ସତ ହେଲା ଭଉଣୀଭାଇଙ୍କ ସ୍ବପ୍ନ

ଅନୁଗୋଳ ଅଫିସ, ୧୫ା୧୧: ନହୁରାଣୀ ପୋଲ ଏବେ ଚଳଚଞ୍ଚଳ। ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ ହୋଇ ନ ଥିଲେ ମଧ୍ୟ ବ୍ରିଜ୍‌ ଦେଇ ଚଳାଚଳ କରୁଛି ଦୈନିକ ଶତାଧିକ ଗାଡ଼ି। ସମ୍ବଲପୁର ଜିଲା ନାକଟିଦେଉଳ ବ୍ଲକ ଅନ୍ତର୍ଗତ ବୁଢ଼ାନାଳୀ ଗ୍ରାମ ସହିତ ଅନୁଗୋଳ ଜିଲାର ଛେଣ୍ଡିପଦା ବ୍ଲକକୁ ଯାତାୟାତ ସୁଗମ ହୋଇଥିବାବେଳେ ଉଜାଗର ହୋଇଛି ଭଉଣୀ ଆଦ୍ୟାଶା ପ୍ରିୟଦର୍ଶନୀ ରାଉତ ଏବଂ ଭାଇ ଆୟୁଷ ରଞ୍ଜନଙ୍କ ପୋଲ ପାଇଁ ସଂଘର୍ଷର କାହାଣୀ। ଆଦ୍ୟାଶା, ଆୟୁଷଙ୍କ ନିରନ୍ତର ଉଦ୍ୟମ ଏବଂ ରାଜ୍ୟ ସରକାରଙ୍କ ସହାୟତାରେ ପୋଲ ନିର୍ମାଣ ବାସ୍ତବ ରୂପ ନେଇଥିବାବେଳେ ଭଉଣୀଭାଇଙ୍କ ପାଖକୁ ଛୁଟୁଛି ପ୍ରଶଂସାର ସୁଅ।
ସମ୍ବଲପୁର ଜିଲାର ନାକଟିଦେଉଳ ବ୍ଲକ ଅନ୍ତର୍ଗତ ବୁଢ଼ାନାଳୀ ଅଞ୍ଚଳବାସୀ ଜୀବନଜୀବିକା, ଶିକ୍ଷା, ସ୍ବାସ୍ଥ୍ୟ ଭଳି ମୌଳିକ ଆବଶ୍ୟକତା ପାଇଁ ଅନୁଗୋଳ ଜିଲାର ଛେଣ୍ଡିପଦା ବ୍ଲକ ଉପରେ ନିର୍ଭର କରିଥାଆନ୍ତି। ତେବେ ନହୁରାଣୀ ନାଳ ଉଭୟ ଅଞ୍ଚଳବାସୀଙ୍କ ମଧ୍ୟରେ ସାଜିଥିଲା ମୁଖ୍ୟ ପ୍ରତିବନ୍ଧକ। ବର୍ଷାଦିନେ ନାଳ ଫୁଲିରେ ଯାତାୟାତ ବିଚ୍ଛିନ୍ନ ହୋଇପଡୁଥିଲା। ଛେଣ୍ଡିପଦା ବ୍ଲକର ବିଦ୍ୟାଳୟରେ ପଢୁଥିବା ଆଦ୍ୟାଶା ଏବଂ ଆୟୁଷ ସମସ୍ୟାରେ ପଡୁଥିଲେ। ସମସ୍ୟା ସମ୍ପର୍କରେ ଦୁହେଁ ୨୦୧୩ରେ ପତ୍ର ମାଧ୍ୟମରେ ପ୍ରଥମେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ପୋଲ ନିର୍ମାଣ ପାଇଁ ପତ୍ର ଆସିଥିଲା। ଚିଠି ପାଇବା ପରେ ପ୍ରଶାସନ ତପତ୍ରତା ଦେଖାଇଥିଲା। ହେଲେ ସୀମା ବିବାଦ ଉପୁଜିବା ପରେ ପ୍ରସ୍ତାବିତ ପୋଲର ଭବିଷ୍ୟତ ଅନ୍ଧକାର ଆଡ଼କୁ ଠେଲି ହୋଇଯାଇଥିଲା। ପୋଲ ନିର୍ମାଣ ବିଳମ୍ବିତ ହେବା ପରେ ୨୦୧୪ ଅଗଷ୍ଟରେ ପୁନର୍ବାର ଦୁହେଁ ରାଜ୍ୟପାଳଙ୍କୁ ପତ୍ର ଦେଇଥିଲେ। ଉକ୍ତ ଚିଠିର ଉତ୍ତର ଆସିଥିଲେ ମଧ୍ୟ ପୂର୍ବ ବିବାଦ କାରଣରୁ ରାସ୍ତା କି ପୋଲ ନିର୍ମାଣ ହୋଇପାରି ନ ଥିଲା। ଏହାପରେ ସେମାନେ ଓଡ଼ିଶା ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ। ତଥାପି କୌଣସି ସୁଫଳ ମିଳି ନ ଥିଲା। ସବୁଆଡୁ ନିରାଶ ହେବା ପରେ ଆଦ୍ୟାଶା ଏବଂ ଆୟୁଷ ୨୦୧୬ ଜୁଲାଇରେ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ପତ୍ର ଲେଖ ଚର୍ଚ୍ଚାକୁ ଆସିଥିଲେ। ପୋଲ ନିର୍ମାଣ ନେଇ ପଦକ୍ଷେପ ନେବାକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଓଡ଼ିଶାର ତତ୍କାଳୀନ ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ଚିଠି ଆସିଥିଲା। ଆପୋସ ବୁଝାମଣା ମାଧ୍ୟମରେ ସମାଧାନର ସୂତ୍ର ବାହାର କରିବାକୁ ତତ୍କାଳୀନ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେବା ପରେ ଉଭୟ ପୋଲ ଏବଂ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଦୀର୍ଘ ୮ବର୍ଷର ସଂଘର୍ଷ ସଫଳ ରୂପ ନେଇଥିବାରୁ ଭଉଣୀଭାଇ ବେଶ୍‌ ଖୁସି ଅଛନ୍ତି। ଅନ୍ୟପଟେ ଖୁବ୍‌ଶୀଘ୍ର ବ୍ରିଜ୍‌ ଲୋକାର୍ପଣ ହେବ ବୋଲି ଜିଲା ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍କଳ ଗୌରବ ମଧୁସୂଦନ ଦାସ ଉଚ୍ଚ ବିଦ୍ୟାଳୟରେ ଫରଫର ଉଡ଼ିଲା ତ୍ରିରଙ୍ଗା, ଦେଶପ୍ରେମୀଙ୍କ ବଳିଦାନ ପାଇଁ ଆଜି…

ଦାରିଙ୍ଗବାଡ଼ି,୧୫ା୮(ଅରୁଣ ସାହୁ): ଦେଶ ଆଜି ପାଳୁଛି ୮୦ତମ ସ୍ବାଧୀନତା ଦିବସ। ଏଥିପାଇଁ ପଲ୍ଲୀଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଉତ୍ସବ ମୁଖର ହୋଇପଡ଼ିଛି। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି…

ଯୁବଗୋଷ୍ଠୀ ହିଁ ଆମ ରାଷ୍ଟ୍ରର ମହାନ ଶକ୍ତି: ଉପମୁଖ୍ୟମନ୍ତ୍ରୀ

ସୁନ୍ଦରଗଡ,୧୫।୮(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଜିଲା ସଦରମହଟୁମାରେ ୮୦ତମ ସ୍ବାଧୀନତା ଦିବସ ସମାରୋହ ହର୍ଷଉଲ୍ଲାସ ମଧ୍ୟରେ ପାଳିତ ହୋଇଯାଇଛି। ସୁନ୍ଦରଗଡ ସରକାରୀ ମହାବିଦ୍ୟାଳୟ ସମ୍ମୁଖ ଯାତରା ପଡିଆଠାରେ…

ବିଭିନ୍ନ ସ୍ଥାନରେ ସ୍ବାଧୀନତା ଦିବସ ପାଳିତ: କୃତୀ ପ୍ରତିଯୋଗୀ ପୁରସ୍କୃତ

ଭଞ୍ଜନଗର, ୧୫।୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡ଼ିଆରେ ଶନିବାର ଉପଖଣ୍ଡସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଭଞ୍ଜନଗର ଉପଜିଲାପାଳ ଉମାଶଙ୍କର ବେହେରା…

ହର୍ମୁଜରେ ୟୁଏଇର ୨ ଟ୍ୟାଙ୍କର ଉପରେ ଆକ୍ରମଣ

ଦୁବାଇ, ୧୫।୮: ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ୟୁଏଇର ଦୁଇଟି ତେଲ ଟ୍ୟାଙ୍କର ଉପରେ ଡ୍ରୋନ ଆକ୍ରମଣ ହୋଇଛି। ଏହି ଆକ୍ରମଣ ପାଇଁ ସଂଯୁକ୍ତ ଆରବ ଏମିରେଟ୍ସ…

ଲାଲକିଲ୍ଲାରେ ସମ୍ବୋଧନ ପରେ ପିଲାମାନଙ୍କ ଗହଣରେ ନିଜକୁ ହଜାଇ ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୫।୮: ଦେଶ ଆଜି ତା’ର 80ତମ ସ୍ବାଧୀନତା ଦିବସ ପାଳନ କରୁଛି। ପ୍ରଧାନମନ୍ତ୍ରୀ ମୋଦି ଲାଲକିଲ୍ଲାରୁ ଲଗାତାର 13ତମ ଥର ପାଇଁ ତ୍ରିରଙ୍ଗା ଉତ୍ତୋଳନ କରିଛନ୍ତି। ଲାଲକିଲ୍ଲାର…

ତ୍ରିରଙ୍ଗା ଉଡ଼ାଇଲେ ମୁଖ୍ୟମନ୍ତ୍ରୀ: କହିଲେ, ମୋଦିଙ୍କ ହାତରେ ଦେଶ ଆଜି ସୁରକ୍ଷିତ

ଭୁବନେଶ୍ୱର,୧୫।୮: ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ୮୦ତମ ସ୍ବାଧୀନତା ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଜାତୀୟ ପତାକା ଉତ୍ତୋଳନ କକରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ…

Video: ଇଣ୍ଡୋନେସିଆରେ ଭୂକମ୍ପର ଶକ୍ତ ଝଟକା, ସୁନାମି ଆଲର୍ଟ

ଜାକର୍ତ୍ତା,୧୫।୮: ଶନିବାର ସକାଳେ ଇଣ୍ଡୋନେସିଆର ପୂର୍ବ ଭାଗରେ ଏକ ଶକ୍ତିଶାଳୀ ଭୂମିକମ୍ପ ହୋଇଥିଲା। ଫ୍ଲୋରେସ ଦ୍ୱୀପ ନିକଟରେ ୭.୭ ତୀବ୍ରତାର ଭୂମିକମ୍ପ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି…

ସରକାରୀ ପୋଲ ପୋତି ଦେବାରୁ ରାସ୍ତାରେ ଜମୁଛି ପାଣି: ବିପଦ ଆଶଙ୍କା

କେସିଙ୍ଗା, ୧୫/୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ତାଲଭଅଁରା ସାହାଜପାଟି ଗ୍ରାମ ନିକଟ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କରେ ଥିବା ସରକାରୀ ପୋଲକୁ ମାଟି ପକାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri