ଠିକାଦାରଙ୍କୁ ସୁରକ୍ଷା ଯୋଗାଇବାକୁ ଜିଲାପାଳ, ଏସ୍‌ପିଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୦ା୧(ବ୍ୟୁରୋ): ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା(ପିଏମ୍‌ଜିଏସ୍‌ଓ୍ବାଇ) କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଗତ ୪ ବର୍ଷ ଧରି ଓଡ଼ିଶା ପ୍ରଥମ ସ୍ଥାନ ବଜାୟ ରଖିପାରିଛି। ମଙ୍ଗଳବାର ଲୋକସେବା ଭବନଠାରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଏହି ସୂଚନା ଦିଆଯାଇଛି। ସବୁ ଜିଲାରେ ପ୍ରତ୍ୟେକ ପ୍ରକଳ୍ପ ବିଶେଷ କରି ମାଓବାଦୀପ୍ରବଣ ଜିଲା ପାଇଁ ମାଇକ୍ରୋ ପ୍ଲାନ୍‌ ପ୍ରସ୍ତୁତ କରିବାକୁ ଜିଲାପାଳ, ଏସ୍‌ପି ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁ ଠିକାଦାରମାନେ ଦୁର୍ଗମ ଅଞ୍ଚଳରେ କାର୍ଯ୍ୟ କରୁଛନ୍ତି ସେମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ମୁଖ୍ୟ ଶାସନ ସଚିବ ଜିଲାପାଳମାନଙ୍କୁ ପରାମର୍ଶ ଦେଇଛନ୍ତି। କ୍ଷେତ୍ରସ୍ତରରେ ସମସ୍ତ ସହଯୋଗ ଯୋଗାଇ ଦେବାକୁ ପୋଲିସ ମହାନିର୍ଦ୍ଦେଶକ ଅଭୟ ବୈଠକରେ ସୂଚନା ଦେଇଛନ୍ତି।
ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା କହିଛନ୍ତି ଯେ, ସଡ଼କ ସଂଯୋଗ ସରକାରଙ୍କ ମୁଖ୍ୟ ପ୍ରାଥମିକତା। ପିଏମ୍‌ଜିଏସ୍‌ଓ୍ବାଇ, ଉପାନ୍ତ ସେତୁ ଯୋଜନା ଏବଂ ବିଜୁ ସେତୁ ଯୋଜନା ପାଇଁ ଅର୍ଥର ଅଭାବ ରହିବ ନାହିଁ। ନିର୍ଦ୍ଧାରିତ ସମୟ ମଧ୍ୟରେ କାର୍ଯ୍ୟକୁ ତ୍ୱରାନ୍ବିତ କରିବା ଲାଗି ପୋଲିସ, ପୂର୍ତ୍ତ ବିଭାଗ ଯନ୍ତ୍ରୀ ଏବଂ ଠିକାଦାରଙ୍କୁ ପରାମର୍ଶ ଦେଇଛନ୍ତି। ଗ୍ରାମ୍ୟ ଉନ୍ନୟନ ବିଭାଗର ସ୍ବତନ୍ତ୍ର ସଚିବ ଉପେନ୍ଦ୍ର କୁମାର ମୁଣ୍ଡ ବାର୍ଷିକ ଆକ୍ସନ ପ୍ଲାନ୍‌ ବିଷୟରେ ସୂଚନା ଦେଇଛନ୍ତି। ୨୦୨୧-୨୨ରେ ୨୦୯୫ କିଲୋମିଟର ରାସ୍ତା ନିର୍ମାଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏବେ ସୁଦ୍ଧା ୧୫୦୦ କି.ମି. ରାସ୍ତା ନିର୍ମାଣ ଶେଷ ହୋଇ ସାରିଲାଣି। ବଳକା ରାସ୍ତା ମଧ୍ୟରୁ ମାଓବାଦୀ ପ୍ରବଣ ମାଲକାନଗିରି, କନ୍ଧମାଳ, କଳାହାଣ୍ଡି, କୋରାପୁଟ ଜିଲାରେ ୨୫୦ କି.ମି. ରାସ୍ତା ରହିଛି। ପୋଲିସ ସହାୟତାରେ ସେଠାରେ ଠିକାଦାରମାନେ ରାସ୍ତା ନିର୍ମାଣ କରୁଛନ୍ତି। ଗ୍ରାମ୍ୟ ଉନ୍ନୟନ ବିଭାଗ ଅତିରିକ୍ତ ସଚିବ ସୁଦର୍ଶନ ପଣ୍ଡା ବୈଠକରେ ସୂଚନା ଦେଇ କହିଛନ୍ତି ଯେ, ପିଏମ୍‌ଜିଏସ୍‌ଓ୍ବାଇ ରେ ୬୪,୮୨୧ କି.ମି. ରାସ୍ତା ଓ ୫୮୩ ପୋଲ ନିର୍ମାଣ ପାଇଁ ବ୍ୟୟବରାଦ କରାଯାଇଥିଲା। ସେଥିରୁ ୨୬,୩୨୯ କୋଟି ଟଙ୍କା ବ୍ୟୟରେ ୬୧,୪୨୮ କି.ମି. ରାସ୍ତା ଏବଂ ୪୧୨ ସେତୁ ନିର୍ମାଣ ଶେଷ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରନ୍ଧନ ଗ୍ୟାସ୍‌ ବିକ୍ରି କଟକଣା: ଛାତ୍ରୀଛାତ୍ର, କର୍ମଜୀବୀ, ଶ୍ରମିକ ଚିନ୍ତାରେ

ଖୋଲା ବଜାରରେ ଖୁଚୁରାରେ ବିକ୍ରି ହେଉଥିବା ରନ୍ଧନ ଗ୍ୟାସ୍‌ ଆଉ ମିଳିବ ନାହିଁ। ହିତାଧିକାରୀ ଠିକ୍‌ ସମୟରେ ଗ୍ୟାସ୍‌ ପାଉ ନ ଥିବାବେଳେ ବେଆଇନ କାରବାର ବୃଦ୍ଧି…

ରାଜ୍ୟ ସଭାରେ ଶପଥ ନେଲେ ଓଡ଼ିଶାର ନବ ନିର୍ବାଚିତ ଏମପି, ଓଡ଼ିଆରେ କହିଲେ ମୁଁ….

ଭୁବନେଶ୍ବର,୬ା୪: ରାଜ୍ୟ ସଭାରେ ସୋମବାର ଓଡ଼ିଶାର ନବ ନିର୍ବାଚିତ ଏମପି ଶପଥ ନେଇଛନ୍ତି । ଓଡ଼ିଶାରୁ ୩ ଏମପି ମନମୋହନ ସାମଲ, ସନ୍ତୃପ୍ତ ମିଶ୍ର ଓ ଦିଲ୍ଲୀପ…

ବିଜେଡିକୁ ନେଇ ଏମିତି କହିଲେ ଗଣେଶ୍ବର: ସଂଗଠନ ଉପରେ ପ୍ରଭାବ…

ଭୁବନେଶ୍ୱର,୬।୪: ନେତା ଓ କର୍ମୀ ବିଜେଡି ଛାଡ଼ିବା ନେଇ ଗଣେଶ୍ବର ବେହେରା ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ସଂଗଠନ ଉପରେ ପ୍ରଭାବ ନିଶ୍ଚିତ ପଡ଼ିବ ।…

ଖାଦ୍ୟ ଯୋଗାଣ ବିଭାଗର ବଡ଼ ଘୋଷଣା, ୫ କେଜି ଗ୍ୟାସ୍ କିଣିବାକୁ ହେଲେ…

ଭୁବନେଶ୍ବର,୬।୪: ରାଜ୍ୟରେ ଗ୍ୟାସ୍ ସଙ୍କଟକୁ ନେଇ ଚିନ୍ତାରେ ରହିଛନ୍ତି ଖାଉଟି । ଏହାରି ଭିତରେ  ୫ କେଜି ଗ୍ୟାସ୍ ବିକ୍ରିକୁ ନେଇ ସ୍ପଷ୍ଟୀକରଣ ଦେଇଛନ୍ତି ଖାଦ୍ୟ ଯୋଗାଣ…

ସଂସ୍ଥା ପ୍ରତି ନିଷ୍ଠା,ଏକାଗ୍ରତା ଜରୁରୀ: କରିମ୍‌ କବିରୁଦ୍ଦିନ

କଟକଠାରେ ପ୍ରତିଷ୍ଠିତ ହେଲ୍‌ଥ ଫୁଡ୍‌ ପ୍ରଡକ୍ଟ ପ୍ରା. ଲିଃ.ର ଏକ୍‌ଜିକ୍ୟୁଟିଭ ଡାଇରେକ୍ଟର କରିମ୍‌ କବିରୁଦ୍ଦିନ ଓଡ଼ିଶାର ଅନେକ ପରିବାରକୁ ରୋଜଗାରକ୍ଷମ କରି ବେକାର ସମସ୍ୟାର ସମାଧାନ କରିବାର…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଦିନରେ ନିଆଁ ବର୍ଷା, ଅପରାହ୍ନରେ ମାଡ଼ି ଆସୁଛି କାଳବୈଶାଖୀ, ଆଜି ୩ ଜିଲାରେ ହେବ…

ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେବ ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ଏପରିକି ଦିନରେ ନିଆଁ ବର୍ଷା ହେଉଥିବାବେଳେ ଅପରାହ୍ନରେ ମାଡ଼ି…

ଓଡ଼ିଶା ସରକାରଙ୍କ ବଡ଼ ଘୋଷଣା, ଆଉ ଖୋଲାରେ ମିଳିବନି ଗ୍ୟାସ୍‌! ଖାତା ନ ଥିଲେ…

ଭୁବନେଶ୍ୱର,୫ା୪: ଏଣିକି ଆଉ ଖୋଲାରେ ଗ୍ୟାସ ମିଳିବନି । ବାଟରେ, ବଜାରରେ ଖୋଲାରେ ମିଳିବନି ଗ୍ୟାସ । ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । ରାଜ୍ୟର କୌଣସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri