ସହରର ଉନ୍ନତି ପାଇଁ ମତ ଲୋଡ଼ିଲେ ଜିଲାପାଳ

ଅନୁଗୋଳ ଅଫିସ,୨୭।୮: ଅନୁଗୋଳ ପୌରପାଳିକାର କାଉନସିଲ୍‌ ହଲଠାରେ ଶୁକ୍ରବାର ସ୍ପେଶାଲ କାଉନସିଲ ବୈଠକ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଉପସ୍ଥିତରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲାପାଳଙ୍କ ସହ ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ, ନଗରପାଳ ଅକ୍ଷୟ କୁମାର ସାମନ୍ତ, ଉପନଗରପାଳ ଅନୁପମା ସାହୁ, ୨୩ଟି ଓ୍ବାର୍ଡର ସମସ୍ତ କାଉନସିଲର, ପୌରପାଳିକାର ବରିଷ୍ଠ ଅଧିକାରୀ ଅଟଳ ଦେବତା ପ୍ରମୁଖ ଉପସ୍ଥିତ ଥିଲେ। ସହରର ଉନ୍ନତି ପାଇଁ ବୈଠକରେ ଜିଲାପାଳ ନଗରପାଳ ଓ କାଉନସିଲରମାନଙ୍କ ମତ ଲୋଡ଼ିଥିଲେ।
ଜିଲାପାଳ କହିଥିଲେ, ସହରରୁ ୪୦ ଏକର ଜାଗା ଜବରଦଖଲ ଉଚ୍ଛେଦ ହେଲାଣି। ଅନ୍ୟ ଜବରଦଖଲ ଉଚ୍ଛେଦରେ ନଗରପାଳ ଓ କାଉନସିଲରମାନେ ସହଯୋଗ କରନ୍ତୁ। ବର୍ଷା ହେଲେ ସହରରେ ପାଣି ଜମୁଥିବାରୁ ଡ୍ରେନ ଉପରେ ଥିବା ଜବରଦଖଲ ଉଚ୍ଛେଦ କରାଯାଉ। ଜଳଉତ୍ସଗୁଡ଼ିକର ଉନ୍ନତୀକରଣ କରାଯିବାକୁ ପ୍ରସ୍ତାବ ଦିଆଯାଇଛି। ଏହି ଜଳଉତ୍ସ ନବୀକରଣ ପରେ କାଉନସିଲରମାନେ ଏହାର ରକ୍ଷଣାବେକ୍ଷଣା ଦାୟିତ୍ୱ ନେବାକୁ ଜିଲାପାଳ ପରାମର୍ଶ ଦେଇଥିଲେ। ଅନୁଗୋଳ ପୁରୁଣା ବସ୍‌ଷ୍ଟାଣ୍ଡ ସ୍ଥାନାନ୍ତରିତ କରିବା ସମୟରେ ସମସ୍ତ କାଉନସିଲର ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ତେବେ ସେଠାରେ ଥିବା ବେଆଇନ ହୋଟେଲ ଉଚ୍ଛେଦ କରିବାକୁ ନଗରପାଳ ପ୍ରସ୍ତାବ ଦେଇଥିଲେ। ପୁରୁଣା ବସଷ୍ଟାଣ୍ଡ ସ୍ଥାନାନ୍ତର ପରେ କମର୍ସିଆଲ ହବ କରାଯିବ ବୋଲି ପ୍ରସ୍ତାବ ଦିଆଯାଇଛି। ମିଶ୍ରପଡା ଅଞ୍ଚଳରେ ସାଇକେଲ କରିଡର ନିର୍ମାଣ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ପ୍ରତି ଓ୍ବାର୍ଡର କାଉନସିଲରମାନେ ଲୋକଙ୍କ ସମସ୍ୟା ବୁଝିବେ। ଏଭଳିକି ପ୍ରତି ଓ୍ବାର୍ଡରେ ଓ୍ବାର୍ଡ ଅଫିସ କାର୍ଯ୍ୟକାରୀ ହେବ। ଏଥିସହ ଜିଲା ପ୍ରଶାସନ ଭଳି ପୌରପାଳିକାରେ ଭିଜନ୍‌ ୨୦୨୭ ଡକ୍ୟୁମେଣ୍ଟ ପ୍ରସ୍ତୁତ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ସେହିପରି ଶିମିଳିପଡାରେ ସ୍ବେରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ନିର୍ମାଣ କରାଯିବ। ୪ଟି ଓ୍ବାର୍ଡକୁ ମିଶାଇ କ୍ଲଷ୍ଟର ଗଠନ ହେବ। ଏହାପରେ ସେଠାରେ ଛୋଟ ଛୋଟ ମାର୍କେଟ କରାଯିବ। ପାର୍କିଂ କରିବାକୁ ବ୍ୟବସ୍ଥା କରାଯିବ। ମଣ୍ଡପ ଗୁଡିକରେ ପୂର୍ବଭଳି ଗାଡି ପାର୍କିଂ କରାଯିବ। ଏ ନେଇ ସର୍ବ ସମ୍ମତିକ୍ରମେ ବୈଠକରେ ନିଷ୍ପତ୍ତି ହୋଇଥିଲା। ସହରର ହୁଲୁରିସିଂହା ଓ ବୁଢୀ ଠାକୁରାଣୀ ଛକ ମଡେଲ ଛକ ହେବ। ବୁଲା ଗୋରୁଙ୍କ ପାଇଁ ଟ୍ୟାଗ ବ୍ୟବସ୍ଥା ରହିବ। ଏଥିରୁ ଗୋରୁ ମାଲିକଙ୍କ ସମ୍ପର୍କରେ ଜଣାପଡିବ ଓ ସମାନଙ୍କ ନିକଟରୁ ଜରିମାନା ଆଦାୟ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

ପାଟଣା:ରଘୁନାଥ ଜିଉ ମଠରେ ରାମନବମୀ ଉତ୍ସବ,ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଶ୍ରୀରାମ ଝଣ୍ଡା ଯାତ୍ରା

ପାଟଣା, ୨୭।୩ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକର ବିଭିନ୍ନ ସ୍ଥାନରେ ମହାସମାରୋହରେ ପବିତ୍ର ରାମ ନବମୀ ଉତ୍ସବ ପାଳିତ ହୋଇଯାଇଛି। ରଘୁନାଥ ଜିଉ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri