ରୋଗୀଙ୍କୁ ଘରୋଇ କ୍ଲିନିକ୍‌କୁ ପଠାଉଛନ୍ତି ଡାକ୍ତର

ପୁରୀ,୧୫ା୨(ଅଜିତ୍‌ ମହାନ୍ତି)ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ଅନେକ ଡାକ୍ତର ଦୀର୍ଘଦିନ ଧରି କାର୍ଯ୍ୟ କରି ଆସୁଥିବାବେଳେ ସେମାନଙ୍କ ମନମୁଖୀ କାର୍ଯ୍ୟ ନେଇ ରୋଗୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ମାତ୍ର ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବାରୁ ଏବେ କର୍ତ୍ତୃପକ୍ଷଙ୍କ ସ୍ବଚ୍ଛତା ଓ କାର୍ଯ୍ୟଦକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସୂଚନାଯୋଗ୍ୟ, ପେଣ୍ଠକଟା ମେରାଇନ୍‌ ଥାନା ଅନ୍ତର୍ଗତ ବାଲିଗୁଆଳି ଅଞ୍ଚଳର ବିକ୍ରମ କେଶରୀ ପ୍ରଧାନ ଅଭିଯୋଗ କରିଛନ୍ତି ଯେ, ଗତମାସ ୨ ତାରିଖରେ ସେ ତାଙ୍କ ଜେଜେ ଘନ ପ୍ରଧାନଙ୍କୁ ଅସୁସ୍ଥତା ଯୋଗୁ ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ପଞ୍ଜୀକରଣ କରି ଦାୟିତ୍ୱରେ ଥିବା ଡାକ୍ତରଙ୍କୁ ଦେଖାଇଥିଲେ। ସେ ରୋଗୀଙ୍କୁ ଦେଖି କିଛି ପରୀକ୍ଷା କରାଇବା ପାଇଁ ଲେଖିଥିଲେ। ଉକ୍ତ ପରୀକ୍ଷାଗୁଡିକ ଡାକ୍ତରଙ୍କ କହିବା ଅନୁଯାୟୀ ବାହାରେ ଘରୋଇ ଲ୍ୟାବ୍‌ରେ କରାଯାଇଥିଲା। ପରେ ରିପୋର୍ଟଗୁଡିକ ନେଇ ପୁନର୍ବାର ଡାକ୍ତରଙ୍କୁ ଦେଖାଇବା ପରେ ଡାକ୍ତର ରୋଗ ବିଷୟରେ କିଛି ନ କହି ପ୍ରେସ୍‌କ୍ରିପ୍‌ଶନ ପଛରେ ତାଙ୍କ ମୋବାଇଲ ନମ୍ବର ଲେଖିଥିଲେ ଏବଂ ନିଜ ପ୍ରାଇଭେଟ କି୍ଲନିକ ଠିକଣା ଦେଇ ପଠାଇଥିଲେ। ସେ ସେଠାକୁ ଯାଇଥିଲେ ମଧ୍ୟ କ୍ଲିନିକ ବନ୍ଦ ଥିବାରୁ ପୁଣି ମେଡିକାଲକୁ ଆସି ମେଡିସିନ ଲେଖିବା ପାଇଁ ଅନୁରୋଧ କରିଥିଲେ। ମାତ୍ର ସମ୍ପୃକ୍ତ ଡାକ୍ତର ମଧ୍ୟାହ୍ନ ୧୨ଟା ପରେ ସେହି ପ୍ରାଇଭେଟ କ୍ଲିନିକ୍‌ ଯିବା ପାଇଁ ପରାମର୍ଶ ଦେଇଥିଲେ।
ବିକ୍ରମ ସେଠାକୁ ଯିବାରୁ ସଂପୃକ୍ତ ଡାକ୍ତରଙ୍କୁ ଭେଟିଥିଲେ। ସେ କିଡ୍‌ନୀ ଖରାପ ହୋଇଯାଇଛି ବୋଲି କହିଥିଲେ। ପରେ ମେଡିସିନ କିଣି ତା’ର ବ୍ୟବାହର ଜାଣିବା ପାଇଁ ସଂପୃକ୍ତ ଡାକ୍ତରଙ୍କୁ ଯୋଗାଯୋଗ କରିବାରେ ଡାକ୍ତର ତାଙ୍କୁ ଦୁର୍ବ୍ୟବହାର କରି ଫୋନ କାଟିଦେଇଥିଲେ। ପରେ ବିକ୍ରମଙ୍କ ସନ୍ଦେହ ହେବାରୁ ସେ ଗତ ମାସ ୪ ତାରିଖରେ ଅସୁସ୍ଥ ଜେଜେଙ୍କୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ମେଡିକାଲ ନେଇଥିଲେ। ଡାକ୍ତର ପରୀକ୍ଷା କରି କିଡ୍‌ନୀ ଭଲ ଥିବା କହିଥିଲେ। କେବଳ ପରିଶ୍ରା ସଂକ୍ରମଣ ହୋଇଛି ଓ ମେଡିସିନ ଖାଇଲେ ସୁସ୍ଥ ହୋଇଯିବେ ବୋଲି କହିଥିଲେ। ବିକ୍ରମ ଗତ ମାସ ୯ ତାରିଖରେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ସୁଜାତା ମିଶ୍ରଙ୍କୁ ଭେଟି ସମ୍ପୃକ୍ତ ଡାକ୍ତରଙ୍କ ବିରୋଧରେ ଅଭିଯୋଗ କରିଥିଲେ। ପରେ ପୁଣି ଗତ ୩୦ତାରିଖରେ ପୁନର୍ବାର ସିଡିଏମ୍‌ଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ। ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ତେବେ ସଂପୃକ୍ତ ଡାକ୍ତରଙ୍କ ନାମରେ ପୂର୍ବରୁ ତାଙ୍କ ନିକଟରେ ଅଭିଯୋଗ ରହିଛି ଏବଂ ଏନେଇ ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ତଦନ୍ତ ପାଇଁ ଅବଗତ କରାଯିବ ବୋଲି କହିଥିଲେ। ଏହାସତ୍ତ୍ୱେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଚୁପ୍‌ ବସିଛନ୍ତି। ବିକ୍ରମ ଏ ନେଇ ଜିଲାପାଳଙ୍କ ଦ୍ୱାରସ୍ଥ ହେବେ ବୋଲି ସୂୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛାନିଆ ହୋଇଗଲେ କି ଯାତ୍ରା ମାଲିକ ନାଣ୍ଡୁ! ସାଇ ସତ୍ୟଜିତଙ୍କ ମା’ଙ୍କ ଅଭିଯୋଗ ପରେ…

