ସତ ହେଲା ଭଉଣୀଭାଇଙ୍କ ସ୍ବପ୍ନ

ଅନୁଗୋଳ ଅଫିସ, ୧୫ା୧୧: ନହୁରାଣୀ ପୋଲ ଏବେ ଚଳଚଞ୍ଚଳ। ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ ହୋଇ ନ ଥିଲେ ମଧ୍ୟ ବ୍ରିଜ୍‌ ଦେଇ ଚଳାଚଳ କରୁଛି ଦୈନିକ ଶତାଧିକ ଗାଡ଼ି। ସମ୍ବଲପୁର ଜିଲା ନାକଟିଦେଉଳ ବ୍ଲକ ଅନ୍ତର୍ଗତ ବୁଢ଼ାନାଳୀ ଗ୍ରାମ ସହିତ ଅନୁଗୋଳ ଜିଲାର ଛେଣ୍ଡିପଦା ବ୍ଲକକୁ ଯାତାୟାତ ସୁଗମ ହୋଇଥିବାବେଳେ ଉଜାଗର ହୋଇଛି ଭଉଣୀ ଆଦ୍ୟାଶା ପ୍ରିୟଦର୍ଶନୀ ରାଉତ ଏବଂ ଭାଇ ଆୟୁଷ ରଞ୍ଜନଙ୍କ ପୋଲ ପାଇଁ ସଂଘର୍ଷର କାହାଣୀ। ଆଦ୍ୟାଶା, ଆୟୁଷଙ୍କ ନିରନ୍ତର ଉଦ୍ୟମ ଏବଂ ରାଜ୍ୟ ସରକାରଙ୍କ ସହାୟତାରେ ପୋଲ ନିର୍ମାଣ ବାସ୍ତବ ରୂପ ନେଇଥିବାବେଳେ ଭଉଣୀଭାଇଙ୍କ ପାଖକୁ ଛୁଟୁଛି ପ୍ରଶଂସାର ସୁଅ।
ସମ୍ବଲପୁର ଜିଲାର ନାକଟିଦେଉଳ ବ୍ଲକ ଅନ୍ତର୍ଗତ ବୁଢ଼ାନାଳୀ ଅଞ୍ଚଳବାସୀ ଜୀବନଜୀବିକା, ଶିକ୍ଷା, ସ୍ବାସ୍ଥ୍ୟ ଭଳି ମୌଳିକ ଆବଶ୍ୟକତା ପାଇଁ ଅନୁଗୋଳ ଜିଲାର ଛେଣ୍ଡିପଦା ବ୍ଲକ ଉପରେ ନିର୍ଭର କରିଥାଆନ୍ତି। ତେବେ ନହୁରାଣୀ ନାଳ ଉଭୟ ଅଞ୍ଚଳବାସୀଙ୍କ ମଧ୍ୟରେ ସାଜିଥିଲା ମୁଖ୍ୟ ପ୍ରତିବନ୍ଧକ। ବର୍ଷାଦିନେ ନାଳ ଫୁଲିରେ ଯାତାୟାତ ବିଚ୍ଛିନ୍ନ ହୋଇପଡୁଥିଲା। ଛେଣ୍ଡିପଦା ବ୍ଲକର ବିଦ୍ୟାଳୟରେ ପଢୁଥିବା ଆଦ୍ୟାଶା ଏବଂ ଆୟୁଷ ସମସ୍ୟାରେ ପଡୁଥିଲେ। ସମସ୍ୟା ସମ୍ପର୍କରେ ଦୁହେଁ ୨୦୧୩ରେ ପତ୍ର ମାଧ୍ୟମରେ ପ୍ରଥମେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ପୋଲ ନିର୍ମାଣ ପାଇଁ ପତ୍ର ଆସିଥିଲା। ଚିଠି ପାଇବା ପରେ ପ୍ରଶାସନ ତପତ୍ରତା ଦେଖାଇଥିଲା। ହେଲେ ସୀମା ବିବାଦ ଉପୁଜିବା ପରେ ପ୍ରସ୍ତାବିତ ପୋଲର ଭବିଷ୍ୟତ ଅନ୍ଧକାର ଆଡ଼କୁ ଠେଲି ହୋଇଯାଇଥିଲା। ପୋଲ ନିର୍ମାଣ ବିଳମ୍ବିତ ହେବା ପରେ ୨୦୧୪ ଅଗଷ୍ଟରେ ପୁନର୍ବାର ଦୁହେଁ ରାଜ୍ୟପାଳଙ୍କୁ ପତ୍ର ଦେଇଥିଲେ। ଉକ୍ତ ଚିଠିର ଉତ୍ତର ଆସିଥିଲେ ମଧ୍ୟ ପୂର୍ବ ବିବାଦ କାରଣରୁ ରାସ୍ତା କି ପୋଲ ନିର୍ମାଣ ହୋଇପାରି ନ ଥିଲା। ଏହାପରେ ସେମାନେ ଓଡ଼ିଶା ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ। ତଥାପି କୌଣସି ସୁଫଳ ମିଳି ନ ଥିଲା। ସବୁଆଡୁ ନିରାଶ ହେବା ପରେ ଆଦ୍ୟାଶା ଏବଂ ଆୟୁଷ ୨୦୧୬ ଜୁଲାଇରେ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ପତ୍ର ଲେଖ ଚର୍ଚ୍ଚାକୁ ଆସିଥିଲେ। ପୋଲ ନିର୍ମାଣ ନେଇ ପଦକ୍ଷେପ ନେବାକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଓଡ଼ିଶାର ତତ୍କାଳୀନ ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ଚିଠି ଆସିଥିଲା। ଆପୋସ ବୁଝାମଣା ମାଧ୍ୟମରେ ସମାଧାନର ସୂତ୍ର ବାହାର କରିବାକୁ ତତ୍କାଳୀନ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେବା ପରେ ଉଭୟ ପୋଲ ଏବଂ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଦୀର୍ଘ ୮ବର୍ଷର ସଂଘର୍ଷ ସଫଳ ରୂପ ନେଇଥିବାରୁ ଭଉଣୀଭାଇ ବେଶ୍‌ ଖୁସି ଅଛନ୍ତି। ଅନ୍ୟପଟେ ଖୁବ୍‌ଶୀଘ୍ର ବ୍ରିଜ୍‌ ଲୋକାର୍ପଣ ହେବ ବୋଲି ଜିଲା ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୋଟ ଗ୍ରହଣ ପରେ ସୁରକ୍ଷିତ ରହିବ ଇଭିଏମ୍‌

ଭୁବନେଶ୍ୱର,୭ା୩(ବ୍ୟୁରୋ): ରାଜ୍ୟର ପୌର ସଂସ୍ଥାଗୁଡ଼ିକରେ ହେବାକୁ ଥିବା ନିର୍ବାଚନର ଭୋଟଗ୍ରହଣ ପରେ ଇଭିଏମ୍‌ଗୁଡ଼ିକୁ ସୁରକ୍ଷିତ ରଖାଯିବ। ଏଥିଲାଗି ଷ୍ଟ୍ରଙ୍ଗରୁମ୍‌ ସ୍ଥାପନ, ନିର୍ବାଚନ ସମୟରେ ଓ ଭୋଟଗ୍ରହଣ...

ମାନସଙ୍କ ଚପଲ, ବ୍ଲୁଟୁଥ୍‌ ଚିହ୍ନିଲେ ପରିବାର ଲୋକେ

ଭୁବନେଶ୍ୱର,୪।୪(ବ୍ୟୁରୋ): ବହୁ ଚର୍ଚ୍ଚିିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ଟିମ୍‌ ମାନସଙ୍କ ଘରେ ପହଞ୍ଚି ତଦନ୍ତ କରିଛି । କ୍ରାଇମବ୍ରାଞ୍ଚର ୫ ଜଣିଆ...

ଅସନ୍ତୋଷ ଜାହିର କଲେ ବିରୋଧୀଦଳ

ଭୁବନେଶ୍ୱର,୧୩।୨(ବ୍ୟୁରୋ): ପୌର ନିର୍ବାଚନକୁ ନେଇ ରାଜଧାନୀରେ ରାଜନୈତିକ ଉଷ୍ମତା ବଢ଼ିବାରେ ଲାଗିଛି। ଏଥିପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଜୋର୍‌ଦାର ପ୍ରକ୍ରିୟା ଜାରି ରହିଥିବାବେଳେ...

ରାଜ୍ୟରେ ୫ରୁ ବଢିବ ବର୍ଷା

ଭୁବନେଶ୍ୱର,୩।୮(ବ୍ୟୁରୋ): ଦକ୍ଷିଣ ମୁହାଁ ମୌସୁମୀ ନିମ୍ନ ଚାପ ରେଖା, ହିମାଳୟ ପାଦ ଦେଶରୁ ସ୍ବାଭାବିକ ଅବସ୍ଥାନକୁ ଫେରୁଛି ମୌସୁମୀ। ୫ ତାରିଖ ବେଳକୁ ରାଜ୍ୟରେ ବର୍ଷାର...

ବିଧାନସଭାରେ ପଶିବାକୁ କନିଷ୍ଠ ଶିକ୍ଷକଙ୍କ ଉଦ୍ୟମ

ଭୁବନେଶ୍ୱର, ୧୬ା୧୧(ବ୍ୟୁରୋ): ବିଭିନ୍ନ ଦାବି ନେଇ କନିଷ୍ଠ ଶିକ୍ଷକମାନେ ୯ ତାରିଖରୁ ଲୋୟର ପିଏମ୍‌ଜିରେ ଧାରଣାରେ ବସିଛନ୍ତି। ଦୀର୍ଘଦିନ ଆମରଣ ଅନଶନରେ ବସିଥିଲେ ମଧ୍ୟ ସରକାରଙ୍କ...

୧ଲକ୍ଷ ପରିବାରକୁ ମିଳିବ ଭୂମି ଅଧିକାର ପ୍ରମାଣପତ୍ର

ଭୁବନେଶ୍ୱର, ୧୫।୧୧ (ବ୍ୟୁରୋ):ଓଡ଼ିଶା ସରକାରଙ୍କର ଫ୍ଲାଗ୍‌ସିପ୍‌ କାର୍ଯ୍ୟକ୍ରମ ଜାଗା ମିଶନ୍‌ ଅଧୀନରେ ହିତାଧିକାରୀଙ୍କୁ ରାଜ୍ୟର ବିଭିନ୍ନ ମହାନଗର ନିଗମ ତଥା ସହରାଞ୍ଚଳରେ ଭୂମି ଅଧିକାର ପ୍ରମାଣପତ୍ର...

ଓପିଜିସି ପ୍ରକଳ୍ପରେ ଦୁର୍ଘଟଣା ଘଟଣା: ଚିକିତ୍ସାଧିନ ଅବସ୍ଥାରେ ଆଖି ବୁଜିଲେ ଗଞ୍ଜାମର ଠିକା ଶ୍ରମିକ, କ୍ଷତିପୂରଣ ଦାବି

ଲଖନପୁର,୧୮।୯(ଡି.ଏନ୍‌.ଏ.)- ଓଡ଼ିଶା ବିଦ୍ୟୁତ ଉପ୍ତାଦନ ନିଗମ(ଓପିଜିସି)ର ବନହରପାଲିସ୍ଥିତ ଇବ ତାପଜ ବିଦ୍ୟୁତ୍‌ କେନ୍ଦ୍ରର ୩ୟ ୟୁନିଟ ଇଏସ୍‌ପି ହପର୍‌ ଖସି ପଡିବା ଫଳରେ ଗରମ ପାଉଁଶ...

ଯୌତୁକ ପାଇଁ ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ: ସ୍ବାମୀ, ଶାଶୁ-ଶ୍ୱଶୁର ଫେରାର

ଦିଗପହଣ୍ଡି,୧୨ା୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗଡ଼ସାମନ୍ତରାପୁର ଗ୍ରାମର ମାମି ଗୌଡ଼ଙ୍କୁ ତାଙ୍କ ସ୍ବାମୀ, ଶାଶୁ ଓ ଶ୍ୱଶୁର ଯୌତୁକ ପାଇଁ ହତ୍ୟା ଉଦ୍ୟମ କରିଥିବା...

Advertisement
Archives

Model This Week