ଜନ୍ମମାଟିରେ ବିଶ୍ୱସ୍ତରୀୟ ସ୍କୁଲ୍‌ କରିଛନ୍ତି ଡାକ୍ତର

କେନ୍ଦୁଝର,୧ା୫(ସ୍ବ.ପ୍ର.):କେନ୍ଦୁଝର ଜିଲାର ଜଣେ ଡାକ୍ତର ନିଜ ଗାଁରେ ଗରିବ ପିଲାଙ୍କ ପାଠ ପଢ଼ିବା ପାଇଁ ଏକ ବିଶ୍ବସ୍ତରୀୟ ସ୍କୁଲ ଖୋଲିଛନ୍ତି। ସେ ପିଲା ଦିନେ ପଢ଼ିବା ପାଇଁ କରିଥିବା କଷ୍ଟକୁ ହୃଦବୋଧ କରି ଶିକ୍ଷାରୁ ବଞ୍ଚତ୍ତ ପିଲାଙ୍କୁ ଏହା ଉପହାର ସ୍ବରୂପ ଦେଇଛନ୍ତି। ଯେଉଁଠାରେ ଗରିବ ପିଲା ମାଗଣାରେ ପାଠ୍ୟ ପୁସ୍ତକ ସହ ଧନ୍ଧାମୂଳକ ଶିକ୍ଷା ଗ୍ରହଣ କରିବାର ସୁବିଧା ଉପଲବ୍ଧ ରହିଛି। ଏଭଳି ମାଗଣାରେ ପାଠ ପଢ଼ାଇବା ବ୍ୟବସ୍ଥା କରି ଦେଶରେ ନୂତନ ଉଦାହରଣ ପାଲଟିଛନ୍ତି ହାଟଡ଼ିହି ବ୍ଲକ୍‌ ବେରୁଣପଦି ଗ୍ରାମର ଡାକ୍ତର ପ୍ରଦୀପ ସେଠୀ। ସେ କେଶ ପ୍ରତ୍ୟାରୋପଣ ବିଶେଷଜ୍ଞ ଭାବେ ମଧ୍ୟ ଦେଶରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଏବେ ହରିୟାଣାରେ ଅବସ୍ଥାପିତ ଅଛନ୍ତି।
ସୂଚନା ଅନୁଯାୟୀ, ଡାକ୍ତର ପ୍ରଦୀପ ପିଲାଟି ଦିନରୁ ପାଠ ପଢ଼ିବା ପାଇଁ ବହୁ ସଂଘର୍ଷ କରିଆସିଛନ୍ତି। ମୂଲ ମଜୁରି ଲାଗି ସ୍କୁଲ ଓ କଲେଜ ପାଠ ପଢ଼ିଥିଲେ। ନୂଆଦିଲ୍ଲୀ ଅଲ୍‌ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନ୍ସରେ ଡାକ୍ତରୀ ପାଠ ସାରିଥିଲେ। ଚିକିତ୍ସା କ୍ଷେତ୍ରରେ ୧୫ ବର୍ଷ ପରେ ସେ ନିଜ ଗାଁକୁ ଫେରି ସ୍ଥାନୀୟ ଗରିବ ପିଲାଙ୍କୁ ବିଶ୍ୱସ୍ତରୀୟ ଶିକ୍ଷା ଦେବା ପାଇଁ ଚିନ୍ତା କରିଥିଲେ। ଏ ନେଇ ୨୦୨୩ ମାର୍ଚ୍ଚ ୪ରେ ହାଟଡ଼ିହି ବ୍ଲକ୍‌ ବେରୁଣପଦିି ନିଜସ୍ବ ଜନ୍ମ ମାଟିରେ ଉତ୍କଳ ଗୌରବ ଅନ୍ତର୍ଜାତୀୟ ବିଦ୍ୟାଳୟ ନାମରେ ବିଶ୍ୱସ୍ତରୀୟ ବିଦ୍ୟାଳୟ ପ୍ରତିଷ୍ଠା କରିଛନ୍ତି। ଏଥିରେ ଗ୍ରାମବାସୀ ତାଙ୍କୁ ସହଯୋଗ କରି ଶ୍ରମ ଦାନ ସହ ଜମି ଦାନ କରିଥିବା ମଧ୍ୟ ଜଣାପଡ଼ିଛି। ବିଦ୍ୟାଳୟ ଏବେ ଗରିବ ପିଲାମାନଙ୍କ ପାଇଁ ଦଶ ଏକର ପରିମିତ ଜମିରେ ଆରମ୍ଭ ହୋଇଛି। ପରବର୍ତ୍ତୀ ସମୟରେ ପରିସୀମା ୨୦ ଏକରକୁ ବୃଦ୍ଧି କରାଯାଇ ୨୫୦୦ ପିଲାଙ୍କୁ ଆବାସିକ ଶିକ୍ଷା ଦେବା ପାଇଁ ବ୍ୟବସ୍ଥା କରାଯିବ ବୋଲି ଡା. ପ୍ରଦୀପ କହିଛନ୍ତି। ସ୍କୁଲ୍‌ରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ ବ୍ୟତୀତ ଧନ୍ଦାମୂଳକ ଶିକ୍ଷା, ନିଯୁକ୍ତି ଆଦି ବ୍ୟବସ୍ଥା କରାଯିବ। ସେହିପରି ଏଠାରେ ପିଲାମାନେ କୃଷି, ବ୍ୟବସାୟ, କ୍ରୀଡ଼ା, ମନୋରଞ୍ଜନ ଓ ଶିଳ୍ପ ଆଦି କ୍ଷେତ୍ରରେ ମଧ୍ୟ ଅଧ୍ୟୟନ କରିବେ। ଏଥି ପାଇଁ ବିଶେଷ ପ୍ରତିଭାବାନ ପ୍ରଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇ ପାଠ ସହିତ ଆଧ୍ୟାତ୍ମିକ ବିଦ୍ୟା ପ୍ରଦାନ ବ୍ୟବସ୍ଥା କରାଯାଇଛି। କ୍ରୀଡ଼ା ପାଇଁ ପୂର୍ବତନ ଭାରତୀୟ କ୍ରିକେଟ୍‌ ଦଳର କ୍ୟାପଟେନ ରବି ଶାସ୍ତ୍ରୀ, ସଙ୍ଗୀତ ଓ କଳା ପାଇଁ ସୋନୁ ନିଗମ, ଯୁବିନ ନଉଟିୟାଲ ଓ ବ୍ୟବସାୟ ପାଇଁ ରାଜୀବ ବଜାଜଙ୍କ ଭଳି ବ୍ୟକ୍ତି ବିଶେଷଙ୍କୁ ସାମିଲ କରାଯାଇଛି।
ଡା. ପ୍ରଦୀପ ଧରିତ୍ରୀକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ସେ ଗୁରୁ ଶ୍ରୀ ପରମେଶ୍ବର ଯୋଗାନନ୍ଦଙ୍କ ଭକ୍ତ। ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଏଭଳି ସ୍କୁଲ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇଥିଲେ। ନିଜର ଜୀବନ ସାର୍ଥକ ହେବ ଯେତେବେଳେ ନିଜ ସମ୍ବଳର ସଦୁପଯୋଗ କରି ଅବହେଳିତ ଲୋକଙ୍କ ପାଇଁ କିଛି କରିବେ। ଏହା ହିଁ ଗୁରୁଙ୍କ ନୀତିବାଣୀ ଅଛି। ଯାହାକୁ ସେ ପାଳନ କରୁଛନ୍ତି ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ ରଥଯାତ୍ରା: ଘୋଗଡରୁ ଟ୍ରକ ଯୋଗେ ପୁରୀ ଗଲା ରଥକାଠ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ)-ପୁରୀ ରଥଯାତ୍ରାରେ ରଥ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ରଥ କାଠ ରାଜ୍ୟର ବିଭିନ୍ନ ଜଙ୍ଗଲରୁ ଯାଉଛି। ବିଗତ କିଛି ବର୍ଷ ହେବ ଗଞ୍ଜାମ ଜିଲା…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri