କେବଳ ଭିନ୍ନକ୍ଷମ ଭତ୍ତା ବ୍ୟତୀତ କୌଣସି ସରକାରୀ ସହାୟତା ତାଙ୍କୁ ମିଳିନି। ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସରିଲା ମାଓବାଦୀଙ୍କ ଆତ୍ମସମର୍ପଣ ସମୟସୀମା: ଆଉ ମିଳିବ ନାହିଁ ସୁଯୋଗ

ଭୁବନେଶ୍ୱର,୩୧।୩: ଓଡ଼ିଶାରେ ମାଓବାଦୀ ଦମନ ଟାର୍ଗେଟ୍‌ ସଫଳ ହୋଇଛି ବୋଲି ADG ସଞ୍ଜୀବ ପଣ୍ଡା ମଙ୍ଗଳବାର ଗଣମାଧ୍ୟମକୁ କହିଛନ୍ତି। ଓଡ଼ିଶାକୁ ଆଉ ମାଓବାଦୀ ବିପଦ ନାହିଁ ବୋଲି…

ମାସରେ ୩୦ ଦିନରୁ ୧୪ ଦିନ ବ୍ୟାଙ୍କ୍ ସେବା ବନ୍ଦ; ଜାଣି ନିଅନ୍ତୁ କେମିତି କରିବେ ଟଙ୍କା ଜମା..

ନୂଆଦିଲ୍ଲୀ,୩୧।୩: ଯଦି ଆପଣଙ୍କର ବ୍ୟାଙ୍କ କାମ ବାକି ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସମାପ୍ତ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅପେକ୍ଷା କରନ୍ତୁନାହିଁ! ଏପ୍ରିଲ…

ବୈଭବ ସୂର୍ଯ୍ୟବଂଶୀ କାହିଁକି ତାଙ୍କ ଜନ୍ମଦିନର କେକ କାଟିଲେ ନାହିଁ? CSK ହାରିବା ପରେ କହିଲେ ପ୍ରକୃତ କାରଣ

ନୂଆଦିଲ୍ଲୀ,୩୧।୩: ୨୦୨୬ ଆଇପିଏଲ ସିଜିନରେ, ରାଜସ୍ଥାନ ରୟାଲ୍ସ CSK ବିପକ୍ଷରେ ସେମାନଙ୍କର ପ୍ରଥମ ମ୍ୟାଚ ୮ ୱିକେଟରେ ଜିତିଥିଲା। ଏହି ଖେଳରେ, RR ର ଯୁବ ସେନସେସନ,…

ବାଇକରେ ଘରକୁ ଫେରିବା ବେଳେ ଧକ୍କା ଦେଲା ପଥର ବୋଝେଇ ଟ୍ରାକ୍ଟର, ଅକାଳରେ ୨ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଘୋଡ଼ାହାଡ଼ ଡ଼୍ୟାମ ମୁଖ୍ୟରାସ୍ତାର ଭୁଶୁଣ୍ଡା ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ…

ଭାଜପାରେ ଯୋଗଦେଲେ ଲିଆଣ୍ଡର ପେସ: ଟିଏମସିକୁ ବଡ଼ ଝଟ୍‌କା

କୋଲକାତା,୩୧।୩:ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି। ଏହି ସମୟରେ ଟିଏମସିକୁ ଏକ ଝଟ୍‌କା ଲାଗିଛି। ପୂର୍ବତନ ଟେନିସ ତାରକା ତଥା ଟିଏମ୍‌ସି ନେତା ଲିଆଣ୍ଡର…

ପାଇଖାନା ସେଣ୍ଟ୍ରିଂ ଖୋଲିବା ହେଲା କାଳ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଜୀବନ

କୁଚିଣ୍ଡା,୩୧।୩(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ଵ୍ଲକ ମହୁଲପାଲି ଥାନା ଅନ୍ତର୍ଗତ କେଶାଇବାହାଲରେ ଅଭାବନୀୟ ଘଟଣା । ପାଇଖାନା ଟାଙ୍କି ସେଣ୍ଟ୍ରିଙ୍ଗ ଖୋଲିବା ସମୟରେ ଶ୍ୱାସରୁଦ୍ଧ ହୋଇ…

ମା’ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଆରମ୍ଭ: ପୂଜାର୍ଚ୍ଚନା କଲେ କେନ୍ଦ୍ରମନ୍ତ୍ରୀ

ତାଳଚେର,୩୧।୩(ମନୋଜ ନନ୍ଦ): ମଙ୍ଗଳବାର ଆରମ୍ଭ ହୋଇଛି ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ନବଦିନାତ୍ମକ ବାର୍ଷିକ ଯାତ୍ରା ଏବଂ ଲୋକ ମହୋତ୍ସବ। ଏନେଇ ଅଞ୍ଚଳ ଚଳଚଞ୍ଚଳ ହୋଇପଡିଛି।…

ଡାହାଣୀ ସନ୍ଦେହରେ ଯୁବକଙ୍କୁ ସଂଘବଦ୍ଧ ହତ୍ୟା, ୪ଜଣ…….

ସୁନ୍ଦରଗଡ,୩୧।୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ସଦର ଥାନା ଅନ୍ତର୍ଗତ ସାନ ପତ୍ରା ପାଲି କେନ୍ଦାମାଲରେ ଅଭାବନୀୟ ଘଟଣା । ମଙ୍ଗଳବାର ଦିନ ଡାହାଣୀ ସନ୍ଦେହରେ ଜଣଙ୍କୁ ସଙ୍ଘବଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri