ଘରୋଇ ପୁଞ୍ଜିବଜାର ସବୁଠୁ ମହଙ୍ଗା

ମୁମ୍ବାଇ,୧୪।୧: ବିକଶିତ ବଜାର ମଧ୍ୟରେ ଆମେରିକା ଶେୟାର ବଜାର ବର୍ତ୍ତମାନ ସବୁଠାରୁ ଭଲ କାରବାର କରୁଛି। ସେହିଭଳି ଅଭିବୃଦ୍ଧିଶୀଳ ବଜାରଗୁଡିକର କଥା ବିଚାରକୁ ନେଲେ ଭାରତ ସବୁଠାରୁ ଆଗରେ ରହିଛି। ବିକାଶଶୀଳ ବଜାରଗୁଡିକ ମଧ୍ୟରେ ଭାରତୀୟ ଶେୟାର ବଜାର ସବୁଠୁ ମହଙ୍ଗା ବୋଲି ଏକ ରିପୋର୍ଟରେ ପ୍ରକାଶ ପାଇଛି। ଏହି ବଜାରଗୁଡ଼ିକରେ ଅଧିକ ରିଟର୍ନ ମିଳିବା ଆଶା କମ୍‌ ରହିଛି। ନିବେଶ ଉପରେ ନିବେଶକ ଘାଟା ସହିବାର ଆଶଙ୍କା ମଧ୍ୟ ରହିଛି। ଭାରତର ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ ନିଫ୍ଟି ବର୍ତ୍ତମାନ ୨୮.୯୬ର ଫର୍‌ଓ୍ବାର୍ଡ ପିଇ ଉପରେ କାରବାର କରୁଛି। ଫରଓ୍ବାର୍ଡ ପିଇର ଅର୍ଥ ହେଲା ଏହା ଯେତେ ମହଙ୍ଗା ହେବ ବଜାର ସେତେ ମହଙ୍ଗା ହେବ। ଏହାକୁ ପ୍ରାଇସ ଟୁ ଆର୍ନିଂ ବୋଲି କୁହାଯାଇଥାଏ। ଅର୍ଥାତ୍‌ ଶେୟାର ମୂଲ୍ୟ ଏବଂ ଶେୟାର ପିଛା ହେଉଥିବା ହାରାହାରି ଆୟକୁ ଏଥିରେ ବିଚାର କରାଯାଇଥାଏ। ନିଫ୍ଟିର ହାରାହାରି ୫ ବର୍ଷର କାରବାରକୁ ବିଚାରକୁ ନେଲେ ଏହା ୪୮.୫୭% ପ୍ରିମିୟମ (ଅଧିକ ମୂଲ୍ୟ ପ୍ରଦାନ କରି) ଉପରେ କାରବାର କରୁଛି।
ଦ୍ୱିତୀୟ ଥର ଲାଗି ନିଫ୍ଟି ଏଭଳି ମହଙ୍ଗା ହୋଇଛି। ଯେତେବେଳେ ବଜାରରେ କୌଣସି ବଡ ଧରଣର ହ୍ରାସ ଦେଖାଦିଏ ସେତେବେଳେ ଏହା ଏକ ନୂଆ ଉଚ୍ଚ ସ୍ତର ହାସଲ କରିନିଏ। ୨୦୦୮ର ବିଶ୍ୱ ମାନ୍ଦାବସ୍ଥା ଯୋଗୁ ବଜାରରେ ବଡ ଧରଣର ହ୍ରାସ ପରିଲକ୍ଷିତ ହୋଇଥିଲା। ୨୦୦୮ ଜାନୁୟାରୀରୁ ଅକ୍ଟୋବର ମଧ୍ୟରେ ସୂଚକାଙ୍କ ପ୍ରାୟ ୬୦% ଖସିଥିଲା। ୨୦୦୮ର ଆରମ୍ଭରେ ନିଫ୍ଟି ଏହାର ହାରାହାରି ୫ ବର୍ଷର ପିଇର ୪୦% ସ୍ତରରେ କାରବାର କରୁଥିଲା। ଅଭିବୃଦ୍ଧିଶୀଳ ବଜାର ମଧ୍ୟରେ ଥାଇଲାଣ୍ଡ ବର୍ତ୍ତମାନ ୨୦.୩୧% ଫରଓ୍ବାର୍ଡ ପିଇରେ କାରବାର କରୁଛି। ୫ ବର୍ଷରେ ଏହାର ହାରାହାରି ପ୍ରିମିୟମ ୨୨.୪୭% ରହିଛି। ବିକଶିତ ବଜାର ମଧ୍ୟରେ ଆମେରିକାର ନାସ୍‌ଦାକ ୩୩.୮୮ ପିଇରେ କାରବାର କରୁଛି। ୫ ବର୍ଷରେ ଏହାର ହାରାହାରି ପ୍ରିମିୟମ ୩୬.୯୮% ରହିଛି। ଜାପାନର ନିକେଇ ୨୪.୯୬ ଫର୍‌ଓ୍ବାର୍ଡ ପିଇ ସ୍ତରରେ ରହିଥିବା ବେଳେ ୫ ବର୍ଷର ହାରାହାରି ପ୍ରିମିୟମ ୪୨.୧୯% ରହିଛି।
ବଜାର ମହଙ୍ଗା ହୋଇଥିଲେ ମଧ୍ୟ ଶେୟାର ବିକି ବଜାର ଛାଡିବାର ଏହା ସମୟ ନୁହେଁ ବୋଲି ବିଶେଷଜ୍ଞ କୁହନ୍ତି। ଅଧିକ ଭାଲ୍ୟୁଏଶନ ଏକ ଚିନ୍ତାର ବିଷୟ ହୋଇଥାଏ। ମାତ୍ର ନିବେଶକ କେବଳ ଭାଲ୍ୟୁଶନ ଆଧାର ଉପରେ ମାର୍କେଟ ଟାଇମିଂର ଆକଳନ କରିପାରିବେ ନାହିଁ। ନିଫ୍ଟିର ୧୮ ପ୍ରମୁଖ ଶେୟାର ୫ ବର୍ଷର ହାରାହାରି ଭାଲ୍ୟୁଏଶନ ତୁଳନାରେ ୪୦% ଅଧିକ ପ୍ରିମିୟମରେ କାରବାର କରୁଛନ୍ତି। ଏହା ମଧ୍ୟରେ ରିଲାଏନ୍ସ, ଟିସିଏସ୍‌, ଏଚ୍‌ସିଏଲ୍‌ ଟେକ୍ନୋଲୋଜି ଏବଂ ଏଚ୍‌ଡିଏଫ୍‌ସି ଭଳି କମ୍ପାନୀ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାମ୍‌ସଙ୍ଗ୍‌ର ଗ୍ୟାଲାକ୍ସି ‘ଏ’ ସିରିଜ୍‌ ଶୁଭାରମ୍ଭ

ନୂଆଦିଲ୍ଲୀ,୩।୨: ଦେଶର ସର୍ବବୃହତ୍‌ ଉପଭୋକ୍ତା ଇଲେକ୍‌ଟ୍ରୋନିକ୍ସ ବ୍ରାଣ୍ଡ୍‌ ସାମ୍‌ସଙ୍ଗ୍‌ର ନୂଆ ଗ୍ୟାଲାକ୍ସି ଏ୧୪ ୫ଜି ଓ ଗ୍ୟାଲାକ୍ସି ଏ୨୩ ୫ଜି’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି।...

ଛୋଟ ସହରରେ ଚାଲିବ ମେଟ୍ରୋଲାଇଟ୍‌ ଟ୍ରେନ୍‌

ନୂଆଦିଲ୍ଲୀ,୨୨ା୭: ମେଟ୍ରୋ ଟ୍ରେନ ପ୍ରଚଳନର ସଫଳତାକୁ ଦୃଷ୍ଟିରେ ରଖି ଛୋଟ ସହରରେ ଅର୍ବାନ୍‌ ରେଲ୍‌ ଟ୍ରାଞ୍ଜିଟ୍‌ ସିଷ୍ଟମ ‘ମେଟ୍ରୋଲାଇଟ୍‌’ ଟ୍ରେନ ଚଳାଇବାକୁ କେନ୍ଦ୍ର ସରକାର ପ୍ରସ୍ତାବ ଦେଇଛନ୍ତି।...

ଋଣ ଅଭିବୃଦ୍ଧି ଉପରେ ଫୋକସ କରିବେ ବ୍ୟାଙ୍କ

ଭୁବନେଶ୍ୱର, ୨୩-୮(ବ୍ୟୁରୋ): ଆଗାମୀ ୫ ବର୍ଷରେ ଦେଶର ଅର୍ଥନୀତିକୁ ୫ ଟ୍ରିଲିୟନ ଡଲାରରେ ପହଞ୍ଚାଇବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଏ ଦିଗରେ ବ୍ୟାଙ୍କଗୁଡିକ ପ୍ରମୁଖ ଭୂମିକା...

ଜିଏସ୍‌ଟି ଋଣ ଭାର ରାଜ୍ୟ ଉପରେ ଲଦିବା କେନ୍ଦ୍ରର ବର୍ବରତା ହେବ: ପଶ୍ଚିମବଙ୍ଗ ଅର୍ଥମନ୍ତ୍ରୀ

କୋଲକାତା,୩୧।୮: କୋଭିଡ୍‌-୧୯ ଯୋଗୁ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି)ସଂଗ୍ରହ ଅଢ଼େଇ ଲକ୍ଷ କୋଟି କମିବ। ଅପରପକ୍ଷରେ ରାଜ୍ୟଗୁଡିକ କ୍ଷତିପୂରଣ ଦେବା ଲାଗି ୩ ଲକ୍ଷ...

ଧିମେଇବ ଅର୍ଥ ବ୍ୟବସ୍ଥା

ନୂଆଦିଲ୍ଲୀ୨୮। ୩: କରୋନା ପ୍ରଭାବକୁ କମାଇବା ଲାଗି ସରକାର ଦେଶରେ ୨୧ ଦିନିଆ ଲକ୍‌ଡାଉନ ଘୋଷଣା କରିଛନ୍ତି। ଏହି ସମୟରେ ଦେଶର ଆର୍ଥିକ କାର୍ଯ୍ୟକଳାପ ଗଭୀର...

ଜିଓ’ରୁ ନିବେଶ କରିବେ ମାଇକ୍ରୋସଫ୍ଟ, ମୁବାଡାଲ

ମୁମ୍ବାଇ,୨୯।୫: ପ୍ରମୁଖ ବାଣିଜି୍ୟକ ଗ୍ରୁପ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ(ରିଲ୍‌)ର ରିଲାଏନ୍ସ ଜିଓ ଡିଜିଟାଲ ପ୍ଲାଟଫର୍ମରେ ଆବୁଧାବିର ପ୍ରମୁଖ ଅର୍ଥ ନିବେଶକାରୀ ସଂସ୍ଥା ମୁବାଡାଲ ୧ବିଲିୟନ ଓ...

ବଢ଼ିଲା ରପ୍ତାନି

ନୂଆଦିଲ୍ଲୀ: ଚଳିତବର୍ଷ ଏପ୍ରିଲରେ ଦେଶ ମଧ୍ୟରୁ ରପ୍ତାନି ପ୍ରାୟ ୩ ଗୁଣ ବୃଦ୍ଧିପାଇ ୩୦.୨୧ ବିଲିୟନ ଛୁଇଁଛି। ଇଞ୍ଜିନିୟରିଂ, ଜେମ୍ସ ଆଣ୍ଡ ଜୁଏଲେରି, ପେଟ୍ରୋକେମିକାଲ ପ୍ରଡକ୍ଟରେ...

ଇନ୍‌ଷ୍ଟାଗ୍ରାମ ପରେ ଏବେ ସ୍ନାପ୍‌ଚାର୍ଟ ଆଣିଲା ଟିକ୍‌ଟକ୍‌ ଭଳି ଫିଚର; ଏଭଳି କରିବ କାମ

ନୂଆଦିଲ୍ଲୀ,୧୫।୭: ଭାରତରେ ଟିକ୍‌ଟକ୍‌ ବ୍ୟାନ୍‌ ହୋଇଛି। ଏହାକୁ ନେଇ ଏବେ ଲଗାତାର ଭାବେ ଟିକ୍‌ଟକ୍‌ ଭଳି ସୁବିଧା ଥିବା ଆପ୍‌କୁ ଲଞ୍ଚ କରାଯାଉଛି। ଏହି ରେସ୍‌ରେ...

Advertisement
Archives

Model This Week