ପେଟ୍ରୋଲ ପମ୍ପ ଯାଞ୍ଚ କରି ବଡ଼ ସୂଚନା ଦେଲେ ଜିଲାପାଳ, ଜନସାଧାରଣଙ୍କୁ କହିଲେ…

ବଲାଙ୍ଗୀର,୧୮।୫: (ସୁନିଲ କୁମାର ମହାନ୍ତି) : ସୋମବାର ଜିଲାପାଳ ଗୌରୱ ଶିୱାଜୀ ଇସଲୱାର ଓ ପାଟଣାଗଡ ଉପଜିଲାପାଳ ସୁନୀଲ କୁମାର ମେହେର ବେଲପଡାର ବିଭିନ୍ନ ପେଟ୍ରୋଲ ପମ୍ପରେ ଇନ୍ଧନର ମହଜୁଦ ସ୍ଥିତି ଓ ବିକ୍ରୟ ପ୍ରକ୍ରିୟାର ସରଜମିନ ଯାଞ୍ଚ କରିଛନ୍ତି। ଯାଞ୍ଚ ସମୟରେ ସମସ୍ତ ପେଟ୍ରୋଲ ପମ୍ପରେ ପର୍ଯ୍ୟାପ୍ତ ପରିମାଣର ଇନ୍ଧନ ମହଜୁଦ ରହିଥିବା ଓ ସେଗୁଡ଼ିକ ସ୍ବାଭାବିକ ଭାବରେ କାର୍ଯ୍ୟ କରୁଛି । କୌଣସି ପ୍ରକାରର ଇନ୍ଧନ ସଙ୍କଟ କିମ୍ବା ଅଭାବ ନାହିଁ । ଜନସାଧାରଣଙ୍କୁ ଆତଙ୍କିତ ନହେବା ପାଇଁ ପ୍ରଶାସନ ତରଫରୁ ଅନୁରୋଧ କରାଯାଇଛି। ଏହି ଯାଞ୍ଚ ସମୟରେ ଅତିରିକ୍ତ ଜିଲା ଯୋଗାଣ ଅଧିକାରୀ ପୁଷ୍ପଲତା ଦାସ ଓ ବିଭାଗୀୟ କର୍ମଚାରୀମାନେ ଉପସ୍ଥିତ ଥିଲେ।

 

Odisha’s No.1 Odia Daily

Share
Tags: odisha