ନିଆଁ ଲାଗି ମସ୍‌ଜିଦ ଗମ୍ବୁଜ ଭୁଶୁଡ଼ିଲା

ଜାକର୍ତ୍ତା,୨୧।୧୦: ଇଣ୍ଡୋନେସିଆର ଜାକର୍ତ୍ତା ଇସ୍‌ଲାମିକ ସେଣ୍ଟର ଗ୍ରାଣ୍ଡ ମସ୍‌ଜିଦରେ ବୁଧବାର ନିଆଁ ଲାଗିବା ପରେ ବିଶାଳ ଗମ୍ବୁଜ ଭୁଶୁଡ଼ି ପଡ଼ିଛି। ଏଥିରେ କେହି ମୃତାହତ ହୋଇ ନ ଥିବା ମସ୍‌ଜିଦ କର୍ତ୍ତୃପକ୍ଷ କହିଛନ୍ତି। ନବୀକରଣ କାର୍ଯ୍ୟ ଚାଲିଥିବାବେଳେ ନିଆଁ ଲାଗି ଗମ୍ବୁଜଟି ନଷ୍ଟ ହୋଇଯାଇଥିଲା। ନିଆଁ ଲିଭାଇବାକୁ ୧୦ଟି ଅଗ୍ନିଶମ ଗାଡ଼ି ସେଠାରେ ପହଞ୍ଚତ୍ଥିଲେ। ନିଆଁ ଲାଗିବାର କାରଣ ଜଣାପଡ଼ି ନାହିଁ। ନବୀକରଣ କାର୍ଯ୍ୟ କରୁଥିବା ଠିକାଦାରମାନଙ୍କୁ ପଚରାଉଚରା କରାଯାଉଛି।

Share