ଘରୋଇ ପୁଞ୍ଜିବଜାର ସବୁଠୁ ମହଙ୍ଗା

ମୁମ୍ବାଇ,୧୪।୧: ବିକଶିତ ବଜାର ମଧ୍ୟରେ ଆମେରିକା ଶେୟାର ବଜାର ବର୍ତ୍ତମାନ ସବୁଠାରୁ ଭଲ କାରବାର କରୁଛି। ସେହିଭଳି ଅଭିବୃଦ୍ଧିଶୀଳ ବଜାରଗୁଡିକର କଥା ବିଚାରକୁ ନେଲେ ଭାରତ ସବୁଠାରୁ ଆଗରେ ରହିଛି। ବିକାଶଶୀଳ ବଜାରଗୁଡିକ ମଧ୍ୟରେ ଭାରତୀୟ ଶେୟାର ବଜାର ସବୁଠୁ ମହଙ୍ଗା ବୋଲି ଏକ ରିପୋର୍ଟରେ ପ୍ରକାଶ ପାଇଛି। ଏହି ବଜାରଗୁଡ଼ିକରେ ଅଧିକ ରିଟର୍ନ ମିଳିବା ଆଶା କମ୍‌ ରହିଛି। ନିବେଶ ଉପରେ ନିବେଶକ ଘାଟା ସହିବାର ଆଶଙ୍କା ମଧ୍ୟ ରହିଛି। ଭାରତର ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ ନିଫ୍ଟି ବର୍ତ୍ତମାନ ୨୮.୯୬ର ଫର୍‌ଓ୍ବାର୍ଡ ପିଇ ଉପରେ କାରବାର କରୁଛି। ଫରଓ୍ବାର୍ଡ ପିଇର ଅର୍ଥ ହେଲା ଏହା ଯେତେ ମହଙ୍ଗା ହେବ ବଜାର ସେତେ ମହଙ୍ଗା ହେବ। ଏହାକୁ ପ୍ରାଇସ ଟୁ ଆର୍ନିଂ ବୋଲି କୁହାଯାଇଥାଏ। ଅର୍ଥାତ୍‌ ଶେୟାର ମୂଲ୍ୟ ଏବଂ ଶେୟାର ପିଛା ହେଉଥିବା ହାରାହାରି ଆୟକୁ ଏଥିରେ ବିଚାର କରାଯାଇଥାଏ। ନିଫ୍ଟିର ହାରାହାରି ୫ ବର୍ଷର କାରବାରକୁ ବିଚାରକୁ ନେଲେ ଏହା ୪୮.୫୭% ପ୍ରିମିୟମ (ଅଧିକ ମୂଲ୍ୟ ପ୍ରଦାନ କରି) ଉପରେ କାରବାର କରୁଛି।
ଦ୍ୱିତୀୟ ଥର ଲାଗି ନିଫ୍ଟି ଏଭଳି ମହଙ୍ଗା ହୋଇଛି। ଯେତେବେଳେ ବଜାରରେ କୌଣସି ବଡ ଧରଣର ହ୍ରାସ ଦେଖାଦିଏ ସେତେବେଳେ ଏହା ଏକ ନୂଆ ଉଚ୍ଚ ସ୍ତର ହାସଲ କରିନିଏ। ୨୦୦୮ର ବିଶ୍ୱ ମାନ୍ଦାବସ୍ଥା ଯୋଗୁ ବଜାରରେ ବଡ ଧରଣର ହ୍ରାସ ପରିଲକ୍ଷିତ ହୋଇଥିଲା। ୨୦୦୮ ଜାନୁୟାରୀରୁ ଅକ୍ଟୋବର ମଧ୍ୟରେ ସୂଚକାଙ୍କ ପ୍ରାୟ ୬୦% ଖସିଥିଲା। ୨୦୦୮ର ଆରମ୍ଭରେ ନିଫ୍ଟି ଏହାର ହାରାହାରି ୫ ବର୍ଷର ପିଇର ୪୦% ସ୍ତରରେ କାରବାର କରୁଥିଲା। ଅଭିବୃଦ୍ଧିଶୀଳ ବଜାର ମଧ୍ୟରେ ଥାଇଲାଣ୍ଡ ବର୍ତ୍ତମାନ ୨୦.୩୧% ଫରଓ୍ବାର୍ଡ ପିଇରେ କାରବାର କରୁଛି। ୫ ବର୍ଷରେ ଏହାର ହାରାହାରି ପ୍ରିମିୟମ ୨୨.୪୭% ରହିଛି। ବିକଶିତ ବଜାର ମଧ୍ୟରେ ଆମେରିକାର ନାସ୍‌ଦାକ ୩୩.୮୮ ପିଇରେ କାରବାର କରୁଛି। ୫ ବର୍ଷରେ ଏହାର ହାରାହାରି ପ୍ରିମିୟମ ୩୬.୯୮% ରହିଛି। ଜାପାନର ନିକେଇ ୨୪.୯୬ ଫର୍‌ଓ୍ବାର୍ଡ ପିଇ ସ୍ତରରେ ରହିଥିବା ବେଳେ ୫ ବର୍ଷର ହାରାହାରି ପ୍ରିମିୟମ ୪୨.୧୯% ରହିଛି।
ବଜାର ମହଙ୍ଗା ହୋଇଥିଲେ ମଧ୍ୟ ଶେୟାର ବିକି ବଜାର ଛାଡିବାର ଏହା ସମୟ ନୁହେଁ ବୋଲି ବିଶେଷଜ୍ଞ କୁହନ୍ତି। ଅଧିକ ଭାଲ୍ୟୁଏଶନ ଏକ ଚିନ୍ତାର ବିଷୟ ହୋଇଥାଏ। ମାତ୍ର ନିବେଶକ କେବଳ ଭାଲ୍ୟୁଶନ ଆଧାର ଉପରେ ମାର୍କେଟ ଟାଇମିଂର ଆକଳନ କରିପାରିବେ ନାହିଁ। ନିଫ୍ଟିର ୧୮ ପ୍ରମୁଖ ଶେୟାର ୫ ବର୍ଷର ହାରାହାରି ଭାଲ୍ୟୁଏଶନ ତୁଳନାରେ ୪୦% ଅଧିକ ପ୍ରିମିୟମରେ କାରବାର କରୁଛନ୍ତି। ଏହା ମଧ୍ୟରେ ରିଲାଏନ୍ସ, ଟିସିଏସ୍‌, ଏଚ୍‌ସିଏଲ୍‌ ଟେକ୍ନୋଲୋଜି ଏବଂ ଏଚ୍‌ଡିଏଫ୍‌ସି ଭଳି କମ୍ପାନୀ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ; ୧୩୦୦୦ କମିଲା….

ନୂଆଦିଲ୍ଲୀ,୨।୪: ଆଜି ସୁନା ଏବଂ ରୂପା ବଜାରରେ ଏକ ବଡ଼ ହ୍ରାସ ଦେଖିବାକୁ ମିଳିଛି । ଯାହା ନିବେଶକ ଏବଂ କ୍ରେତା ଉଭୟଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି…

ଓରାକଲ୍‌ରୁ ଆମାଜନ୍‌ ଯାଏ ଛଟେଇ: ନିଯୁକ୍ତି ହରାଇଲେଣି ୧୨୦୦୦ ଭାରତୀୟ

ନୂଆଦିଲ୍ଲୀ , ୨ା୪:ଆଇଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ପେସାଦାରଙ୍କ ପାଇଁ ଏବେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବର୍ତ୍ତମାନ…

ସାବଧାନ! ୧ ଏପ୍ରିଲରୁ ବଦଳିଲା UPIର ପ୍ରକ୍ରିୟା, ପେମେଣ୍ଟ ଉପରେ ଲାଗିଲା…

ନୂଆଦିଲ୍ଲୀ,୧।୪: ଯଦି ଆପଣ ଚା ଦୋକାନ ଠାରୁ ଆରମ୍ଭ କରି ସପିଂ ମଲ ପର୍ଯ୍ୟନ୍ତ ସବୁଠି ପେମେଣ୍ଟ ପାଇଁ PhonePe, Google Pay, କିମ୍ବା Paytm ଭଳି…

ମାସରେ ୩୦ ଦିନରୁ ୧୪ ଦିନ ବ୍ୟାଙ୍କ୍ ସେବା ବନ୍ଦ; ଜାଣି ନିଅନ୍ତୁ କେମିତି କରିବେ ଟଙ୍କା ଜମା..

ନୂଆଦିଲ୍ଲୀ,୩୧।୩: ଯଦି ଆପଣଙ୍କର ବ୍ୟାଙ୍କ କାମ ବାକି ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସମାପ୍ତ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅପେକ୍ଷା କରନ୍ତୁନାହିଁ! ଏପ୍ରିଲ…

୧ ଏପ୍ରିଲରୁ ATM ରୁ ଟଙ୍କା ଉଠାଇବା ହେବ ମହଙ୍ଗା! HDFC ରୁ PNB ପର୍ଯ୍ୟନ୍ତ…

ନୂଆଦିଲ୍ଲୀ,୩୧।୩: ୧ ଏପ୍ରିଲ, ୨୦୨୬ ଠାରୁ, HDFC ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏବଂ ବନ୍ଧନ ବ୍ୟାଙ୍କ ସେମାନଙ୍କର ATM ନିୟମରେ ପରିବର୍ତ୍ତନ କରିବେ। ଏଥିରେ ମାଗଣା…

ଆଜି ରାତି ୧୨ଟା ସୁଦ୍ଧା ଶେଷ କରନ୍ତୁ ଏହି ୩ କାମ, ନଚେତ୍‌ ଆସନ୍ତାକାଲିଠୁ ବନ୍ଦ ହୋଇଯିବ ଆପଣଙ୍କର…

ନୂଆଦିଲ୍ଲୀ,୩୧।୩: ଆଜି ମାର୍ଚ୍ଚ ୩୧, ୨୦୨୬ ଆର୍ଥିକ ବର୍ଷର ଶେଷ ଦିନ। ଯଦି ଆପଣଙ୍କର ଏକ ବ୍ୟାଙ୍କ ଆକାଉଣ୍ଟ ଅଛି କିମ୍ବା ଆପଣ ଷ୍ଟକ ବଜାରରେ ନିବେଶ…

ହର୍ମୁଜ ଶକ୍ତି ସଙ୍କଟ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ସରକାର: ଏବେ ଗହମ-ଚାଉଳ ସହିତ ମିଳିବ…

ନୂଆଦିଲ୍ଲୀ,୩୦।୩: ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ଆକ୍ରମଣ ପରେ, ଇରାନ ହର୍ମୁଜ ପ୍ରଣାଳୀକୁ ବନ୍ଦ କରିଦେଇଛି। ଏହା ଭାରତ ସମେତ ବିଶ୍ୱକୁ ଶକ୍ତି ଯୋଗାଣକୁ ପ୍ରଭାବିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri