Categories: ଫୁରସତ

କୁକୁର ଗିଳିଥିଲା ଏହି ଜିନିଷ, ତଥାପି ହୋଇ ନ ଥିଲା ଖରାପ; ଅପରେଶନ ପରେ ବାହାରିଲା

ପୋଷା କୁକୁରଙ୍କୁ ନେଇ ବିଭିନ୍ନ ସମୟରେ ଅନେକ ଅଜବ ଘଟଣା ସାମ୍ନାକୁ ଆସିଥାଏ। ଏବେ ସେମିତି ଏକ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ପୋଷା କୁକୁର ଏୟାରପଡ୍‌ସ ଗିଳି ଦେଇଥିଲା। ଫଳରେ ଏହାର ଅପରେଶନ କରାଯାଇଥିଲା। ମାତ୍ର ସବୁଠୁ ଆଶ୍ଚର୍ଯ୍ୟର କଥା ଏୟାରପଡ୍‌ସ ଟିକେ ବି ଖରାପ ହୋଇ ନ ଥିଲା କି କୁକୁରର ବି କିଛି ହୋଇ ନ ଥିଲା।

ଏହି ଘଟଣା ଦେଖିବାକୁ ମିଳିଛି ବ୍ରିଟେନରେ। ରେଚେଲ ହୁକ୍‌ ନାମକ ଜଣେ ଯୁବତୀ ନିଜର ପୋଷା କୁକୁର ଜିମିକୁ ହସ୍ପିଟାଲ ନେଇଥିଲେ। କାରଣ ଜିମି ଏୟାରପଡ୍‌ସ ଗିଳି ଦେଇଥିଲା। ଯେତେବେଳେ କୁକୁରର ଅପରେଶନ କରାଗଲା ସେତେବେଳେ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଥିଲା। କୁକୁର ପେଟ ଭିତରକୁ ବ୍ୟାଟେରୀ ଚାଳିତ ଏକ ଏୟାରପଡ୍‌ସ ଚାଲି ଯାଇଥିଲା। ଯାହାକି କୁକୁର ପେଟ ଭିତରେ ଆକ୍ଟିଭ୍‌ ଥିଲା। ଏହା ଉପରେ କୁକୁର ଦାନ୍ତର ଗୋଟିଏ ଦାଗ ବି ନ ଥିଲା। କୁକୁର ଠିକ୍‌ ରହିବା ସହ ଏୟାରପଡ୍‌ସ ଠିକ୍‌ ଅଛି।

୨୨ ବର୍ଷୀୟା ରେଚେଲ କୁହନ୍ତି, ତାଙ୍କ ପୋଷା କୁକୁର ଖେଳୁଥିବା ସମୟରେ ଏହି ଏୟାରପଡ୍‌ସ ଗିଳି ଦେଇଥିଲା। ତେଣୁ ତାକୁ ଡାକ୍ତର ପାଖକୁ ନେବାକୁ ପଡ଼ିଥିଲା। ବର୍ତ୍ତମାନ ତାଙ୍କ ପୋଷା କୁକୁର ଜିମି ସୁସ୍ଥ ଅଛି।

Share