ଭୁବନେଶ୍ୱର,୬।୨: ଖଳନାୟକ ସାଇ ସତ୍ୟଜିତଙ୍କ ମା’ଙ୍କ ଅଭିଯୋଗ ପରେ ଖଣ୍ଡଗିରି ଥାନାରେ ହାଜର ହେଲେ ‘ତୁଳସୀ’ ଗଣନାଟ୍ୟ ମାଲିକ ଅନନ୍ତ ଧଳ ଓରଫ ନାଣ୍ଡୁ। ସାଇଙ୍କ ମା’ଙ୍କ…

ରାଜଧାନୀରୁ ନକଲି ଡାକ୍ତର ଗିରଫ: ପ୍ରେମ ଜାଲରେ ଫସାଇଲେ ମହିଳା ଡାକ୍ତରଙ୍କୁ

ଭୁବନେଶ୍ୱର,୬।୨:ରାଜଧାନୀରୁ ନକଲି ଡାକ୍ତର ସରୋଜ ମିଶ୍ର ଓରଫ ସିଦ୍ଧାର୍ଥ ଶଙ୍କରଙ୍କୁ ଗିରଫ କରାଯାଇଛି। ମଞ୍ଚେଶ୍ୱର ପୋଲିସ ସିଦ୍ଧାର୍ଥଙ୍କୁ ୧ଲକ୍ଷ ୩୦ ହଜାର ଟଙ୍କା ଠକେଇ ଅଭିଯୋଗରେ ଗିରଫ…

ଅଲିମ୍ପିଆନ ସୁଶୀଲଙ୍କ ଜାମିନ ଖାରଜ

ନୂଆଦିଲ୍ଲୀ,୬ା୨: ସ୍ଥାନୀୟ ଛତ୍ରସାଲ ଷ୍ଟାଡିୟମରେ ପୂର୍ବତନ ଜାତୀୟ ଜୁନିୟର କୁସ୍ତି ଚାମ୍ପିୟନ ସାଗର ଧନକରଙ୍କ ହତ୍ୟା ମାମଲାରେ ଗିରଫ ଅଲିମ୍ପିଆନ ସୁଶିଲ କୁମାରଙ୍କ ଜାମିନ ଆବେଦନକୁ ଦିଲ୍ଲୀର…

ଭାରତକୁ ବଡ଼ ଝଟ୍‌କା: ଟି୨୦ ବିଶ୍ୱକପ୍‌ରୁ ବାଦ୍‌ ପଡ଼ି ପାରନ୍ତି ହର୍ଷିତ ରାଣା

ମୁମ୍ବାଇ,୬ା୨: ଅଭ୍ୟାସ ମ୍ୟାଚରେ ଆଣ୍ଠୁରେ ଆଘାତ ଲାଗିଥିବାରୁ ଭାରତର ଯୁବ ସ୍ପିଡଷ୍ଟର ହର୍ଷିତ ରାଣା ଟି୨୦ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିପାରନ୍ତି। ହର୍ଷିତଙ୍କ ଉପରେ କିନ୍ତୁ ଦଳର ଫିଜିଓ…

ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପୁନଃ ଲାଗୁ ଦାବି କରି କଂଗ୍ରେସ…

ଭଞ୍ଜନଗର,୬ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା କଂଗ୍ରେସ (ପଶ୍ଚିମ) ସଂଗଠନ ପକ୍ଷରୁ ଦେଶରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପୁନଃ ଲାଗୁ ଦାବି କରି ଶୁକ୍ରବାର ଭଞ୍ଜନଗର ଉପଜିଲାପାଳ ଉମାଶଙ୍କର ବେହେରାଙ୍କୁ ଏକ…

ପଞ୍ଚମ ଶ୍ରେଣୀ ମେଧା ବୃତ୍ତି ପରୀକ୍ଷାଫଳ ପ୍ରକାଶିତ: କିଏ କେଉଁ ତାଲିକାରେ ରହିଲେ ଦେଖନ୍ତୁ ପୂରା ଲିଷ୍ଟ…

ପାଟଣା,୬।୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ପଞ୍ଚମ ଶ୍ରେଣୀ ମେଧା ବୃତ୍ତି ଓ ଅର୍ଥନୈତିକ ଅନଗ୍ରସର ବୃତ୍ତି ପରୀକ୍ଷାଫଳ ୨୦୨୫ ଶୁକ୍ରବାର ପ୍ରକାଶ ପାଇଛି।…

ଜମୁଛି ସ୍କାଉଟ, ଗାଇଡ କ୍ୟାମ୍ପ: ଦ୍ୱିତୀୟ ଦିନରେ ଛାତ୍ରୀଛାତ୍ରଙ୍କୁ ଆକର୍ଷଣ କଲା…

ଦାରିଙ୍ଗବାଡି, ୬ ।୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ୩ ଦିନିଆ ୨୨ତମ ଜିଲାସ୍ତରୀୟ…

ଟପ୍‌ ମାଓବାଦୀ ନେତା ନିଖିଲଙ୍କ ଆତ୍ମସମର୍ପଣ ପରେ ଏମିତି କହିଲେ ଡିଜିପି

ଭୁବନେଶ୍ୱର,୬।୨: ମାଓବାଦୀ ନେତା ନିଖିଲ ଆତ୍ମସମର୍ପଣ କରିଛନ୍ତି। ଓଡ଼ିଶାର ଟପ ମାଓବାଦୀ ନେତା ନିଖିଲ ଓରଫ ନିରଞ୍ଜନ ଆତ୍ମସମର୍ପଣ କରିଥିବା ବେଳେ ତାଙ୍କ ସହ ସ୍ତ୍ରୀ ଇନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri